Posted inଜାତୀୟ

କୃଷି ଆଇନକୁ ବିରୋଧ କରି ଫସଲ ନଷ୍ଟ କଲେ କୃଷକ

ବିଜନୋର,୨୧ ।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିବାର ନୂଆ ଉପାୟ ଆପଣେଇଛନ୍ତି ଉତ୍ତର ପ୍ରଦେଶର କେତେଜଣ କୃଷକ । ଏମାନେ ଏବେ ନିଜ ନିଜ ଜମିରେ କରିଥିବା ଫସଲକୁ ନଷ୍ଟ କରି ଦେଉଛନ୍ତି । ବିଜନୋର ଚାନ୍ଦପୁର ଅଞ୍ଚଳରେ ଜଣେ କୃଷକ ପ୍ରାୟ ୫ ଏକର ଜମିରେ କରିଥିବା ଗହମ ଉପରେ ଟ୍ରାକ୍ଟର ଚଢାଇ ଏହାକୁ ନଷ୍ଟ କରି ଦେଇଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି । ଏହାପରେ ଭାକିୟୁ ଜିଲାଧ୍ୟକ୍ଷ କହିଛନ୍ତି ବିଜନୋରରେ ଫସଲ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଗଲା । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଗତ ପ୍ରାୟ ୩ ମାସ ହେବ ବିରୋଧ ଜାରି ରହିଥିବା ବେଳେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଏପଟେ ଉତ୍ତର ପ୍ରଦେଶରେ ବି କୃଷକ ପଞ୍ଚାୟତର ଅୟୋଜନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣକୁ ଭୟ, କେରଳରେ ସଙ୍କଟ ଜାରି…

ନୂଆଦିଲ୍ଲୀ,୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

୧୨୨ ବର୍ଷ ପରେ ସବୁଠାରୁ ଉତ୍ତପ୍ତ ରହିଲା ଫେବୃୟାରୀ

ନୂଆଦିଲ୍ଲୀ,୧ ।୩: ଚଳିତ ବର୍ଷ ମେ’ରେ ସବୁଠାରୁ ଅଧିକ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହାର ସାମାନ୍ୟ ଝଲକ ଦେଇଛି...

ମୁଜଫରପୁର ଶେଲ୍‌ଟର ହୋମ୍‌ ମାମଲା: ୨୦ ଜାନୁୟାରୀକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ମୁଜଫରପୁର ଶେଲ୍‌ଟର ହୋମ୍‌ ବଳାତ୍କାର ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି...

୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା

ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ...

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର...

ଏମ୍‌ସିଡି ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନ ଅଟକିଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ପୁନଃ ନିର୍ବାଚନ ଉପରେ ଦିଲ୍ଲୀ ହାଇକୋର୍ଟ ଶନିବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ଶାସକ...

ଉଲଗ୍ନ ଅବସ୍ଥାରେ ଘରକୁ ଚାଲିଚାଲି ଗଲେ ଗଣବଳାତ୍କାର ପୀଡ଼ିତା

ମୋରଦାବାଦ, ୨୩ା୯: ଉତ୍ତରପ୍ରଦେଶର ମୋରଦାବାଦରୁ ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୫ ବର୍ଷୀୟା ବାଳିକା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି...

ବାରାମୂଳାରୁ ଅଲ-ବଦ୍ରର ୭ ଆତଙ୍କବାଦୀ ଗିରଫ: ଯୋଜନା ଥିଲା ଘାଟିରେ ବଡ ଧରଣର ଆକ୍ରମଣ

ଶ୍ରୀନଗର,୧୩ ।୨: ପୂର୍ବ ପ୍ରକୃତିରୁ ବାହାରି ପାରୁନି ପାକିସ୍ତାନ । ଜମ୍ମୁ-କଶ୍ମୀରରେ ବାରମ୍ବାର ଆକ୍ରମଣ ଯୋଜନା କରି ଚାଲିଛନ୍ତି ପାକିସ୍ତାନ ଆତଙ୍କବାଦୀ । ହେଲେ ଭାରତୀୟ...

Advertisement
Archives

Model This Week