ପଥର ଟ୍ରକ୍‌କୁ ଅଟକାଇବାକୁ ଯାଇ ଅତିରିକ୍ତ ତହସିଲଦାର ହଟହଟା

ଭୁବନେଶ୍ୱର,(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.), ୨୦।୫: ଧଉଳି ଥାନା ଅନ୍ତର୍ଗତ ଦୟା ବ୍ରିଜ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣା ଘଟିଛି। ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌ ଏକ ବାଇକକୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ଶିଶୁ ବର୍ତ୍ତି ଯାଇଛନ୍ତି। ଆହତ ଜଣକ ହେଲେ ବାଲିପାଟଣା ଅଞ୍ଚଳର ଅନିଲ କୁମାର ଦାସ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଅଟକାଇଥିବାବେଳେ ଅତିରିକ୍ତ ତହସିଲଦାର ମିନାକ୍ଷୀ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଡ୍ରାଇଭରଙ୍କୁ ଗାଡ଼ି ସାଇଡ୍‌ କରି ପଥର ଚାଲାଣର କାଗଜ ଦେଖାଇବାକୁ କହିଥିଲେ। ଗାଡ଼ି ସାଇଡ୍‌ କରିବାର ସୁଯୋଗ ନେଇ ଡ୍ରାଇଭର ଟ୍ରକ୍‌ଟିକୁ ଦ୍ରୁତ ଗତିରେ ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ। ଟ୍ରକ୍‌ ଫେରାର ହୋଇଯିବା ଦେଖି ଲୋକମାନେ ଅତିରିକ୍ତ ତହସିଲ୍‌ଦାର ଏବଂ ପୋଲିସକୁ ଘେରିଯାଇଥିଲେ। ଟ୍ରକ୍‌ ଡ୍ରାଇଭରଙ୍କୁ ଜାଣିଶୁଣି ଅତିରିକ୍ତ ତହସିଲ୍‌ଦାର ଫେରାର କରିଥିବା ନେଇ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଘଟଣାସ୍ଥଳରେ ଅଧିକ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଅତିରିକ୍ତ ତହସିଲଦାରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ। ଏନେଇ ଆହତ ଅନିଲଙ୍କ ସ୍ତ୍ରୀ ମଧୁସ୍ମିତା ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଟ୍ରକ୍‌ ଧକ୍କା ଯୋଗୁ ସ୍ବାମୀ ଆହତ ହୋଇଥିବାରୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା (ନଂ ୧୦୬/୨୨) ରୁଜୁ କରି ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଏକ ଟ୍ରକ ବେଆଇନ ଭାବେ ମାଙ୍କଡ଼ାପଥର ଚୋରାଚାଲାଣ କରି ଉତ୍ତରାରୁ ଭୁବନେଶ୍ୱର ଆଡ଼କୁ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଅତିରିକ୍ତ ତହସିଲଦାର ମିନାକ୍ଷୀ ଟ୍ରକ୍‌କୁ ପିଛା କରୁଥିବା ଜାଣି ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡ଼ି ଚଲାଇଥିଲେ। ଏହି ସମୟରେ ସ୍ତ୍ରୀ ପିଲାଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ଅନିଲଙ୍କ ବାଇକ୍‌କୁ ଟ୍ରକ୍‌ଟି ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯିବାରୁ ଆହତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?