Posted inଜାତୀୟ

ଚନ୍ଦ୍ରକୁ ପ୍ରଥମ ମହିଳା ପଠାଇବେ ବେଜୋସ୍‌

ନୂଆଦିଲ୍ଲୀ, ୯।୧୨: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍‌’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି। ଏହି କମ୍ପାନୀ ଦ୍ୱାରା ନିର୍ମିତ ଲୁନାର ଲ୍ୟାଣ୍ଡର ୨୦୨୪ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ସମର୍ଥ। ଏନେଇ ନାସା ଖୁବ୍‌ ଶୀଘ୍ର ନିଷ୍ପତ୍ତି ଘୋଷଣା କରିବ। ପ୍ରଥମ ମହିଳାଙ୍କୁ ନେଇ ଚନ୍ଦ୍ରପୃଷ୍ଠକୁ ଯିବାକୁ ଥିବା ରକେଟ ଇଞ୍ଜିନ୍‌ (ବିଇ-୭) ପରୀକ୍ଷାର ଏକ ଭିଡିଓ ଶୁକ୍ରବାର ବେଜୋସ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିପାଇଁ ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ। ଏହା ତରଳ ଉଦ୍‌ଜାନ ଓ ତରଳ ଅମ୍ଳଜାନ ଇନ୍ଧନରେ ଚାଲିବାକୁ ଥିବା ଲୁନାର ଲ୍ୟାଣ୍ଡିଂ ଇଞ୍ଜିନ୍‌। ଏହା ସର୍ବାଧିକ ୧୦ ହଜାର ଆଇବିଏଫ୍‌ ଶକ୍ତି ସୃଷ୍ଟି କରିବ। ଏହା ବ୍ଲୁ ଅରିଜିନ୍‌ର ଜାତୀୟ ଟିମ୍‌ ଏଚ୍‌ଏଲ୍‌ଏସ୍‌ ଲୁନାର ଲ୍ୟାଣ୍ଡରକୁ ଶକ୍ତି ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଟ୍ରାଏଲ୍‌ ପ୍ରତିଷେଧକ ଟୀକାର ଉତ୍ପାଦନ ମେ ମାସରୁ: ଭାରତରେ ୧୦୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ନେଇ ଭାରତରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ପୁଣେ ସ୍ଥିତ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ...

୧୫୦ ବର୍ଷର ସୀମା ସଂଘର୍ଷ

ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍‌ ଉଗ୍ରରୂପ ଧାରଣ କରିଥିଲା। ଦୁଇ...

୨୯ରୁ ବଜେଟ ଅଧିବେଶନ ଆରମ୍ଭ, ଏପ୍ରିଲ ୮ରେ ଶେଷ

ନୂଆଦିଲ୍ଲୀ,୫।୧: ଚଳିତ  ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ...

ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ପାର୍ଲାମେଣ୍ଟ କମ୍ପିଲା

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଗୁରୁବାର ପ୍ରବଳ ହୋ-ହଲ୍ଲା କରିଥିଲେ।...

ଜମ୍ମୁ-କଶ୍ମୀରରୁ ୨ ଜୈଶ କର୍ମୀ ଗିରଫ

ଜମ୍ମୁ,୨୧।୯: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ପୋଲିସ ରେଡ୍‌ କରୁଥିବା ସମୟରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୨ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି।...

ଦୁର୍ଘଟଣାରୁ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ

ନୂଆଦିଲ୍ଲୀ,୧୮ା୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଜଣେ ଅଟୋ ଡ୍ରାଇଭର୍‌ ଓ ପୋଲିସ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ପୋଲିସ ଗାଡ଼ି ଓ ଅଟୋ ମଧ୍ୟରେ...

ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର

ନୂଆଦିଲ୍ଲୀ,୬।୧୦: ବହୁଦିନ ପରେ ସାଇବାବାଙ୍କ ଭକ୍ତ ମାନଙ୍କ ପାଇଁ ଏକ ଖୁସି ଖବର। କାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର । ଏ ନେଇ ସୂଚନା...

ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା

ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ...

Advertisement
Archives

Model This Week