Posted inଫୁରସତ

ପ୍ରଥମ ଦରମା ଟଙ୍କାରେ ମନଭରି ଖାଇଥିଲି: ପାର୍ଥସାରଥି ରାଉତ

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଶାଳିଅଞ୍ଚ ଗାଁରେ ମୋ ଜନ୍ମ। ଜଗମୋହନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସାଲେପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ତିର୍ତ୍ତୋଲ କଲେଜରୁ ଭୂତତ୍ତ୍ୱ ବିଜ୍ଞାନ ସମ୍ମାନରେ ଯୁକ୍ତ ତିନି ପାସ୍‌ କରି ସାରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପି.ଜି. କଲି। ଏହାପରେ ଦୁଇବର୍ଷ ବିଭିନ୍ନ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଆଉ ତା’ରି ଭିତରେ ହିଁ ମୋତେ ବଳଦେବ ଜିଉ କଲେଜ ଅଫ୍‌ ଏଜୁକେଶନରେ ଅଧ୍ୟାପକ ଭାବେ ଚାକିରି ମିଳିଗଲା। ସେତେବେଳେ ଏହି କଲେଜଟି ମ୍ୟାନେଜ୍‌ମେଣ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ଦରମା ବି ବେଶି ନ ଥିଲା। ମାତ୍ର ଦୁଇ ହଜାର ଟଙ୍କା ଥିଲା ମୋ ଦରମା, ସେ ପୁଣି କ୍ୟାଶ୍‌ରେ ମିଳୁଥିଲା। ତେବେ ମୁଁ ଏକା ନ ଥିଲି, ଉକ୍ତ କଲେଜରେ ଚାକିରି କରୁଥିବା ଅନ୍ୟ ନଅଜଣ ଅଧ୍ୟାପକ ଓ ଅଧ୍ୟାପିକା ବି ସେ ଥରକ ନୂଆକରି ଦରମା ପାଇଥିଲେ। ତେଣୁ ସମସ୍ତେ ମିଶି ପ୍ଲାନିଂ କଲୁ ଦରମା ଟଙ୍କାରେ ଆଗେ ପେଟ ଭରିକି ଖାଇବୁ। ଯେହେତୁ ଦରମା ମିଳିଲା ବେଳକୁ ଅପରାହ୍ନ ୪.୩୦ ହୋଇଯାଇଥିଲା, ତେଣୁ କଲେଜ ପାଖ ଏକ ଟିଫିନ୍‌ ସେଣ୍ଟରକୁ ଯାଇ ମନଭରି ଆମେ ବରା, ସିଙ୍ଗଡ଼ା, ଛେନାପୋଡ଼ ଆଦି ଖାଇଥିଲୁ। ସମସ୍ତେ ଏକାଠି ଖାଇଥିଲେ ହେଁ ସେଦିନ ଜଣେ ଯେହେତୁ ସମସ୍ତଙ୍କର ପଇସା ଦେଇ ଦେଇଥିଲେ, ତେଣୁ ଆମର ନିଷ୍ପତ୍ତି ହେଲା, ଏମିତି ଦଶଦିନ ଯାକ ପାଳିକରି ଜଣେ ଜଣେ ପଇସା ଦେବେ ଆଉ ସମସ୍ତେ ଏମିତି ଏକାଠି ଟିଫିନ୍‌ କରିବେ। ସେୟା ହିଁ ହେଲା, ଦଶଦିନ ଏମିତି ଖୁସିରେ ବିତିଗଲା। ଅବଶ୍ୟ ତାରି ଭିତରେ ଆମେ ଗୋଟେଦିନ ସମସ୍ତେ ସାଙ୍ଗହୋଇ ସିନେମା ଦେଖିବାକୁ ମଧ୍ୟ ଯାଇଥିଲୁ। ଏହାପରେ ମୁଁ ଘରକୁ ଯେବେ ଛୁଟିରେ ଗଲି ବାପାଙ୍କ ହାତରେ ହଜାରେ ଟଙ୍କା ଦେଇଥିଲି; ସେଦିନ ବାପା ବହୁତ ଖୁସି ହୋଇଥିଲେ। ହେଲେ ବାପା ଯେହେତୁ ଶିକ୍ଷକତା କରୁଥିଲେ ଆଉ ପରିବାର ସମ୍ଭାଳୁଥିଲେ, ତେଣୁ ସେ ଜାଣିପାରିଥିଲେ ମାତ୍ର ଦୁଇ ହଜାର ଟଙ୍କା ଦରମା ପାଇ ବାହାରେ ଚଳିବା କେତେ କଷ୍ଟ। ସେଥିପାଇଁ ଘରୁ ଫେରିଲା ବେଳକୁ ମୁଁ ଦେଇଥିବା ହଜାରେ ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ସେ ମୋ ହାତରେ ଧରାଇ ଦେଇଥିଲେ। ଉକ୍ତ କଲେଜରେ ଦୁଇବର୍ଷ ଅଧ୍ୟାପନା କରିବା ପରେ ଚାକିରି ଛାଡ଼ିଦେଲି। ଯେହେତୁ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ମୋର ଜାରି ରହିଥିଲା ଆଉ କେତେଥର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇସାରିଥିଲି, ତେଣୁ ପିଲାମାନଙ୍କୁ କମ୍ପିଟେଟିଭ୍‌ କୋଚିଂ ଦେବା ପାଇଁ ଭୁବନେଶ୍ୱର ଚାଲି ଆସିଲି। ବେଶ୍‌ କିଛିଦିନ ଏହି କ୍ଷେତ୍ରରେ କାମ କରିବା ପରେ ସାହିତ୍ୟ ସାଧନା ପ୍ରତି ମୋର ଆବେଗ ଖୁବ୍‌ ବଢ଼ି ଯାଇଥିଲା। ତେବେ ସ୍କୁଲ୍‌, କଲେଜବେଳେ ମୁଁ ଗପ, କବିତା ବହୁତ ପଢୁଥିଲି। କ୍ରମେ ନିଜେ ଲେଖିବାକୁ ମଧ୍ୟ ଆରମ୍ଭ କଲି। ଯୁକ୍ତ ଦୁଇରେ ପଢ଼ିଲାବେଳେ ମୋର ଏକ କବିତା ପ୍ରଥମ କରି ଖବରକାଗଜରେ ପ୍ରକାଶ ପାଇଲା। ବାସ୍‌ ତା’ପରଠୁ ମୁଁ ଗୋଟେ ପରେ ଗୋଟେ କବିତା, ଗପ ଓ ଉପନ୍ୟାସ ଲେଖିଚାଲିଲି। ୟା’ଭିତରେ ମୁଁ ପ୍ରାୟ ୬୦/୭୦ଟି କବିତା ଲେଖିସାରିଲିଣି; ତନ୍ମଧ୍ୟରୁ ପ୍ରାୟ ୨୦ଟି କବିତା ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ରେ ପ୍ରକାଶିତ ହୋଇସାରିଲାଣି। ସେହିପରି ମୋ ଲିଖିତ ପ୍ରାୟ ୬୫ଟି ପ୍ରକାଶିତ ଗପକୁ ନେଇ ‘ରୁଟି’ ନାମକ ଏକ ଗଳ୍ପ ସଂକଳନ ମଧ୍ୟ ମୋର ପ୍ରକାଶ ପାଇସାରିଲାଣି। ଅନ୍ୟପକ୍ଷେ ମୋର ଏକ ଉପନ୍ୟାସ ପୁସ୍ତକ ‘ଶିଡ଼ି’ ବି ପ୍ରକାଶିତ ହୋଇସାରିଲାଣି। ତେବେ ମୋ ଲେଖାଗୁଡ଼ିକ ମୁଖ୍ୟତଃ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୀବନରେ ସଂଘର୍ଷ, ବାସ୍ତବତା ତଥା ପ୍ରେମ ଉପରେ ପର୍ଯ୍ୟବସିତ ହୋଇଥାଏ। କେବଳ ଗପ, କବିତା, ଉପନ୍ୟାସ ନୁହେଁ, ଭୂତତ୍ତ୍ୱ ବିଜ୍ଞାନ ସମ୍ବନ୍ଧୀୟ ମୋର ଅନେକ ଲେଖା ମଧ୍ୟ ବିଭିନ୍ନ ଜର୍ନାଲ୍‌ରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଗାଁର ମହିଳା ସବୁବେଳେ ରୁହନ୍ତି ସଧବା

ମଧ୍ୟ ପ୍ରଦେଶ ମଣ୍ଡଲା ଜିଲାରେ ଥିବା ଏକ ଗାଁରେ ରହିଥିବା ପରମ୍ପରା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଆଜିବି ଏହି ପରମ୍ପରାକୁ ପାଳି...

ଜଙ୍ଗଲରେ ଦୋଳି ଖେଳୁଥିଲା ହାତୀ… ପରେ ଘଟିଲା କିଛି ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ପଶୁ ପକ୍ଷୀଙ୍କ ଭିଡିଓ ଅନ୍ୟତମ। କେତେବେଳେ ମାଙ୍କଡମାନଙ୍କ ଦୁଷ୍ଟାମି ତ କେତେବେଳେ ସେମାନଙ୍କ...

ଏଇ ତ ପ୍ରେମ

ସତରେ ପ୍ରେମ ଶାଶ୍ୱତ। କେତେବେଳେ କିଏ ମନରେ ଘର କରିଯାଏ ତାହା କହି ହୁଏନା। ଏଥିରେ ଜାତି, ରଙ୍ଗ, ରୂପ ବି ଦେଖାଯାଏନା। ଠିକ୍‌ ଯେମିତି...

ଏମିତି ଜଣେ ମହିଳା, ଯିଏ ଅନ୍ତର୍ଜାତୀୟ ଭ୍ରମଣରେ ଆବଶ୍ୟକ କରନ୍ତି ନାହିଁ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ।...

ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ।...

ଦୀପାବଳି ଆନନ୍ଦରେ ଭ୍ରମଣ

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। କେହି କେହି ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦୁଆର, ରାସ୍ତାଘାଟ ସଜାଇବା ସହ...

ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧୁରୀ...

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ...

Advertisement
Archives

Model This Week