Posted inଫୁରସତ

ମୋ ବୋଉ ହାତରେ ମୋ ପ୍ରଥମ ଦରମା

ଆମ ପରିବାର ଏକ ନିମ୍ନ ମଧ୍ୟବିତ୍ତ ପରିବାର। କୃଷି ଥିଲା ଆମ ଅର୍ଥନିତୀର ମୁଖ୍ୟ ମାଧ୍ୟମ। ବାପା ଥିଲେ ଜଣେ ଭଲ ଚାଷୀ। ମୋତେ ୧୮ବର୍ଷ ବେଳେ ବାପାଙ୍କର ଦେହାନ୍ତ ହେଲା ହୃଦ୍‌ଘାତରେ। ଏହାପରେ କଷ୍ଟେମଷ୍ଟେ ପରିବାର ଆଗକୁ ଗଡ଼ି ଚାଲିଲା। ୧୯୯୪ ମସିହା ଅକ୍ଟୋବର ୧୭ରେ ମୁଁ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଯୋଗଦେଲି। ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ଅଧିନରେ ଅନୁଷ୍ଠିତ ଚୟନ ଆଧାରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ମୁଁ ପ୍ରଥମେ ଯୋଗଦେଲି କଟକରେ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଆମେ ଚୟନ ହେବା ପରେ ସମସ୍ତ ନୂତନ ଅଧିକାରୀମାନଙ୍କୁ ଏକ ୧୦ ଦିନିଆ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ପରେ ଆମମାନଙ୍କୁ ବିଭିନ୍ନ ସ୍ଥାନରେ ପୋଷ୍ଟିଂ ଦିଆଗଲା। ମୋର ପୋଷ୍ଟିଂ କଟକ ସଦର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଆଦେଶ ହେଲା। ଯଦିଓ ଏହି ପଦଟି ଉପଖଣ୍ଡ ଭାବେ ସଦର ଉପଖଣ୍ଡକୁ ବୁଝାଉଥିଲା, ତେବେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିବର୍ତ୍ତେ ମୋର କାର୍ଯ୍ୟାଳୟ ରହିଥିଲା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଟକଙ୍କ ଅଧିନରେ। ଯାହା କଟକ ଜିଲାପାଳଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଅବସ୍ଥିତ ଥିଲା। ସେତେବେଳେ ନଗଦ ଆକାରରେ ଦରମା ମିଳୁଥିଲା। ଅଧିକାରୀ ବା କର୍ମଚାରୀ ଆକ୍ୟୁଟାନ୍ସରେ ରେଭିନ୍ୟୁ ଷ୍ଟାମ୍ପ ମାରି ଦରମା ନେଉଥିଲେ। ମୁଁ ବି ପ୍ରଥମ ଦରମା ନଗଦ ଆକାରରେ ଗଣି ଗଣି ନେଲାବେଳେ ବେଶ୍‌ ଆନନ୍ଦ ଲାଗିଲା। ପିଲାବେଳେ ପଢିଥିବା କଥା ମନେ ପଡିଗଲା। ”ପାଣି ପିଇବ ଛାଣି ପଇସା ନେବ ଗଣି।“
ସେତେବେଳେ ଆମ ବେସିକ ବା ମୂଳ ଦରମା ୧୪୦୦ ଟଙ୍କା ଥିଲା। ତା’ସହ ମିଶିବ ଡି.ଏ, ଘରଭଡା ବା ଏଚ.ଆର.ଏ। ମୁଁ ଯେହେତୁ ଜଏନ କରିଥିଲି ୧୭ ତାରିଖରେ ତେଣୁ ହିସାବ ଅନୁଯାୟୀ ମାସ ଶେଷରେ ମିଳିଲା ୧୩୮୨ ଟଙ୍କା। ପ୍ରଥମ ଦରମା ହୃଦୟରେ ସ୍ପନ୍ଦନ ବୃଦ୍ଧି ସହ ଶିହରଣ ଖେଳେଇ ଦେଲା। ପ୍ରଥମ ଦରମା ଦେଲି ବୋଉ ହାତରେ। ବୋଉ ପରଦିନ ଆମ ଗାଁ ଠାକୁରାଣୀ ଦକ୍ଷିଣେଶ୍ୱରୀଙ୍କ ଗାଧୁଆ ଓ ପୂଜାର ବ୍ୟବସ୍ଥା କରିଥିଲା। ତା’ସହିତ ପରଦିନ ଅଫିସ ଗଲାବେଳେ ବୋଉ ନିର୍ଦ୍ଦେଶରେ କିଛି ଟଙ୍କାରେ ନିମାପଡାରୁ ଛେନାଝିଲ୍ଲି କିଣିକି ନେଇଥିଲି ଅଫିସ୍‌ ଷ୍ଟାଫଙ୍କ ପାଇଁ। ପରବର୍ତ୍ତୀ ମାସ ଦରମାରେ ପରିବାରର ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର କିଣିଥିଲି। ଆଜି ହୁଏତ ଦରମା ବଢିଛି। ହେଲେ ନଗଦରେ ହାତକୁ ଆସୁନାହିଁ। ବ୍ୟାଙ୍କ ଖାତାରେ ଜମା ହୋଇଯାଉଛି। କିନ୍ତୁ ସେତେବେଳେ ଦରମା ନେଲା ଦିନ ଗୋଟେ ଖୁସିର ମାହୋଲ ରହୁଥିଲା। ମାସର ୧ ବା ୨ ତାରିଖରେ ହାତରେ ନଗଦ ଦରମା ସତେଜ ଫୁଲ ଉପରେ କାକର ବିନ୍ଦୁ ଭଳି ଖୁସିରେ ଝଲସି ଉଠୁଥିଲା। ଆଉ ମାସ ଶେଷ ବେଳକୁ ଯେତେବେଳେ ପଇସା ସରିଯାଉଥିଲା ସମସ୍ତଙ୍କ ମୁହଁ ଫୁସ୍‌କା ବେଲୁନ ଭଳି ଶୁଖିଲା ଦିଶୁଥିଲା। ଏ ତ ଗଲା ରୋଜଗାରର କଥା। ଏହାବ୍ୟତିତ ଲେଖାଲେଖିରେ ରୁଚି ଥିବାରୁ ୟା’ ଭିତରେ ମୋ ଲିଖିତ ଅନେକ କ୍ଷୁଦ୍ରଗଳ୍ପ ଓ କବିତା ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶ ପାଇ ମୋତେ ବହୁ ପାଠକୀୟ ପ୍ରଶଂସା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?