Posted inଜାତୀୟ

ପ୍ରଥମଥର ମହମ୍ମଦ ୟୁନୁସଙ୍କ ସହ କଥା ହେଲେ ମୋଦି, ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନ ମାଧ୍ୟମରେ ପ୍ରଥମ ଥର ପାଇଁ ବାଂଲାଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ କଥା ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି। ଏହା ସହିତ ମହମ୍ମଦ ୟୁନୁସ ବାଂଲାଦେଶର ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିଛନ୍ତି।
ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ବାଂଲାଦେଶ ସରକାରଙ୍କ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଫୋନରେ କଥା ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଛି। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସେ ହିନ୍ଦୁ ଏବଂ ବାଂଲାଦେଶର ସମସ୍ତ ଅଳ୍ପସଂଖ୍ୟକର ସୁରକ୍ଷା ଏବଂ ନିରାପତ୍ତାକୁ ନିଶ୍ଚିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଦୁଇଥର ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି। ୭୮ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ କିଲାର ପ୍ରାଚୀରରୁ ବାଂଲାଦେଶୀ ହିନ୍ଦୁମାନଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ତାଙ୍କ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଡୋଶୀ ଦେଶ ଭାବରେ ମୁଁ ବାଂଲାଦେଶରେ ଯାହା ଘଟିଛି ତାହା ସହ ଜଡିତ ଚିନ୍ତାକୁ ବୁଝିପାରୁଛି। ମୁଁ ଆଶା କରୁଛି ଯଥାଶୀଘ୍ର ପରିସ୍ଥିତି ସ୍ବାଭାବିକ ହୋଇଯିବ। ବିଶେଷକରି ୧୪୦କୋଟି ଦେଶବାସୀ ସେଠାରେ ଥିବା ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ଚିନ୍ତିତ ଅଛନ୍ତି। ଭାରତ ସର୍ବଦା ଚାହୁଁଛି ଯେ ଆମର ପଡୋଶୀ ଦେଶ ସମୃଦ୍ଧତା ଏବଂ ଶାନ୍ତି ମାର୍ଗରେ ଅନୁସରଣ କରନ୍ତୁ। ଆମେ ଶାନ୍ତି ପାଇଁ ପ୍ରତିବଦ୍ଧ। ଆଗାମୀ ଦିନରେ ବାଂଲାଦେଶକୁ ଏହାର ବିକାଶ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇବା ଜାରି ରଖିବୁ, କାରଣ ଆମେ ସେହି ଲୋକ ଯେଉଁମାନେ ମାନବିକତାର କଲ୍ୟାଣ ବିଷୟରେ ଚିନ୍ତା କରନ୍ତି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ କରିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମହମ୍ମଦ ୟୁନୁସଙ୍କୁ ମଧ୍ୟ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନୂଆପଡ଼ା ସୁଆଦିଆ ଆତର ଚାହିଦା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ରାଜଧାନୀ ଭୁବନେଶ୍ୱରରେ ନୂଆପଡ଼ା ଆତର ଚାହିଦା ଦେଖିବାକୁ ମିଳିଛି। କୋମନା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରୁ ଯାଉଥିବା ସୁଆଦିଆ ଫଳ ଆତ (ରେକଟା, ବଡହଳ)…

ଦୀର୍ଘ ଅପେକ୍ଷାର ଅନ୍ତ! ୨୩୫ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ (ୟୁପିଏମ୍‌ପି) ଜରିଆରେ ମଧୁବାବୁ…

ଆସାମରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମୁହାଁମୁହିଁ, ଚାଲିଗଲା ୨୩ ଯାତ୍ରୀଙ୍କ ଜୀବନ

କାଜିରଙ୍ଗା,୧୩।୧୧: ଆସାମ କାଜିରଙ୍ଗାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…

ନୂଆ ଭତ୍ତାଧାରୀଙ୍କ ମୁହଁରେ ହସ, ଦୁଇ ମାସର ଟଙ୍କା ପ୍ରଦାନ

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ…

ଗୁଡ଼ାରି ବନ ବିଭାଗ ପକ୍ଷରୁ ବାଘଛାଲ ଜବତ, ୪ ଅଟକ

ଗୁଡ଼ାରି, ୧୩।୧୧ (ପ୍ରମୋଦ କୁମାର ପତି): ଗୁଡ଼ାରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ କର୍ଣ୍ଣପାଡ଼ୁ ଶିବ ମନ୍ଦିର ନିକଟରେ ବାଘଛାଲ ବିକ୍ରି…

ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର…

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?