Posted inଫୁରସତ

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯ ପୁଅଝିଅ(୭ ଝିଅ ଓ ୨ ପୁଅ)ଙ୍କ ମଧ୍ୟରୁ ମୁଁ ହେଲି ୬ ନମ୍ବର। ମାମା ଯେହେତୁ ଭଲ ଗୀତ ଗାଉଥିଲେ ଆଉ ବାବା ଶିକ୍ଷକତା କରିବା ସହ ଲେଖାଲେଖିରେ ରୁଚି ରଖୁଥିଲେ, ତେଣୁ ପିଲାଦିନରୁ ମୋ ଭିତରେ ବି ସେହି ଦିଗ ପ୍ରତି ଆଦର ଆସି ଯାଇଥିଲା। ପାଠପଢ଼ା ସହ ଗୀତ ଗାଇବା ତଥା ସ୍କୁଲ ଓ ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟକରେ ନୃତ୍ୟ ପରିବେଷଣ କରି ଖୁବ୍‌ ପ୍ରଶଂସା ସାଉଁଟୁଥିଲି, ସେ ପୁଣି ବିନା ପ୍ରଶିକ୍ଷଣରେ। କେବଳ ସେତିକି ନୁହେଁ, ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ବି ମୁଁ ଖୁବ୍‌ ନିପୁଣା। ସେଥିପାଇଁ ବାବାଙ୍କର ଜଣେ ସାଙ୍ଗ ମୋ ନାଁ ଆର୍ଟ କଲେଜରେ ଲେଖାଇ ଦେବାକୁ ପରାମର୍ଶ ଦେଇଥିଲେ। ବାବା ବି ତାଙ୍କ କଥା ମାନି ମୋର ଆଡ୍‌ମିଶନ ଆର୍ଟ କଲେଜରେ କରାଇବାକୁ ଯାଇଥିଲେ, ହେଲେ ସେ ସମୟରେ କିଛି ଗୋଟେ ଅସୁବିଧା ହେବାରୁ ମୋର ସେଠାରେ ଆଡ୍‌ମିଶନ ହୋଇପାରି ନ ଥିଲା। ତେଣୁ ବାଧ୍ୟହୋଇ ଗୋଦାବରୀଶ ମହାବିଦ୍ୟାଳୟରେ ମୁଁ ଆଡ୍‌ମିଶନ ନେଇ ପଢ଼ିଲି ଆଉ ସେଠାରୁ ଓଡ଼ିଆ ସମ୍ମାନରେ ସ୍ନାତକ ଶିକ୍ଷା ସମାପ୍ତ କଲି। ତା’ସହିତ ଘରୋଇ ଭାବେ ଓଡ଼ିଶୀ ଭୋକାଲ୍‌ରେ ତାଲିମ୍‌ ନେଇ ଚଣ୍ଡିଗଡ଼ରୁ ସାର୍ଟିଫିକେଟ୍‌ ମଧ୍ୟ ହାସଲ କରିଥିଲି। ଭାବିଥିଲି ସଙ୍ଗୀତ କ୍ଷେତ୍ରରେ କ୍ୟାରିୟର୍‌ କରିବି ବୋଲି, କିନ୍ତୁ ସୁଯୋଗ ମୋତେ ମିଳିଲା ନାହିଁ। ଆଉ ତାରି ଭିତରେ ୧୯୮୫ରେ ମୋତେ ବାଣପୁର ହନୁମନ୍ତ, ଟାଙ୍ଗୀସ୍ଥିତ ଏକ ଅଣ ଆନୁଷ୍ଠାନିକ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ଚାକିରି ମିଳିଗଲା। ସେଠାରେ ପିଲାଙ୍କୁ ପାଠ ପଢ଼ାଇବା ସହ ଗୀତ, ନାଚ, ଡ୍ରଇଂ ତଥା ଗପ ଓ କବିତା କେମିତି ଲେଖାଯାଏ, ତାକୁ ବି ଶିଖାଉଥିଲି। ସେହିପରି ଆମରି ଗାଁ ସାଲୁଣୀରେ କେବଳ ଝିଅମାନଙ୍କୁ ନେଇ ଗୋଟିଏ ଜନ୍ମାଷ୍ଟମୀ ଗୀତିନାଟ୍ୟ ସେ ସମୟରେ କରିଥିଲି, ଯାହାକି ସେତେବେଳେ ବେଶ୍‌ ଆଦୃତ ହୋଇଥିଲା। ସେଥିପାଇଁ ସବୁ ଛାତ୍ରୀଛାତ୍ର, ଅଭିଭାବକ ଏପରିକି ସ୍ଥାନୀୟ ଅଞ୍ଚଳରେ ମୁଁ ସମସ୍ତଙ୍କର ଖୁବ୍‌ ପ୍ରିୟ ଥିଲି। ସେତେବେଳେ ଦୁଇ ଶହ ଟଙ୍କା ଦରମା ମିଳୁଥିଲା। ହେଲେ ଏହି ଦରମା ମାସକୁ ମାସ ନ ମିଳି ୪/୫ ମାସକୁ ଥରେ ମିଳୁଥିଲା। ପ୍ରଥମକରି ୫ମାସ ପରେ ଯେବେ ମୋତେ ହଜାରେ ଟଙ୍କା ଏକକାଳୀନ ମିଳିଲା, ତାକୁ ନେଇ ବାବାଙ୍କ ହାତରେ ଦେଲି। ବାବା ସେଦିନ ବହୁତ ଖୁସି ହୋଇଥିଲେ। ବେଶ୍‌ କିଛିବର୍ଷ ଏଠାରେ ଶିକ୍ଷକତା କରିବା ପରେ ମୋର ବାହାଘର ହେଲା। ଶାଶୁଘର କୁହୁଡି ଅଞ୍ଚଳରେ ହୋଇଥିଲେ ହେଁ, ଶ୍ୱଶୁର ଓ ସ୍ବାମୀ ଯେହେତୁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିଲେ, ତେଣୁ ମୋତେ ବାଧ୍ୟହୋଇ ଚାକିରି ଛାଡ଼ିବାକୁ ପଡ଼ିଲା। କିଛିଦିନ ପରେ ଶ୍ୱଶୁର ଚାକିରିରୁ ଅବସର ନେଲେ ଆଉ ଗାଁକୁ ଫେରିଯିବାକୁ ନିଷ୍ପତ୍ତି ନେଲେ। ଶାଶୁ ଶ୍ୱଶୁର ମୋତେ ଆଉ ମୋ ସ୍ବାମୀଙ୍କୁ ଖୁବ୍‌ ଭଲ ପାଉଥିବାରୁ ଆମକୁ ମଧ୍ୟ ତାଙ୍କ ସହିତ ଗାଁକୁ ଫେରିଯିବାକୁ ବାଧ୍ୟ କଲେ। ତାଙ୍କ କଥା ମାନି ସ୍ବାମୀ ଚାକିରି ଛାଡି ଗଁାକୁ ଫେରି ଆସିଲେ। ଆଉ ଏକ ଗୋଦ୍‌ରେଜ ଦୋକାନ କଲେ। ସ୍ବଳ୍ପ ରୋଜଗାରରେ ପରିବାର ଚଳେଇବାକୁ କଷ୍ଟ ହେବାରୁ ବାଧ୍ୟ ହୋଇ ମୁଁ ସ୍ଥାନୀୟ ଏକ ଶିଶୁମନ୍ଦିରରେ ଶିକ୍ଷକତା କଲି। ସେଠାରେ ମଧ୍ୟ ମୋର ପାଠପଢ଼ା ସହ ବିବିଧ ଦିଗରେ ରୁଚିଥିବା ଜାଣି ଛାତ୍ରୀଛାତ୍ର ଓ ଅଭିଭାବକ ମୋତେ ଖୁବ୍‌ ପସନ୍ଦ କରିବାକୁ ଲାଗିଲେ। ସେଠାରେ କିଛିଦିନ କାମ କରିବା ପରେ ଜଟଣୀସ୍ଥିତ ଶିଶୁ ବାଟିକାରେ ବି ପ୍ରାୟ ୩ ବର୍ଷ ଶିକ୍ଷକତା କରିଥିଲି। ଆଉ ଏବେ ମୁଁ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟା ଭାବେ ଅବସ୍ଥାପିତ। ଶିକ୍ଷକତା ବ୍ୟତୀତ ଗପ, କବିତା, ପ୍ରବନ୍ଧ ଲେଖା ମୋର ସେମିତି ଚାଲିଛି। ତା’ସହିତ ଚିତ୍ର ଆଙ୍କିବା, ଗୀତ ଗାଇବା ଅଭ୍ୟାସ ବି ମୋର ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?