ପ୍ରଥମେ ନୂଆ ରିଂ ରୋଡ୍‌, ବ୍ୟବସାୟୀଙ୍କୁ ଥଇଥାନ

କୋଣାର୍କ,୫।୨(ଡି.ଏନ୍‌.ଏ): ଖୁବଶୀଘ୍ର ବିଶ୍ୱ ପ୍ରସିଦ୍ଧ କୋଣାର୍କ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାରେ କାର୍ଯ୍ୟ ବଣ୍ଟନ କରାଯାଇଥିବାବେଳେ ଗୁରୁବାର ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୈଠକରେ ଉପସ୍ଥିତ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ, କୋଣାର୍କ ନଗର ଗଣେଶ କମିଟି, କୋଣାର୍କ ସୁରକ୍ଷା ସମିତି, ବିଭିନ୍ନ ସଂଗଠନର ସଭାପତି, ସମ୍ପାଦକ, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଜିଲାପାଳ କୋଣାର୍କ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଏହି ଯୋଜନାରେ ପ୍ରଥମେ ପ୍ରସ୍ତାବିତ ନୂଆ ୬ଲେନ ରିଂରୋଡ ନିର୍ମାଣ ଓ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ମାଧ୍ୟମରେ ଥଇଥାନ କରାଯିବ। ସୂର୍ଯ୍ୟମନ୍ଦିର ମୁଖ୍ୟ ପ୍ରବେଶ ପଥରୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ଆସନ୍ତା ୧୮ମାସ ପାଇଁ ଅନ୍ୟତ୍ର ଅସ୍ଥାୟୀ ଭାବେ ଥଇଥାନ କରାଯିବ। ପରେ ଆଇଓଏଫ ବସ୍‌ ପାକର୍ିଂ ସ୍ଥଳରେ ସ୍ଥାୟୀ ଭାବେ ଥଇଥାନ କରାଯିବ। ଏଥିପାଇଁ ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଆବଶ୍ୟକ। ସମସ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇ ସୂର୍ଯ୍ୟମନ୍ଦିର ସମ୍ମୁଖକୁ ନୂଆ ରୂପ ଦିଆଯିବ ବୋଲି ଜିଲାପାଳ ବର୍ମା ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ, ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଣାର୍କ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌ ଶ୍ରୀନିବାସ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା...

ବେଙ୍ଗାଲୁରୁରେ ଫସିଛନ୍ତି ୩୫ ଶ୍ରମିକ: ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ

କୃଷ୍ଣପ୍ରସାଦ, ୨୮ା୩(ନି.ପ୍ର.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ। ଗାଡ଼ିମୋଟର, ଟ୍ରେନ ସବୁ ବନ୍ଦ। ଏଭଳି ସ୍ଥିତିରେ ବେଙ୍ଗାଲୁରୁରେ ଫସିରହିଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦର ୩୫ଜଣ...

ଜିଲାସ୍ତରୀୟ ହକି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ରାଇକିଆ,୯।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବାଳିକା ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମରେ ସୋମବାର ଜିଲାସ୍ତରୀୟ ସମୂହ ବିଦ୍ୟାଳୟ ହକି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି।...

ଚାଉଳ ଦେଲେ କ’ଣ ହେବ, ପାଣି ନାହିଁ

ସମ୍ବଲପୁର,୧୫।୫ (ବ୍ୟୁରୋ): ଚାଉଳ ଦେଲେ କ’ଣ ହେବ, ପାଣି ଦିଅ। ନ ହେଲେ କିଭଳି ଭାତ ରୋଷେଇ ହେବ । ପ୍ରଥମେ ପିଇବାକୁ ପାଣି ତା...

ବାହାର ରାଜ୍ୟରେ ଫସିଛନ୍ତି ମୟୂରଭଞ୍ଜର ଶତାଧିକ ଯୁବକ

ବାରିପଦା ଅଫିସ, ୨୯ା୩- ମୟୂରଭଞ୍ଜ ଜିଲାର ବିିଭିନ୍ନ ଅଞ୍ଚଳରୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶତାଧିକ ଯୁବକ ଲକଡାଉନ ଯୋଗୁଁ ଫସି ରହିଛନ୍ତି। ଉଦ୍ଧାର...

ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ

କେନ୍ଦୁଝର,୧୫।୩ (ସ୍ବ.ପ୍ର.): ହରିଚନ୍ଦନପୁର ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ନିକଟରୁ ବୁଧବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର...

ଶେରଗଡ଼ ହାଟବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ

ଶେରଗଡ଼, ୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ହାଟବନ୍ଧରୁ ଶେରଗଡ଼ ପୋଲିସ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ହେଲେ ଉସ୍ତା ଗ୍ରାମର...

ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର।...

Advertisement
Archives

Model This Week