ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର ଦୁଇଟି ବଡ଼ ଫାର୍ମରେ ନେଉଳକୁ କରୋନା ହୋଇଥିବା ଜଣାପଡିଛି। ଫଳରେ ଆମେରିକାର କୃଷି ବିଭାଗ ଉକ୍ତ ଫାର୍ମକୁ ବନ୍ଦ କରିଦେଇଛି। ଉହାଟର ଏହି ଫାର୍ମରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ମଣିଷଠାରୁ ପଶୁକୁ କରୋନା ହେବା ନଜିର ରହିଛି। କିନ୍ତୁ ସଂକ୍ରମିତ ପଶୁଠାରୁ ମଣିଷକୁ କରୋନା ହେବା ମାମଲା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ କରୋନା ଜୀବାଣୁ ପ୍ରଥମେ ବାଦୁଡିଠାରୁ ମାନବଙ୍କ ନିକଟକୁ ଆସିଥିଲା। ପରେ କୁକୁର ଏବଂ ବିଲେଇମାନେ ଏଥିରେ ସଂକ୍ରମିତ ହୋଇଥିଲେ। ନେଦରଲ୍ୟାଣ୍ଡ, ଡେନମାର୍କ, ସ୍ପେନରେ ନେଉଳକୁ କରୋନା ହୋଇଥିବା ଜଣାପଡିଥିଲା। କିନ୍ତୁ ଆମେରିକାରେ ଏହି ଜୀବମାନେ କିପରି ସଂକ୍ରମିତ ହେଲେ ତାହା ବୁଝାପଡୁନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। କରୋନା ଜୀବାଣୁ ନ ବ୍ୟାପିବା ପାଇଁ ନେଦରଲ୍ୟାଣ୍ଡରେ ୧ ମିଲିୟନରୁ ଅଧିକ ନେଉଳଙ୍କୁ ମାରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା...

ମାସୁଦ୍‌ ଆଝାର ରୋଗଗ୍ରସ୍ତ: ଅସଗରଙ୍କ ନିର୍ଦ୍ଦେଶରେ ସଂଗଠନ ହେଉଛି ପରିଚାଳିତ

ଇସଲାମାବାଦ୍‌,୧୦।୯: ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି।...

ଚାଇନା ଲଢ଼ିବା ପାଇଁ ପ୍ରସ୍ତୁତ

ତାଇପେଇ, ୧୧ା୪ : ତାଇଓ୍ବାନ୍‌ ଚାରିପଟେ ଚାଇନାର ତିନିଦିନିଆ ସମରାଭ୍ୟାସ ସୋମବାର ଶେଷ ହୋଇଛି। ସମରାଭ୍ୟାସ ଶେଷ ହେବା ପରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି...

ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ ପରିବର୍ତ୍ତନ କରିଥାଏ…

ରୋମ/ନୂଆଦିଲ୍ଲୀ,୨୯।୧୧: କରୋନା ମହାମାରୀର ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ପ୍ରଥମ ଚିତ୍ର ଜାରି କରାଯାଇଛି। କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ୍‌ ନିଜକୁ...

ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…

ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ...

ଅଶ୍ଳୀଳ ମେସେଜ୍‌ ପଠାଉଥିଲେ ବସ୍‌: ମହିଳା କର୍ମଚାରୀ କଲେ ଏପରି….

ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍‌ଙ୍କୁ...

ପଞ୍ଜାବରେ ପୈତୃକ ଗାଁ

ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍‌ ଶରିଫ୍‌ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍‌ରା ଗ୍ରାମ ଶେହବାଜ୍‌ ଓ ଭାଇ ନଓ୍ବାଜ ଶରିଫ୍‌ଙ୍କ...

୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ

ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍‌ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା...

Advertisement
Archives

Model This Week