ଚକରା ଗ୍ୟାଙ୍ଗର ୨ ଲୁଟେରାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରି ଏହାକୁ ବିକ୍ରି କରୁଥିବା ଗ୍ୟାଙ୍ଗକୁ ତମୋଣ୍ଡା ଥାନା ପୋଲିସ ଗିରଫ କରିଛି । ଏଥିରେ ୨ ଲୁଟେରା ଓ ୩ ଜଣ ରିସିଭର ଅଛନ୍ତି । ଲୁଟେରା ଦ୍ୱୟ ହେଲେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଅଂଶୁମାନ ତ୍ରିପାଠୀ ଓରଫ ଆୟୁଷ ଏବଂ ୟୁନିଟ-୧ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ନିର୍ମଳ ରଣସିଂହ ଓରଫ ମିଥୁନ। ସେହିପରି ୩ଜଣ ରିସଭର ହେଲେ ଭୀମଟାଙ୍ଗି ଅଞ୍ଚର ଭରତ ସାହୁ, ତପନ ସାହୁ ଓ ଲୋକନାଥ ବେହେରା। ଏମାନଙ୍କଠାରୁ ୧୨ଟି ସୁନାଚେନ, ୨ମଙ୍ଗଳସୂତ୍ର ଜବତ କରାଯାଇଛି, ଯାହାର ଓଜନ ୧୦୧ ଗ୍ରାମ ୭୫୦ ମିଲିଗ୍ରାମ ବୋଲି ଜଣାପଡ଼ିଛି। ସେହିଭଳି ୮ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ତମାଣ୍ଡୋ ଥାନା ପୋଲିସ ଏକ ମାମଲା (ନଂ. ୧୨୫/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଲୁଟେରା ଦ୍ୱୟ ଚକରା ଗ୍ୟାଙ୍ଗରେ ସଂପୃକ୍ତ ଥିବା ପୋଲିସ କହିଛି।
ସୂଚନାନୁଯାୟୀ, ଗତ ୧୪ ତାରିଖରେ ତମାଣ୍ଡୋ ଥାନା ଅଞ୍ଚଳର ବାଞ୍ଛାନିଧି ତ୍ରିପାଠୀଙ୍କ ବୋହୁ କଳିଙ୍ଗ ବିହାରରୁ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ପଲସର ଗାଡ଼ି (ନଂ. ଓଡି-୦୨-ବିପି-୩୪୧୫)ରେ ଆସି ତାଙ୍କଠାରୁ ସୁନାଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଗାଡ଼ି ନମ୍ବରରେ ଟ୍ରେସ କରି ଆୟୁଷଙ୍କୁ ଧରିଥିଲେ। ପଚରାଉଚୁରା କରିବା ସମୟରେ ସେ ବିଭିନ୍ନ ଜାଗାରୁ ସୁନା, ମୋବାଇଲ ଫୋନ୍‌ ଆଦି ଲୁଟ କରି ଏହାକୁ ବିକ୍ରି କରିବା ପାଇଁ ଭରତ, ତପନ, ଲେକନାଥଙ୍କୁ କିଛି କମିଶନ ଦିଅନ୍ତି। ଫଳରେ ସେମାନେ ଏହି ଚୋରା ଜିନିଷକୁ ବିଭିନ୍ନ ବସ୍ତି ସମେତ ଦୋକାନରେ ବିକ୍ରି କରିଥାନ୍ତି ବୋଲି ସ୍ବୀକାର କରିଥିବା ପୋଲିସ କହିଛି। ପୋଲିସ ତତନ୍ତ କରି ୩ ରିସିଭରଙ୍କୁ ମଧ୍ୟ ଗିରଫ କରିଛି। ଅଂଶୁମାନ ଓ ମିଥୁନଙ୍କ ନାଁରେ କ୍ୟାପିଟାଲ, ଖାରବେଳନଗର, ଖଣ୍ଡଗିରି, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆଦି ଥାନାରେ ଅନେକ ମାମଲା ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ରାଜ୍ୟ ଅଭିଲେଖାଗାର

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ପୂର୍ବ ପିଢ଼ିର ପରିଚୟ ହେଉ ଅବା ଅତୀତର ପୃଷ୍ଠାକୁ ସଂରକ୍ଷିତ କରୁଥିବା ରାଜ୍ୟ ଅଭିଲେଖାଗାର ଆଜି ନାନା ଅବ୍ୟବସ୍ଥା ଘେରରେ ରହିଛି। ସମସ୍ୟାରୁ...

ପାନ ଦୋକାନୀରୁ ଓଏଏସ୍‌: ନାରାୟଣଙ୍କୁ ପୁରୁଷୋତ୍ତମପୁରରେ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୦।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ୫୧ ନଂ ର଼୍ୟାଙ୍କରେ ରହି ପୁରୁଷୋତ୍ତମପୁର ଲାଗି ଗୌରବ...

କୁନି ଛାତ୍ରଙ୍କ ଭିଡିଓ ଭାଇରାଲ ପରେ ଖୋଲୁଛି ସରକାରୀ ବିଦ୍ୟାଳୟର ଗୁମର

ବାଲେଶ୍ୱର ଅଫିସ,୧୯ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଛନ୍ତି  ତୃତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପଢ଼ିବାକୁ ଆସିଥିବା କୁନି ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ...

ନାକଚଣା ଦ୍ୱାର ସମ୍ମୁଖରେ ୩ ରଥ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ପ୍ରସ୍ତୁତ। ଦକ୍ଷିଣମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଦଣ୍ଡାୟମାନ। କେବଳ...

ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଥିବା ରାଜ୍ୟ...

ବିସ୍କୁଟ ଖାଇବା ପାଇଁ ଅଳି କରିବାରୁ ୮ ବର୍ଷର ଝିଅଙ୍କୁ ଚେଙ୍କ

ବ୍ରହ୍ମପୁର ଅଫିସ,୧୩ା୬: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାବତ ମା’ ନିଜ ମାନବିକତା ଭୁଲିଯାଇ ୮ବର୍ଷର ଶିଶୁକନ୍ୟାଙ୍କୁ ଅମାନବୀୟ ଦଣ୍ଡ ଦେଇଛନ୍ତି। ଶିଶୁଟିର...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

Advertisement
Archives

Model This Week