ପୂର୍ବରୁ ଗୁଳି, ଏବେ ଅଣଦେଖାର ଶିକାର

ଯାଜପୁର ଅଫିସ,୧୧ା୪: ଯାଜପୁର ଜିଲା ଦାନଗଦି ବ୍ଲକ ଅଧୀନ ବହୁ ଗ୍ରାମର ବାସିନ୍ଦା ପ୍ରଦୂଷଣ ଜ୍ୱାଳାରେ ବିସ୍ଥାପିତ ହୋଇ ଅନ୍ୟତ୍ର ରହିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଛି ରାଜ୍ୟ ସରକାରଙ୍କ ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତି। କାରଣ ଏହି ନୀତି ଅନୁଯାୟୀ ୧ା୧ା୨୦୦୫ରେ ତାଲିକାଭୁକ୍ତ ହୋଇଥିବା ପରିବାର ହିଁ ବିସ୍ଥାପନ ହୋଇପାରିବେ। ହେଲେ ସେତେବେଳେ ସେହି ତାଲିକାଭୁକ୍ତ ପରିବାରରେ ଥିବା ନାବାଳକମାନେ ଏବେ ସାବାଳକ ସାଜି ନୂଆ ପରିବାର ବସାଇଲେଣି। କିନ୍ତୁ ଏହି ନୂଆ ପରିବାରଗୁଡ଼ିକ ୨୦୦୫ ବିସ୍ଥାପନ ନୀତିର ସୁବିଧା ସୁଯୋଗରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ଶିଳ୍ପ ପ୍ରଭାବିତ ଗ୍ରାମଗୁଡ଼ିକରେ ଅସନ୍ତୋଷ ପ୍ରକାଶ ପାଇଛି।
୧୮ ବର୍ଷ ତଳର ବିସ୍ଥାପନ ନୀତିକୁ ଆପଣାଇ ସରକାର ସମ୍ପ୍ରତି ଯୁବବର୍ଗଙ୍କୁ ହତାଦର କରୁଛନ୍ତି। ତେଣୁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଆୟୋଜନ କରି ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତିର ପୁନର୍ବିଚାର ଓ ସଂଶୋଧନ କରିବାକୁ ଦାବି ହେଉଛି। ହେଲେ ୬ ବର୍ଷ ହେଲା ଆର୍‌ପିଡିଏସି ବୈଠକ ହେଉ ନ ଥିବାରୁ ୨୦୦୫ ବିସ୍ଥାପନ ନୀତିରେ ରହିଥିବା ପରିବାର ପ୍ରସ୍ତୁତି ନିର୍ଦ୍ଧାରିତ ତାରିଖ ୧ା୧ା୨୦୦୫କୁ ସଂଶୋଧନ କରାଯାଇପାରୁନାହିଁ। ଏନେଇ ଦାନଗଦି ବ୍ଲକ ଯଖପୁରା ପଞ୍ଚାୟତର କୁଡୁମୀସାହି ଏବଂ ଚାନ୍ଦିଆ ପଞ୍ଚାୟତର କଚେରିଗଁା, ଅରାସାହି ଓ ଟାଙ୍ଗରସାହି ଅଧିବାସୀଙ୍କ ପକ୍ଷରୁ ଦାବି ଓ ଆନ୍ଦୋଳନ କରାଯାଇଛି। କଟକ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ପକ୍ଷରୁ ଏ ସମ୍ପର୍କରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ କିଛି ସୁଫଳ ମିଳି ପାରିନାହିଁ। ଏହାକୁ ନେଇ ଅସନ୍ତୋଷ ତେଜୁଥିବାବେଳେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅନୁସଚିବ ପ୍ରବୀଣ କୁମାର ଚକ୍ର ଗତ ୪ ତାରିଖରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ଆରପିଡିଏସି ବୈଠକ ଶେଷ ଥର ପାଇଁ ୧୪ା୯ା୨୦୧୬ରେ ଅନୁଷ୍ଠିତ ହୋଇଥିଲା। କଟକଠାରେ ଆର୍‌ପିଡିଏସି ବୈଠକ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ତେବେ ତାହା ଲୁଚାଛପାରେ ହୋଇଥିବା ଅଭିଯୋଗ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆର୍‌ପିଡିଏସି ବୈଠକ ନହେବା ଶିଳ୍ପ ବିସ୍ଥାପିତଙ୍କ ପ୍ରତି ପ୍ରଶାସନର ସମ୍ବେଦନହୀନତା ବୋଲି ସବୁଠି ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ବର୍ଷରେ ଅନ୍ତତଃ ୪ ଥର ଆର୍‌ପିଡିଏସି ବୈଠକ ହେବା କଥା, କିନ୍ତୁ ୬ ବର୍ଷରୁ ଅଧିକ ହେଲା ଉକ୍ତ ବୈଠକ ହୋଇନାହିଁ। ଅପରପକ୍ଷରେ ବିସ୍ଥାପିତ ଓ ଜମିହରାଙ୍କ ଅସନ୍ତୋଷରୁ ବିଭିନ୍ନ କାରଖାନାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ କାରଖାନା ପ୍ରତିଷ୍ଠାରେ ବାଧା ସୃଷ୍ଟି ହେଉଥିଲେ ବି ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ।
ସୂଚନାଥାଉ କି, ଉପରୋକ୍ତ ୪ ଗ୍ରାମ ବିସ୍ଥାପିତ ହେବାକୁ ଥିବାରୁ ସେଠାରେ ବିକାଶ ପହଞ୍ଚତ୍ ପାରିନାହିଁ। ଫଳରେ ୨୮ ବର୍ଷ ହେଲା ଏହି ୪ ଗ୍ରାମର ବାସିନ୍ଦା ଶିଳ୍ପ ପ୍ରଦୂଷଣର ଜ୍ୱାଳାରେ ଦହଗଞ୍ଜ ହେବା ସହ ଅନୁନ୍ନତ ଅଞ୍ଚଳର ଅଧିବାସୀ ସାଜିଛନ୍ତି। ଏଭଳିସ୍ଥିତିରେ ଆର୍‌ପିଡିଏସି ବୈଠକ ନ ବସିବା ପ୍ରଶାସନର କମ୍ପାନୀ ପ୍ରୀତି ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରଙ୍କ ଗାଇଡ୍‌ଲାଇନ୍‌ ଅର୍ଥାତ୍‌ ୨୦୦୫ ବିସ୍ଥାପନ ନୀତି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ଏହାକୁ କେହି ସଂଶୋଧନ କରିପାରିବେ ନାହିଁ। ଏଥିରେ ଆର୍‌ପିଡିଏସିର କୌଣସି କର୍ତ୍ତୃତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri