୨ ବର୍ଷ ଜେଲ୍‌ରେ କାଟିବେ ୫ ଟିକ୍‌ଟକ୍‌ ଷ୍ଟାର

କାହିରା,୨୮।୭: ଇଜିପ୍ଟରେ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଉପରେ ଆଇନଗତ ପଦକ୍ଷେପ ନିଆଯାଉଛି। ଇଜିପ୍ଟର ଏକ ଅଦାଲତ ସାର୍ବଜନିକ ନୈତିକତା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫ ଟିକ୍‌ଟକ୍‌ ଷ୍ଟାରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ଟିକ୍‌ଟକ୍‌ ଷ୍ଟାରମାନେ ଯେଉଁ ସହୁ ଭିଡିଓ ପୋଷ୍ଟ କରିଛନ୍ତି ତାହା ଇସଲାମ ଧର୍ମ ବିରୋଧୀ। ଏହାସହ ସେମାନେ ଖୁବ୍‌ କମ୍‌ କପଡା ପିନ୍ଧିଥିବାରୁ ଏହାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏହି ୫ ଜଣ ଷ୍ଟାର ମିଳିମିଶି ଯେଉଁ ଭିଡିଓ ପ୍ରସ୍ତୁତ କରିଥିଲେ ତାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏମାନେ ସମାଜର ନିୟମକୁ ମାନି ନ ଥିବାରୁ ଏମାନଙ୍କୁ ଦଣ୍ଡ ଦିଆଯିବ ଉଚିତ୍‌। କେବଳ ଜେଲଦଣ୍ଡ ନୁହେଁ ବରଂ ୧୯ ହଜାର ଆମେରିକୀୟ ଡଲାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଏହି ଷ୍ଟାରମାନଙ୍କ ମଧ୍ୟରୁ ଜଣଙ୍କୁ ପୂର୍ବରୁ ମଧ୍ୟ ଗିରଫ କରାଯାଇଥିଲା। ଉକ୍ତ ଯୁବତୀ ଜଣକ ଟିକ୍‌ଟିକ୍‌ ମାଧ୍ୟମରେ ଅର୍ଥ ଉପାର୍ଜନ କରିହେବା ଭଳି ଭ୍ରମାତ୍ମତ ସୂଚନା ଦେଉଥିବାରୁ ତାଙ୍କୁ ଗିରାଫ କରାଯାଇଥିବା ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥନ ଜୁଟାଇବାରେ ପାକ୍‌ ବିଫଳ

ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ...

ଓଲିଙ୍କ ଦାବିକୁ ଧର୍ମୀୟ ନେତାଙ୍କ ବିରୋଧ

ନୂଆଦିଲ୍ଲୀ, ୧୦।୮: ଭଗବାନ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଏହାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପୁଣିଥରେ ଦୋହରାଇଛନ୍ତି। ଏହାକୁ ନେଇ ଜାନକୀ ମନ୍ଦିରର ପୂଜକମାନଙ୍କ...

କରୋନା ସଂକ୍ରମଣ ସମୟରେ ଶାରୀରିକ ସମ୍ପର୍କ କେତେ ସୁରକ୍ଷିତ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

କୈଳାସ ମାନସରୋବର ଯାତ୍ରା: ନେପାଳ ହିଲ୍‌ସାରେ ଫସିଛନ୍ତି ୪୪ ଭାରତୀୟ

କାଠମାଣ୍ଡୁ,୨୫।୬: ନେପାଳର ଉତ୍ତର ପଶ୍ଚିମରେ ଥିବା ହିଲସା ନିକଟରେ ତେଲେଙ୍ଗାନାର ପ୍ରାୟ ୪୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଏମାନେ କୈଳାସ...

ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ଆମେରିକା-କାରିବିଅନ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଆଶଙ୍କା !

ଓ୍ବାଶିଂଟନ୍‌,୧୮।୧: ପୃଥିବୀ ଉପରେ ଭୟଙ୍କର ବିପଦ ମାଡ଼ି ଆସୁଛି। ଆଗାମୀ ଦିନରେ ଦକ୍ଷିଣ ଆମେରିକା, କେନ୍ଦ୍ରୀୟ ଆମେରିକା, କାରିବିଅନର ପ୍ୟୁର୍ଟୋ ରିକୋ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ...

ମୂଳ ଭାରତୀୟ କମଳା ହେରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି  ପ୍ରାର୍ଥୀ ହୋଇଛନ୍ତି । ଦଳ ପକ୍ଷରୁ ରାଷ୍ଟ୍ରପତି...

କରୋନା ଭାଇରସ: ରାଜ ପରିବାରର ପ୍ରଥମ ସଦସ୍ୟ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ...

ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର...

Coronavirus Update


Archives

Model This Week

Why Dharitri