ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ ଆସିଛି। ଫଳରେ ଘୁଙ୍ଗିଯୋର ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହା ଯୋଗୁ ବୀରମହାରାଜପୁର–ଅମରପାଲି ମଧ୍ୟରେ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଛୋଟ ଛୋଟ ନାଳ ଓ ଜଳାଶୟଗୁଡ଼ିକ ଫୁଲି ଉଠିଥିବା ବେଳେ ଉଛୁଳା ପାଣି ସହ ବିଭିନ୍ନ ନାଳର ଜଳ ଘୁଙ୍ଗିଯୋରରେ ମିଶିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସମସ୍ତ ପ୍ରକାର ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି।

ମୁର୍ଷୁଣ୍ଢୀରୁ ସମ୍ବଲପୁରକୁ ଚଳାଚଳ କରୁଥିବା ବସ୍ ସମେତ ସୋନପୁର–ରେଢାଖୋଲ, ରେଢାଖୋଲ–ସୋନପୁର ଏବଂ ବୀରମହାରାଜପୁର–ଅମରପାଲି–ଦୁର୍ଜନତୈଲା ରୁଟରେ ଚଳାଚଳ କରୁଥିବା ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ସମ୍ପୂର୍ଣ୍ଣ ବନ୍ଦ ରହିଛି।ଏହାଫଳରେ ଦୈନନ୍ଦିନ ଯାତାୟାତ, ବ୍ୟବସାୟ ଏବଂ ଜରୁରୀ କାମରେ ଯାଉଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକେ ପରିସ୍ଥିତି ସ୍ୱାଭାବିକ ହେବା ଏବଂ ବନ୍ୟାଜଳ କମିବାକୁ ଅପେକ୍ଷା କରି ରହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିଉସନ୍‌ରୁ ଘରକୁ ଫେରୁଥିବା ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୫ ଲକ୍ଷ ସହାୟତା…

ବ୍ରହ୍ମପୁର,୧୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକସୋ କୋର୍ଟର ଜଜ୍ ରୋହିତ ଲାଲ ପଣ୍ଡା ଆଜି…

ବନ୍ଧାକୋବି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ବାଲିମେଳା,୧୦।୯(ଶିବଦତ୍ତ ସାହୁ): ମାଫିଆମାନେ ବିଭିନ୍ନ ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସୁଛି। ବଡ଼ ଚତୁରତାର ସହିତ ଏକ ପିକଅପ ଭ୍ୟାନ୍‌ର…

ଏହି ଦିନ ଇରାନ ସହ ଯୁଦ୍ଧ ବନ୍ଦ କରିବ ଆମେରିକା, ଟ୍ରମ୍ପ କଲେ ବଡ଼ ଦାବି

ଓ୍ବାଶିଂଟନ,୧୦।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆରମ୍ଭ ହେବାର ଛଅ ମାସରୁ ଅଧିକ ସମୟ ବିତିଗଲାଣି। ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲ ଇରାନ…

ମୁହଁ ଖୋଲିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପ ଖେଳିବା ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୯: ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ସମ୍ପର୍କରେ ପଚରାଯିବାରୁ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଥିଲେ ଯେ ଏ ବିଷୟରେ ମତାମତ ଦେବା ପାଇଁ ଏହା ବହୁତ…

ଭାରତୀୟ ଟିମ୍‌ ପାଇଁ ଖୁସି ଖବର, ଆଫଗାନିସ୍ତାନ ସିରିଜରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ବଡ଼ ଖୁସି ଖବର। ଦଳର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି। ଆସନ୍ତା…

AIକୁ ନେଇ ନନ୍ଦନ ନିଲେକାନିଙ୍କ ବଡ଼ ପୂର୍ବାନୁମାନ: କହିଲେ ବଡ଼ କମ୍ପାନୀଗୁଡ଼ିକରେ AI (କୃତ୍ରିମ ବୁଦ୍ଧିମତ୍ତା) ଯୋଗୁ ଚାକିରି ଚାଲିଯିବ, ଛୋଟ କମ୍ପାନୀଗୁଡ଼ିକ…

ନୂଆଦିଲ୍ଲୀ,୧୦।୯: AI (କୃତ୍ରିମ ବୁଦ୍ଧିମତ୍ତା) ଯୋଗୁ ଚାକିରି ହରାଇବାର ଆଶଙ୍କା ମଧ୍ୟରେ, ବିଶିଷ୍ଟ ବୈଷୟିକ ବୈଜ୍ଞାନିକ ତଥା ଇନଫୋସିସର ଅଧ୍ୟକ୍ଷ ନନ୍ଦନ ନିଲେକାନି ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ…

ପାକିସ୍ତାନକୁ ହରାଇଲା ସେମିରେ ପହଞ୍ଚିଲା ଭାରତ

ମାକ୍ୱି,୧୦ା୯: ପାକିସ୍ତାନକୁ ୧୯-୦ ଗୋଲ୍‌ରେ ପରାସ୍ତ କରି ଭାରତ ଜୁନିୟର ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଭାରତ…

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri