ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା

ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ ବିମାନଟି ଉଡ଼ାଣ କରି ୪୫ ମିନିଟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟରେ ହିସାରଠାରୁ ଡେରାଡୁନ୍‌ ମଧ୍ୟରେ ଏୟାର ଟ୍ୟାକ୍ସି ସେବା ଜାନୁୟାରୀ ୧୮ଠାରୁ ଆରମ୍ଭ କରାଯିବ। ସେହିପରି ଜାନୁୟାରୀ ୨୩ରେ ତୃତୀୟ ପର୍ଯ୍ୟାୟରେ ଚଣ୍ଡିଗଡ଼ରୁ ଡେରାଡୁନ୍‌ ଏବଂ ହିସାରଠାରୁ ଧର୍ମଶାଳା ପର୍ଯ୍ୟନ୍ତ ଏୟାର ଟ୍ୟାକ୍ସି ସୁବିଧା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଏହି ସେବା ଶିମଲା, କୁଲୁ ମନାଲି ଆଦି ଅଞ୍ଚଳରେ ମଧ୍ୟ ଉପଲବ୍ଧ ହେବ। ଏୟାର ଟ୍ୟାକ୍ସିରେ ପାଇଲଟ ଏବଂ ଅନ୍ୟ ୩ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଚଣ୍ଡିଗଡ଼ରୁ ହିସାର ଯିବା ପାଇଁ ଯାତ୍ରୀଙ୍କୁ ୧,୭୫୫ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଅନ୍‌ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ। ଏହି ସେବା ହରିୟାଣା ଝାଜରସ୍ଥିତ ବେରି ଗାଁର ବାସିନ୍ଦା କ୍ୟାପଟେନ୍‌ ବରୁଣ ସୁହାଗଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଦେଶର ୨୬ଟି ଭିନ୍ନ ଭିନ୍ନ ରୁଟ୍‌ରେ ଏୟାର ଟ୍ୟାକ୍ସି ସେବା ଉପଲବ୍ଧ କରାଇବା ଲାଗି ବରୁଣ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦ ହଜାର ମୁହାଁ ସୁନା ଦର

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା): ଦିନକୁ ଦିନ ସୁନାଦର ବଢ଼ିବାରେ ଲାଗିଛି। ଚଳିତ ମାସରେ ଭାରତୀୟ ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟରେ ୪ରୁ ୫ ହଜାର ଟଙ୍କା...

ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ...

ରାହୁଲଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ନିଯୁକ୍ତିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବୁ

ନୂଆଦିଲ୍ଲୀ,୨୯।୩: ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ...

ବିନା ଗ୍ୟାରେଣ୍ଟିରେ ଲୋନ୍‌ ନେବାକୁ ଚାହୁଁଛନ୍ତି କି? ସରକାରଙ୍କ ଏହି ଯୋଜନାରେ ମିଳିବ  ୧୦ ଲକ୍ଷ ଟଙ୍କା 

ନୂଆଦିଲ୍ଲୀ,୨୯।୩: ଗତ କିଛି ବର୍ଷ ଧରି ଦେଶରେ ଷ୍ଟାଟ୍‌ଅପ୍‌ର ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ଯୁବଗୋଷ୍ଠୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି। କ’ଣ ଆପଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଲା ଜାତିସଂଘ: ଆଶା କରୁଛୁ…

ଜାତିସଂଘ,୨୯।୩: ଭାରତରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ...

କୋର୍ଟଙ୍କ ବଡ଼ ରାୟ, ଅନୈତିକ ସମ୍ପର୍କର ଅଭିଯୋଗ ଥିଲେ ବି ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ ସ୍ତ୍ରୀ

ଭୋପାଳ,୨୯।୩: ବିବାହ ପରେ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମଧ୍ୟ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ। ଏନେଇ ବଡ଼ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ...

୨୦୦୪ରେ ଭାଜପାର ଏହି ହେଭିଓ୍ବେଟ୍‌ ନେତାଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ ଗୋବିନ୍ଦା, କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୨୯।୩: ୧୪ ବର୍ଷର ବଡ଼ ବ୍ୟବଧାନ ପରେ ଅଭିନେତା ଗୋବିନ୍ଦା ପୁଣିଥରେ ରାଜନୀତିକୁ ଫେରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ର ଠିକ୍‌ ପୂର୍ବରୁ ସେ ଦ୍ୱିତୀୟ...

ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri