ଏଇ ଭାରତରେ

ଜୀବନରେ ଘରପରିବାରକୁ ପଛ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ବାହାରି ଆସନ୍ତି ଅହମ୍ମଦାବାଦର ଏକ ଦମ୍ପତି। ଦୀପକ ଏବଂ ମଞ୍ଜୀର ଚାକିରି କରିଥିଲେ। ଅବସର ନେବା ପରେ ନିଜ ପରିବାର ସହ ଅସହାୟ ପିଲାମାନଙ୍କୁ ଯୋଡ଼ି ଦେଇଛନ୍ତି। ସେମାନେ କରୋନା ମହାମାରୀ ସମୟରେ ବି ଏଭଳି ପିଲାମାନଙ୍କ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତିଦିନ ୬ ଘଣ୍ଟା ସେମାନଙ୍କୁ ଅନଲାଇନରେ ପଢାଉଛନ୍ତି। ୩ୟରୁ ୧୦ମ ଶ୍ରେଣୀର ପିଲାମାନଙ୍କୁ ଯେଉଁମାନେ ଅର୍ଥାଭାବରୁ ସ୍କୁଲ ଯିବା ଲାଗି ଅକ୍ଷମ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଗରିବ ପିଲାଙ୍କୁ ପଢାଇବା ଲାଗି ସେମାନେ ଏବେ ଏହି ଅଭିଯାନ ଆରମ୍ଭ କରିନାହାନ୍ତି ବରଂ ୨୦୦୫ରୁ ‘ଦାଦା-ଦିଦି ବିଦ୍ୟା ପରବ’ ସଂସ୍ଥା ଗଢ଼ି ମାଗଣାରେ ପିଲାମାନଙ୍କୁ କୋଚିଂ ଦେଇ ଆସୁଛନ୍ତି। ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ପିଲା ଏଥିରେ ଉପକୃତ ହୋଇପାରିଛନ୍ତି।
ଏବେ ସେମାନେ ଅନଲାଇନରେ ୩୫ ଜଣ ପିଲାଙ୍କୁ ପଢାଉଛନ୍ତି। ସେମାନଙ୍କୁ ମୋବାଇଲ ରିଚାର୍ଜ ଭାଉଚର ବି ଯୋଗାଉଛନ୍ତି। ଦୀପକ ଗୁଜରାଟ ଷ୍ଟେଟ ଫାଇନାନ୍ସ କର୍ପୋରେଶରେ ୨୦୦୪ ପର୍ଯ୍ୟନ୍ତ ଚାକିରି କରିଥିଲେ ା ଅବସର ନେବାପରେ ସେ ଏହି ଅଭିଯାନ ଆରମ୍ଭ କରି ଗରିବ ପିଲାମାନଙ୍କୁ ଶିକ୍ଷାର ଧାରାରେ ଯୋଡିବାରେ ଲାଗିଛନ୍ତି। କୋଭିଡ୍‌ କଟକଣା ହଟିବା ପରେ ପୁଣି ତାଙ୍କ ଶିକ୍ଷାଦାନ ଅଭିଯାନକୁ ବ୍ୟାପକ କରିବେ ବୋଲି କହିଛନ୍ତି ଦୀପକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?