Posted inଖେଳ

୧୨୩ ବର୍ଷ ପୂର୍ବେ ଆଜିର ଦିନରେ ମରାଯାଇଥିଲା କ୍ରିକେଟ ଇତିହାସର ପ୍ରଥମ ଛକା: କିଛି ଏଭଳି ଥିଲା..

ନୂଆଦିଲ୍ଲୀ,୧୪।୧: ଖେଳଜଗତରେ ଏଭଳି ଅନେକ ଘଟଣା ଘଟେ ଯାହାକୁ ସହଜରେ ଭୁଲି ହୁଏନା। ସେଭଳି ଏକ ଘଟଣାକ୍ରମରେ କ୍ରିକେଟ ଇତିହାସରେ ଜାନୁୟାରୀ ୧୪ରେ ପ୍ରଥମ ଛକା ମରାଯାଇଥିଲା। ଆଜିଠାରୁ ୧୨୩ ବର୍ଷ ପୂର୍ବେ ୧୮୯୮ରେ କ୍ରିକେଟରେ ପ୍ରଥମ ଛକା ଦେଖିବାକୁ ମିଳିଥିଲା।

୧୯୭୭ରେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଥିଲା। ୧୮୯୮ର ଉକ୍ତ ମ୍ୟାଚ୍‌ ପର୍ଯ୍ୟନ୍ତ ମୋଟ ୫୪ ଟେଷ୍ଟ ଖେଳା ସରିଥିଲା। ହେଲେ କେହି ବି ଖେଳାଳି ଛକା ମାରି ନ ଥିଲେ। ଶେଷରେ ୫୫ତମ ମ୍ୟାଚ୍‌ରେ ଇଂଲଣ୍ଡ ସହ ଅଷ୍ଟ୍ରେଲିଆକୁ ଭେଟିଥିଲା। ଆଡିଲେଡ୍‌ରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଜୋ ଡାର୍ଲିଂ ନିଜର ଶତକ ପୂରଣ କରିବା ଲାଗି ଏକ ଶର୍ଟ ମାରିଥିଲେ। ତାହା ଛକା ହୋଇଥିଲା। ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନ୍‌ ଛକା ମାରିଥିବାରୁ ତାହା ସ୍ମରଣୀୟ ଥିଲା।

ତେବେ ସେହି ସମୟରେ ବଲ୍‌ ବାଉଣ୍ଡ୍ରି ବାହାରକୁ ଯାଉଥିଲେ ବ୍ୟାଟ୍ସମ୍ୟାନ୍‌ଙ୍କୁ ୫ ରନ୍‌ ମିଳୁଥିଲା। ହେଲେ ଷ୍ଟାଡିୟମ ବାହାରକୁ ବଲ୍‌ ଗଲେ ତାହା ଛକା ହେଉଥିଲା। ପରବର୍ତ୍ତୀ ସମୟରେ ନିୟମ ବଦଳିଛି। ଉକ୍ତ ମ୍ୟାଚ୍‌ରେ ଡାର୍ଲିଂ ୧୭୮ ରନ୍‌ କରିଥିଲେ। ସେଥିରେ ୨୬ ଚଉକା ଏବଂ ୩ ଛକା ଥିଲା। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେବା ସେତୁ କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣିଲେ ଉପଜିଲାପାଳ

ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳ ଲକ୍ଷ ଏବଂ ଜନସାଧାରଣଙ୍କ…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?