ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି ୫ ରାଷ୍ଟ୍ରମୁଖ୍ୟ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାଥୀ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ୫ ରାଷ୍ଟ୍ରମୁଖ୍ୟ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇ ନାହାଁନ୍ତି। ସେମାନଙ୍କ ମଧ୍ୟରେ ମେକ୍ସିକୋ, ରୁଷ୍‌, ବ୍ରାଜିଲ୍‌, ତୁର୍କୀ ଏବଂ ଚାଇନା ଆଦିର ରାଷ୍ଟ୍ରମୁଖ୍ୟ ରହିଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ମେନୁଏଲ୍‌ ଲୋପେଜ୍‌ ଓବ୍ରେଡର କହିଛନ୍ତି ଯେ, ସମସ୍ତ ଆଇନଗତ ଲଢ଼େଇ ଶେଷ ହେବା ପରେ ସେ ଶୁଭେଚ୍ଛା ଜଣାଇବେ। ସେହିପରି ରୁଷ୍‌ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ମଧ୍ୟ ବାଇଡେନ୍‌ଙ୍କ ବିଜୟ ନେଇ ମୁହଁ ଖୋଲି ନାହାନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର ବୋଲ୍ସାନାରୋ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି। ସେହିପରି ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଡଓ୍ବାନ୍‌ ବାଇଡେନ୍‌ଙ୍କୁ ବିଜୟ ଅଭିନନ୍ଦନ ଜଣାଇ ନାହାନ୍ତି। ଚାଇନା ଆମେରିକା ନିର୍ବାଚନ ପୂର୍ବରୁ ଅନ୍ୟ ଦେଶର କୌଣସି ପ୍ରସଙ୍ଗରେ ସାମିଲ ହେବ ନାହିଁ ବୋଲି କହିଥିଲା। ଏବେ ବାଇଡେନ୍‌ଙ୍କ ବିଜୟ ନେଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସମ୍ପୂର୍ଣ୍ଣ ଚୁପ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୭: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ପାଇଁ ଏହାର ଏୟାରସ୍ପେସ୍‌କୁ ବନ୍ଦ ରଖିଥିଲା। ତେବେ ୧୪୦ ଦିନ ପରେ ମଙ୍ଗଳବାର ଏହାକୁ ଖୋଲିଦିଆଯାଇଛି।...

ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’

ଓ୍ବାଶିଂଟନ୍‌,୨୩।୬: କରୋନା ଭାଇରସ୍‌ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...

ଶ୍ରୀଲଙ୍କାରୁ ହଟିଲା ୩୬ ଘଣ୍ଟିଆ କର୍ଫ୍ୟୁ, ନୂଆ କ୍ୟାବିନେଟର ହେବ ଗଠନ

କଲମ୍ବୋ,୪ ।୪: ଶ୍ରୀଲଙ୍କାରେ ଦେଖାଯାଇଥିବା ରାଜନୈତିକ ଅଶାନ୍ତିକୁ ଲକ୍ଷ୍ୟ କରି ଯେଉଁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲା ତାହା ସୋମବାର ହଟାଇ ଦିଆଯାଇଛି । ଶ୍ରୀଲଙ୍କାରେ...

ପ୍ରଦୂଷଣ ଯୋଗୁ ବଢିଛି ୧୫ ପ୍ରତିଶତ କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ,୨୮ ।୧୦: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାରି ଭିତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏହି...

ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର...

ନେପାଳରେ ଭାରତ ନିର୍ମାଣ କରିଛି ୫୦ ହଜାର ଘର

କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ...

ଡିସେମ୍ବର ୨୬ରେ ପୃଥିବୀ ନିକଟରେ ୪୪ ହଜାର କିମି ବେଗରେ ଗତି କରିବ ଇଫେଲ ଟାଓ୍ବାରଠାରୁ ଦୁଇଗୁଣା ଉଚ୍ଚା ଗ୍ରହାଣୁପିଣ୍ଡ

ନ୍ୟୁୟର୍କ, ୨୪।୧୨: ଡିସେମ୍ବର ୨୬ରେ ସାରା ଦୁନିଆ ବଡ଼ଦିନ ପାଳନରେ ବ୍ୟସ୍ତ ଥିବାବେଳେ ଏକ ବଡ଼ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଏହି ଦିନ ସକାଳ...

ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ...

Advertisement
Archives

Model This Week