Posted inଜାତୀୟ

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୋଓ୍ବାଲ, ଭୂପେନ୍ଦ୍ର ଯାଦବ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌, କଂଗ୍ରେସର ଗୌରବ ଗୋଗୋଇ, ଡିଏମ୍‌କେର କାନିମୋଝି ଏବଂ ଭାଜପାର କେ. ଆନ୍ନାମଲାଇ।
ଲୋକ ସଭା ନିର୍ବାଚନ ସହ ଶୁକ୍ରବାର ଅରୁଣାଚଳପ୍ରଦେଶ ବିଧାନସଭାର ୬୦ ଆସନ ଏବଂ ସିକିମ୍‌ର ୩୨ ବିଧାନସଭା ଆସନ ପାଇଁ ଏକସଙ୍ଗେ ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୧.୮୭ ଲକ୍ଷ ଭୋଟଦାନ କେନ୍ଦ୍ରରେ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୧୬.୬୩ କୋଟି ଭୋଟର ଏହିସବୁ ବୁଥ୍‌ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୮.୪ କୋଟି ପୁରୁଷ ହୋଇଥିବାବେଳେ ୮.୨୩ କୋଟି ମହିଳା ଭୋଟର ଏବଂ ୧୧,୩୭୧ ତୃତୀୟ ଲିଙ୍ଗ। ଏହି ପର୍ଯ୍ୟାୟରେ ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରିବାକୁ ଥିବାବେଳେ ୨୦ରୁ ୨୯ ବର୍ଷ ବୟସର ୩.୫୧ କୋଟି ଯୁବ ଭୋଟର ରହିଛନ୍ତି। ଶୁକ୍ରବାର ତାମିଲନାଡୁର ସମସ୍ତ ୩୯ ଆସନରେ ମତଦାନ ହେବାକୁ ଥିବାବେଳେ ଉତ୍ତରାଖଣ୍ଡର ୫, ଅରୁଣାଚଳପ୍ରଦେଶର ୨, ମେଘାଳୟର ୨, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୧, ମିଜୋରାମର ୧, ନାଗାଲାଣ୍ଡର ୧, ପଣ୍ଡିଚେରୀର ୧, ସିକିମ୍‌ର ୧ ଏବଂ ଲାକ୍ଷାଦ୍ୱୀପର ୧ ଆସନରେ ଭୋଟଗ୍ରହଣ ହେବ। ଏହା ବ୍ୟତୀତ ରାଜସ୍ଥାନର ୧୨ ଆସନ, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମର ୫, ମହାରାଷ୍ଟ୍ରର ୫, ବିହାରର ୪, ପଶ୍ଚିମବଙ୍ଗର ୩, ମଣିପୁରର ୨ ଏବଂ ତ୍ରିପୁରା, ଜମ୍ମୁ-କଶ୍ମୀର ଏବଂ ଛତିଶଗଡ଼ର ଗୋଟିଏ ଲେଖାଏ ଆସନରେ ମତଦାନ କରାଯିବ। ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିଲା।
ଛତିଶଗଡ଼ର ମାଓବାଦୀ ପ୍ରବଣ ବସ୍ତର ଆସନରେ ଶୁକ୍ରବାର ମତଦାନ ଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୧ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ମତଦାନକୁ ବର୍ଜନ କରିବା ପାଇଁ ମାଓବାଦୀ ସଂଗଠନ ଆହ୍ବାନ ଦେଇଥିବାରୁ ସୁରକ୍ଷା ବଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଗତ ୧୬ ତାରିଖରେ କଙ୍କେର ଜିଲାରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟରରେ ବରିଷ୍ଠ କ୍ୟାଡରଙ୍କ ସମେତ ୨୯ ମାଓବାଦୀ ନିହତ ହୋଇଥିବାରୁ ସେମାନଙ୍କ ପାଇଁ ବଡ଼ ଝଟକା ଲାଗିଛି। ମାଓବାଦୀ ପ୍ରବଣ ଇଲାକାରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ଅନ୍ୟ କେତେକ ସ୍ଥାନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରୁ ୪୫୦ ଜଣ କୋଟିପତି ଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ରିପୋର୍ଟରୁ ଜଣାପଡ଼ିଛି, ଯାହାକି ମୋଟ ପ୍ରାର୍ଥୀ ସଂଖ୍ୟାର ୨୮ ପ୍ରତିଶତ। ଭାଜପା ପ୍ରାର୍ଥୀଙ୍କ ମଧ୍ୟରୁ ୯୦ ପ୍ରତିଶତ (୬୯ ଜଣ) କୋଟିପତି ହୋଇଥିବାବେଳେ କଂଗ୍ରେସର ୮୮%(୪୯ ଜଣ), ଏଆଇଏଡିଏମ୍‌କେର ୯୭% (୩୫ ଜଣ), ଏବଂ ଡିଏମ୍‌କେର ୯୬% (୨୧ ଜଣ) ପ୍ରାର୍ଥୀ କୋଟିପତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?