Posted inଫୁରସତ

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯ ପୁଅଝିଅ(୭ ଝିଅ ଓ ୨ ପୁଅ)ଙ୍କ ମଧ୍ୟରୁ ମୁଁ ହେଲି ୬ ନମ୍ବର। ମାମା ଯେହେତୁ ଭଲ ଗୀତ ଗାଉଥିଲେ ଆଉ ବାବା ଶିକ୍ଷକତା କରିବା ସହ ଲେଖାଲେଖିରେ ରୁଚି ରଖୁଥିଲେ, ତେଣୁ ପିଲାଦିନରୁ ମୋ ଭିତରେ ବି ସେହି ଦିଗ ପ୍ରତି ଆଦର ଆସି ଯାଇଥିଲା। ପାଠପଢ଼ା ସହ ଗୀତ ଗାଇବା ତଥା ସ୍କୁଲ ଓ ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟକରେ ନୃତ୍ୟ ପରିବେଷଣ କରି ଖୁବ୍‌ ପ୍ରଶଂସା ସାଉଁଟୁଥିଲି, ସେ ପୁଣି ବିନା ପ୍ରଶିକ୍ଷଣରେ। କେବଳ ସେତିକି ନୁହେଁ, ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ବି ମୁଁ ଖୁବ୍‌ ନିପୁଣା। ସେଥିପାଇଁ ବାବାଙ୍କର ଜଣେ ସାଙ୍ଗ ମୋ ନାଁ ଆର୍ଟ କଲେଜରେ ଲେଖାଇ ଦେବାକୁ ପରାମର୍ଶ ଦେଇଥିଲେ। ବାବା ବି ତାଙ୍କ କଥା ମାନି ମୋର ଆଡ୍‌ମିଶନ ଆର୍ଟ କଲେଜରେ କରାଇବାକୁ ଯାଇଥିଲେ, ହେଲେ ସେ ସମୟରେ କିଛି ଗୋଟେ ଅସୁବିଧା ହେବାରୁ ମୋର ସେଠାରେ ଆଡ୍‌ମିଶନ ହୋଇପାରି ନ ଥିଲା। ତେଣୁ ବାଧ୍ୟହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ମୁଁ ଆଡ୍‌ମିଶନ ନେଇ ପଢ଼ିଲି ଆଉ ସେଠାରୁ ଓଡ଼ିଆ ସମ୍ମାନରେ ସ୍ନାତକ ଶିକ୍ଷା ସମାପ୍ତ କଲି। ତା’ସହିତ ଘରୋଇ ଭାବେ ଓଡ଼ିଶୀ ଭୋକାଲ୍‌ରେ ତାଲିମ୍‌ ନେଇ ଚଣ୍ଡିଗଡ଼ରୁ ସାର୍ଟିଫିକେଟ୍‌ ମଧ୍ୟ ହାସଲ କରିଥିଲି। ଭାବିଥିଲି ସଙ୍ଗୀତ କ୍ଷେତ୍ରରେ କ୍ୟାରିୟର୍‌ କରିବି ବୋଲି, କିନ୍ତୁ ସୁଯୋଗ ମୋତେ ମିଳିଲା ନାହିଁ। ଆଉ ତାରି ଭିତରେ ୧୯୮୫ରେ ମୋତେ ବାଣପୁର ହନୁମନ୍ତ, ଟାଙ୍ଗୀସ୍ଥିତ ଏକ ଅଣ ଆନୁଷ୍ଠାନିକ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ଚାକିରି ମିଳିଗଲା। ସେଠାରେ ପିଲାଙ୍କୁ ପାଠ ପଢ଼ାଇବା ସହ ଗୀତ, ନାଚ, ଡ୍ରଇଂ ତଥା ଗପ ଓ କବିତା କେମିତି ଲେଖାଯାଏ, ତାକୁ ବି ଶିଖାଉଥିଲି। ସେହିପରି ଆମରି ଗାଁ ସାଲୁଣୀରେ କେବଳ ଝିଅମାନଙ୍କୁ ନେଇ ଗୋଟିଏ ଜନ୍ମାଷ୍ଟମୀ ଗୀତିନାଟ୍ୟ ସେ ସମୟରେ କରିଥିଲି, ଯାହାକି ସେତେବେଳେ ବେଶ୍‌ ଆଦୃତ ହୋଇଥିଲା। ସେଥିପାଇଁ ସବୁ ଛାତ୍ରୀଛାତ୍ର, ଅଭିଭାବକ ଏପରିକି ସ୍ଥାନୀୟ ଅଞ୍ଚଳରେ ମୁଁ ସମସ୍ତଙ୍କର ଖୁବ୍‌ ପ୍ରିୟ ଥିଲି। ସେତେବେଳେ ଦୁଇ ଶହ ଟଙ୍କା ଦରମା ମିଳୁଥିଲା। ହେଲେ ଏହି ଦରମା ମାସକୁ ମାସ ନ ମିଳି ୪/୫ ମାସକୁ ଥରେ ମିଳୁଥିଲା। ପ୍ରଥମକରି ୫ମାସ ପରେ ଯେବେ ମୋତେ ହଜାରେ ଟଙ୍କା ଏକକାଳୀନ ମିଳିଲା, ତାକୁ ନେଇ ବାବାଙ୍କ ହାତରେ ଦେଲି। ବାବା ସେଦିନ ବହୁତ ଖୁସି ହୋଇଥିଲେ। ବେଶ୍‌ କିଛିବର୍ଷ ଏଠାରେ ଶିକ୍ଷକତା କରିବା ପରେ ମୋର ବାହାଘର ହେଲା। ଶାଶୁଘର କୁହୁଡି ଅଞ୍ଚଳରେ ହୋଇଥିଲେ ହେଁ, ଶ୍ୱଶୁର ଓ ସ୍ବାମୀ ଯେହେତୁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିଲେ, ତେଣୁ ମୋତେ ବାଧ୍ୟହୋଇ ଚାକିରି ଛାଡ଼ିବାକୁ ପଡ଼ିଲା। କିଛିଦିନ ପରେ ଶ୍ୱଶୁର ଚାକିରିରୁ ଅବସର ନେଲେ ଆଉ ଗାଁକୁ ଫେରିଯିବାକୁ ନିଷ୍ପତ୍ତି ନେଲେ। ଶାଶୁ ଶ୍ୱଶୁର ମୋତେ ଆଉ ମୋ ସ୍ବାମୀଙ୍କୁ ଖୁବ୍‌ ଭଲ ପାଉଥିବାରୁ ଆମକୁ ମଧ୍ୟ ତାଙ୍କ ସହିତ ଗାଁକୁ ଫେରିଯିବାକୁ ବାଧ୍ୟ କଲେ। ତାଙ୍କ କଥା ମାନି ସ୍ବାମୀ ଚାକିରି ଛାଡି ଗଁାକୁ ଫେରି ଆସିଲେ। ଆଉ ଏକ ଗୋଦ୍‌ରେଜ ଦୋକାନ କଲେ। ସ୍ବଳ୍ପ ରୋଜଗାରରେ ପରିବାର ଚଳେଇବାକୁ କଷ୍ଟ ହେବାରୁ ବାଧ୍ୟ ହୋଇ ମୁଁ ସ୍ଥାନୀୟ ଏକ ଶିଶୁମନ୍ଦିରରେ ଶିକ୍ଷକତା କଲି। ସେଠାରେ ମଧ୍ୟ ମୋର ପାଠପଢ଼ା ସହ ବିବିଧ ଦିଗରେ ରୁଚିଥିବା ଜାଣି ଛାତ୍ରୀଛାତ୍ର ଓ ଅଭିଭାବକ ମୋତେ ଖୁବ୍‌ ପସନ୍ଦ କରିବାକୁ ଲାଗିଲେ। ସେଠାରେ କିଛିଦିନ କାମ କରିବା ପରେ ଜଟଣୀସ୍ଥିତ ଶିଶୁ ବାଟିକାରେ ବି ପ୍ରାୟ ୩ ବର୍ଷ ଶିକ୍ଷକତା କରିଥିଲି। ଆଉ ଏବେ ମୁଁ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟା ଭାବେ ଅବସ୍ଥାପିତ। ଶିକ୍ଷକତା ବ୍ୟତୀତ ଗପ, କବିତା, ପ୍ରବନ୍ଧ ଲେଖା ମୋର ସେମିତି ଚାଲିଛି। ତା’ସହିତ ଚିତ୍ର ଆଙ୍କିବା, ଗୀତ ଗାଇବା ଅଭ୍ୟାସ ବି ମୋର ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri