Posted inଫୁରସତ

ଦରମା ଟଙ୍କାରେ ବହି କିଣୁଥିଲି: ଲକ୍ଷ୍ମୀଧର ମହାରଣା

କଟକର ଟାଙ୍ଗୀ ଅଞ୍ଚଳରେ ମୋ ଜନ୍ମ। ଟାଙ୍ଗୀ ବିଦ୍ୟାପୀଠରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ବେଶ୍‌ କିଛିଦିନ ଘରେ ରହି ଇଂଲିଶର ବିଭିନ୍ନ ପୁସ୍ତକ ଆଣି ପଢାପଢି କରୁଥିଲି। କାରଣ ସେ ସମୟରେ ଇଂଲିଶରେ ମୁଁ ଟିକେ ଦୁର୍ବଳ ଥିଲି। ତା’ପରେ ମୋତେ ଶିକ୍ଷକତା କରିବା ପାଇଁ ସୁଯୋଗ ମିଳିଲା। ଦୁଇ ବର୍ଷ ଟ୍ରେନିଂ ନେବା ପରେ ୧୯୭୯ରେ ପ୍ରତାପନଗରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ପୋଷ୍ଟିଂ ହୋଇଥିଲା। କିଛିଦିନ ପରେ ମୋର ବଦଳି ହେଲା ଆଉ ମୁଁ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ଜୟପୁର ପ୍ରାଥମିକ ବିଦ୍ୟାଳୟରୁ ୨୦୧୨ରେ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ରି ଭିତରେ ମୁଁ ପ୍ରାଇଭେଟ୍‌ରେ ପଢି ବି.ଏ. ପାସ୍‌ କରି ସାରିଥିଲି। ତେବେ ଚାକିରି କରିବା ପୂର୍ବରୁ ମୋର ସାହିତ୍ୟ ପ୍ରତି ବେଶ୍‌ ଆଗ୍ରହ ବଢ଼ିସାରିଥିଲା। ମୁଖ୍ୟତଃ କବିତା ଲେଖିବା ସହ ବିଭିନ୍ନ ପ୍ରକାରର ବହି ଖାସ୍‌କରି କବିତା, ଆଲୋଚନା ତଥା ଧର୍ମକଥା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରି ପଢୁଥିଲି। ଆଉ ଚାକିରି କରିବା ପରେ ଏହି ଅଭ୍ୟାସ ମୋର ଆହୁରି ବଢ଼ିଗଲା। ପ୍ରତିମାସ ଦରମା ପାଇବା ମାତ୍ରେ କଟକ ଯାଇ ଗୁଡ଼ାଏ ବହି କିଣିଆଣି ପଢ଼ାପଢ଼ି କରୁଥିଲି। ତା’ସହିତ ଘରକୁ ବି କିଛି ଟଙ୍କା ଦେଉଥିଲି। କାରଣ ଘରର ଆର୍ଥିକାବସ୍ଥା ସେତେ ଭଲ ନ ଥିଲା। ବାପା ଶଗଡ଼ ଚକ ତିଆରି କରି ବହୁ କଷ୍ଟରେ ପରିବାର ଚଳାଉଥିଲେ। ଚାରି ଭାଇଭଉଣୀ (ତିନି ଭାଇ ଓ ଗୋଟେ ଭଉଣୀ) ମଧ୍ୟରେ ଯେହେତୁ ମୁଁ ବଡ଼ ଥିଲି, ତେଣୁ ବାପାଙ୍କୁ ସାହାଯ୍ୟ କରିବାକୁ ପ୍ରତିମାସ ଦରମା ଟଙ୍କାରୁ ଅଧା ଘରେ ଦେଇ ଦେଉଥିଲି। ଏମିତି ଭାବେ ସମୟ ଗଡିଚାଲିଲା, ଆଉ ତା’ସହିତ ତାଳଦେଇ ଲେଖାଲେଖିର ଧାରା ବି ମୋର ଆଗେଇଲା। ବିଶେଷକରି କବିତା, ଧର୍ମକଥା, ସନେଟ୍‌ (୧୪ଟି ଧାଡି ଭିତରେ ସୀମିତ କବିତା) ଲେଖା ମୁଁ ବହୁତ ଲେଖିଲି। ପିଲାଦିନେ ଅନେକ ପାଲା ଦେଖୁଥିଲି ଆଉ ଶୁଣୁଥିଲି, ଧୀରେ ଧୀରେ ପାଲା ସାହିତ୍ୟ ପ୍ରତି ଆକୃଷ୍ଟ ହେଲି। ତା’ସହିତ ଆମ ଘର ପାଖରେ ଗୋଟିଏ ଆଶ୍ରମ ଥିଲା, ସେଠାରେ ବାବାଜୀ ବୈଷ୍ଣବ ଚରଣ ଦାସ ନାମରେ ଜଣେ ସାଧୁ ରହୁଥିଲେ। ସେ ଅନେକ ବହି (ବିଶେଷକରି କବିତା) ଲେଖିଥିଲେ। ତାଙ୍କରି ସଂସ୍ପର୍ଶରେ ଆସି ମୋ ଭିତରେ ବି କବିତା ଲେଖିବାକୁ ଆଗ୍ରହ ସୃଷ୍ଟି ହୋଇଥିଲା। ୯ମ ଶ୍ରେଣୀରୁ ମୁଁ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲି। ସେତେବେଳେ ଭକ୍ତି କବିତା ଲେଖୁଥିଲି। ପରେ ପ୍ରେମ, ସାମାଜିକ ଚିନ୍ତା, ସନେଟ୍‌ କବିତା ଲେଖିବା ଆରମ୍ଭ କରିଥିଲି। ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିବା ପରେ ଶିଶୁ କବିତା ଲେଖିବାର ଧାରା ମୋର ଆରମ୍ଭ ହୋଇଥିଲା। ୟା’ଭିତରେ ୫୦୦ରୁ ଊର୍ଦ୍ଧ୍ୱ ଶିଶୁ କବିତା ମୁଁ ଲେଖିସାରିଛି; ତନ୍ମଧ୍ୟରୁ ଅଧିକାଂଶ କବିତା ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇସାରିଛି। ଏପରି କି ‘କୁନି ରାଇଜର ବଗୁଲା ବଗୁଲି’ ନାମରେ ଏକ କବିତା ସଂକଳନ ବି ମୋର ପ୍ରକାଶିତ ହୋଇଛି। ତା’ସହିତ ବିଭିନ୍ନ ପର୍ବପର୍ବାଣି, ବିଭିନ୍ନ ଦିବସ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ଆଧାର କରି ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସନେଟ୍‌ ବି ମୁଁ ଲେଖିଛି। ସେହିପରି ଧର୍ମକଥା ସମ୍ବନ୍ଧୀୟ ଅନେକ ଲେଖା ବି ଲେଖିଛି ଆଉ ତାହା ଖବରକାଗଜରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ବି ମିଳିସାରିଛି। ରାଜମହିସୀ ନାମରେ ଏକ ଅନୁବାଦ ଉପନ୍ୟାସ ବି ଲେଖିଛି। ତେବେ ‘ଯେ ଗୀତ ଗାଇଲି’ ଓ ‘ଶୁଷ୍କ ସିନ୍ଧୁ’ ନାମରେ ଦୁଇଟି ସନେଟ୍‌ ସଂକଳନ ଚାକିରି ସମୟରେ ପ୍ରକାଶ କରିଥିଲି। ଆଉ ଚାକିରିରୁ ଅବସର ପରେ ‘ବାନପ୍ରସ୍ଥି ଦର୍ଶନ’ (କବିତା ସଂକଳନ) ‘ଅବ୍ୟକ୍ତ ଆର୍ତ୍ତନାଦ’ (ସନେଟ୍‌ ସଂକଳନ), ‘ମହାବାହୁ’ (ଭକ୍ତି କବିତା ସଂକଳନ), ‘ଆଲୋକିତ ଉପବନ’ (ଚୁନା କବିତା ସଂକଳନ) ନାମରେ ୪ଟି ପୁସ୍ତକ ମୋର ଗ୍ଲସି ପେପର୍‌ରେ ପ୍ରକାଶିତ ହୋଇଛି। ଲେଖାଲେଖି ବ୍ୟତୀତ କବିତା ଆବୃତ୍ତି କରିବାରେ ବି ମୋର ବେଶ୍‌ ନା ରହିଛି। ସେଥିପାଇଁ ମୋତେ ‘ପରଭୃତ’ ନାମରେ ଏକ ଉପନାମର ଆଖ୍ୟା ମିଳିଛି। ତା’ଛଡ଼ା ଡାଳିଯୋଡା ସାହିତ୍ୟ ସଂସଦ, ଚୌଦ୍ୱାର ସାହିତ୍ୟ ସଂସଦ, ଉତ୍କଳ ସାହିତ୍ୟ ସମାଜ ଏବଂ ଓଡ଼ିଶା ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀର ମୁଁ ଆଜୀବନ ସଦସ୍ୟ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri