Posted inଖେଳ

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ ବ୍ୟତୀତ ଅନ୍ୟ ୪ଜଣ ଉଦୀୟମାନ ଚେସ୍‌ ଖେଳାଳି ୧କୋଟି ଟଙ୍କାର ଫେଲୋଶିପ୍‌ ଅନୁଦାନ ପାଇବା ପାଇଁ ମନୋନୀତ କରିଛି।

୬୪ ସ୍କୋୟାର୍ସ ହେଉଛି ହାଇଦ୍ରାବାଦସ୍ଥିତ ପ୍ରଭାହ ଫାଉଣ୍ଡେଶନ ଏବଂ ଚେସ୍‌ ଷ୍ଟାର୍ଟଅପ୍‌ ଏମ୍‌ଜିଢି-୧ର ଏକ ମିଳିତ ପ୍ରୟାସ। ଉପକୃତ ହେବାକୁଥିବା ୫ ଖେଳାଳି ହେଲେ ଆଇଏମ୍‌ ଭାନ୍ତିକା, ଡବ୍ଲ୍ୟୁଏଫ୍‌ଏମ୍‌ ଶୁଭି ଗୁପ୍ତା, ଡବ୍ଲ୍ୟୁଏଫ୍‌ଏମ୍‌ ଚାର୍ଭି ଅନିଲକୁମାର ଏବଂ ଉଦୀୟମାନ ପ୍ରତିଭା ଡବ୍ଲ୍ୟୁଆଇଏମ୍‌ ସାରାୟୁ ଭେଲପୁଲା ଓ ଡବ୍ଲୁଆଏଇଏମ୍‌ ସାହିଥି ଭାର୍ଷିନୀ।

ଫେଲୋଶିପ୍‌ ଅନୁଦାନ ଏହି ଖେଳାଳିମାନଙ୍କ ଏକ ବର୍ଷ ପାଇଁ ଟ୍ରେନିଂ, ଟୁର୍ନାମେଣ୍ଟରେ ଅଂଶଗ୍ରହଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବ୍ୟୟ ପରାଯିବ। ଏମାନଙ୍କ ମଧ୍ୟରୁ ପୂର୍ବରୁ ଅର୍ଜୁନ ପୁରସ୍କାର ବିଜେତା ଭାନ୍ତିକା ୨୦୨୩ରେ ସହାୟତା ପାଇଥିଲେ।

ଏହାପରେ ସେ ଇଣ୍ଟରନ୍ୟାଶନାଲ ମାଷ୍ଟର ଟାଇଟଲ ହାସଲ କରିଥିଲେ। ଦେଶ ପାଇଁ ସେ ଅନେକ ସମ୍ମାନ ଆଣି ଦେଇଛନ୍ତି। ୨୦୨୪ରେଚେସ୍‌ ଅଲିମ୍ପିଆଡ୍‌ରେ ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଫେଲୋଶିପ୍‌ ଅନୁଦାନ ସହାୟତାରେ ସମ୍ମାନଜନକ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ପରେ ଭାନ୍ତିକା ପୁଣି ସୁଯୋଗ ପାଇବା ପାଇଁ ପୁଣି ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?