Posted inଫୁରସତ

ପ୍ରଥମ ଟଙ୍କାରେ ହନୁମାନଙ୍କ ପାଖେ ଭୋଗ କରିଥିଲି: ଡା. ଶିବପ୍ରସାଦ

ଖୋର୍ଦ୍ଧା ଜିଲା କୁହୁଡ଼ି ନିକଟସ୍ଥ ଗଈନଡ଼ା ଗାଁରେ ମୋ ଜନ୍ମ। ଚିଲିକା ଉଚ୍ଚ ବିଦ୍ୟାପୀଠରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ବ୍ୟାଚଲର୍‌ ଅଫ୍‌ ଆୟୁର୍ବେଦ୍‌, ମେଡିସିନ ଆଣ୍ଡ ସର୍ଜରି (ବିଏଏମ୍‌ଏସ୍‌)କୋର୍ସ କଲି। ଏହା ଥିଲା ସାଢ଼େ ପାଞ୍ଚ ବର୍ଷିୟା ପାଠ୍ୟକ୍ରମ, ଯେଉଁଥିରେ ସାଢେ ଚାରି ବର୍ଷ ଆମକୁ ବିଭିନ୍ନ ବିଷୟ ଉପରେ ପଢ଼ିବାକୁ ପଡୁଥିଲା ଏବଂ ଶେଷ ବର୍ଷରେ ଆମର ଇଣ୍ଟର୍ନଶିପ୍‌ ହେଉଥିଲା। ପିଲାବେଳୁ ଯେହେତୁ ପାଠରେ ଭଲ ଥିଲି, ତେଣୁ ବିଏଏମ୍‌ଏସ୍‌ କୋର୍ସର ସବୁ ବିଷୟରେ ମୁଁ ଭଲ ମାର୍କ ରଖିଲି। ଏପରି କି ଗୋଟେ ବର୍ଷ ମୁଁ ୟୁନିଭର୍ସିଟି ଟପ୍ପର ବି ହୋଇଥିଲି। ଆଉ ସେହି ସମୟରେ ମୋତେ କନିକା ଆୟୁର୍ବେଦ ଫାଉଣ୍ଡେସନ୍‌ ତରଫରୁ ବେଷ୍ଟ ଷ୍ଟୁଡେଣ୍ଟ ଇନ୍‌ ଦ୍ରବ୍ୟଗୁଣ ସ୍କଲାର୍‌ ଆଓ୍ବାର୍ଡ ମିଳିଥିଲା। ବିଏଏମ୍‌ଏସ୍‌ କୋର୍ସ ସରିବା ପରେ ମୁଁ ଅଲ୍‌ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଶନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ଦେଇ ସର୍ବଭାରତୀୟ ସ୍ତରରେ ୨୭ତମ ସ୍ଥାନ ରଖିଲି ଏବଂ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ(ଯାହା ଏବେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟାଶନାଲ୍‌ ଇମ୍ପୋଟାନ୍ସ ଇନ୍‌ ଆୟୁର୍ବେଦ ଭାବେ ପରିଚିତ), ଜାମନଗରରେ ପିଜି ପାଇଁ ଆଡ୍‌ମିଶନ୍‌ ନେଲି। ଏହା ଥିଲା ୩ ବର୍ଷର କୋର୍ସ ଆଉ ପ୍ରଥମରୁ ହିଁ ମୋତେ ପ୍ରତିମାସ ପାଖାପାଖି ୪୨ ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ମିଳିଚାଲିଲା। ତେବେ ପ୍ରଥମ ମାସର ଷ୍ଟାଇପେଣ୍ଡ ପାଇଲା ପରେ ଜାମନଗରସ୍ଥିତ ଏକ ହନୁମାନ ମନ୍ଦିରରେ ମୁଁ ହଜାର ଟଙ୍କାର ଭୋଗ କରିଥିଲି। ତା’ପରେ ପ୍ରାୟ ୭୦% ଟଙ୍କା ଘରକୁ ବାପାଙ୍କ ପାଠକୁ ପଠାଇଥିଲି। କାରଣ ଆମେ ଥିଲୁ ୮ ଭାଇଭଉଣୀ (୬ଭଉଣୀ ଓ ୨ ଭାଇ)। ଭାଇମାନଙ୍କ ଭିତରେ ମୁଁ ଥିଲି ସବୁଠୁ ବଡ଼। ତେଣୁ ବାପାଙ୍କୁ ପରିବାର ଚଳାଇବାରେ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ ଥିଲା। ସେଥିପାଇଁ କେବଳ ଗୋଟିଏ ମାସ ନୁହେଁ ପ୍ରତିମାସ ଷ୍ଟାଇପେଣ୍ଡ ପାଇଲା ପରେ ମୁଁ ଘରକୁ ଟଙ୍କା ପଠାଉଥିଲି। ପିଜି ପରେ ମୁଁ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ରେ ଆପ୍ଲାଏ କରି ମେଡିକାଲ୍‌ ଅଫିସର୍‌ ଭାବେ ୨୦୧୭ରେ ଗଭର୍ନମେଣ୍ଟ ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ, ଗୋଳାବନ୍ଧ, କେନ୍ଦୁଝରରେ ନିଯୁକ୍ତି ପାଇଲି। ୨୦୧୮ରେ ଲେକ୍‌ଚରର୍‌ ଇନ୍‌ ଦ୍ରବ୍ୟଗୁଣ ପୋଷ୍ଟ ପାଇଁ ଏଣ୍ଟ୍ରାନ୍ସ ବାହାରିବାରୁ ସେଥିରେ ଆପ୍ଲାଏ କରି ଓଡ଼ିଶାରେ ଟପ୍ପର ହେଲି। ଆଉ ସେବେଠାରୁ ମୁଁ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଆଙ୍କୁଶପୁର, ବ୍ରହ୍ମପୁରର ଦ୍ରବ୍ୟଗୁଣ ବିଭାଗରେ ଅଧ୍ୟାପକ ସହିତ ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ କାର୍ଯ୍ୟ କରିଆସୁଛି। ଏ ତ ଥିଲା ମୋର ପାଠପଢା ଓ ଚାକିରି ଜୀବନ କଥା। ଏହାବାଦ୍‌ ଆୟୁର୍ବେଦ ଚିକିତ୍ସା ସମ୍ପର୍କିତ ପ୍ରାୟ ୧୦/୧୨ଟି ରିସର୍ଚ୍ଚ ଆର୍ଟିକିଲ୍‌ ମୋର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସାଇଣ୍ଟିଫିକ୍‌ ଜର୍ନାଲ୍‌ରେ ପ୍ରକାଶିତ ହୋଇସାରିଛି। ତା’ଛଡ଼ା କରୋନା କାଳରେ ସରକାରଙ୍କ ତରଫରୁ ମୋତେ ରୋଗୀମାନଙ୍କର ସେବା କରିବାର ସୁଯୋଗ ଦିଆଯାଇଥିବାରୁ ବି ମୁଁ ଖୁବ୍‌ ଖୁସି ଅଛି। କାରଣ ରୋଗୀ ସେବା ହିଁ ମୋର ଧର୍ମ ଆଉ କର୍ମ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri