ପ୍ରଥମ କ୍ୱାଲିଫାୟର: ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି

ଦୁବାଇ, ୫।୧୧(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଲିଗ୍‌ ପର୍ଯ୍ୟାୟ ଶେଷରେ ୪ ଦଳ ମୁମ୍ବାଇ ଇଣ୍ଡିଆନ୍ସ (୧୮ ପଏଣ୍ଟ), ଦିଲ୍ଲୀ କ୍ୟାପିଟାଲ୍ସ(୧୬), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୪) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (୧୪) ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (୧୪), କିଙ୍ଗ୍ସ ଇଲେଭେନ ପଞ୍ଜାବ (୧୨), ଚେନ୍ନାଇ ସୁପରକିଙ୍ଗ୍ସ (୧୨) ଓ ରାଜସ୍ଥାନ ରୟାଲ୍ସ (୧୨) ବିଦାୟ ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ଟେବୁଲ ଟପ୍ପର ମୁମ୍ବାଇକୁ ୧୦ ଉଇକେଟରେ ହରାଇ ସନ୍‌ରାଇଜର୍ସ ପ୍ଲେ-ଅଫ୍‌ ପକ୍କା କରିଛି। ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର କରିଥିବା ଦୁଇ ଦଳ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଗୁରୁବାର ପ୍ରଥମ କ୍ୱାଲିଫାୟର ଖେଳାଯିବ। ଏହି ଦଳର ବିଜେତା ଫାଇନାଲରେ ପ୍ରବେଶ କରିବ। ପରାଜିତ ଦଳ କ୍ୱାଲିଫାୟର-୨ରେ ଆଉଥରେ ଭାଗ୍ୟପରୀକ୍ଷା କରିବ। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ୪ ଥର ଚାମ୍ପିୟନ ମୁମ୍ବାଇ ମୋମେଣ୍ଟମ୍‌ ହରାଇ ଗତ ମ୍ୟାଚରେ ୧୦ ଉଇକେଟରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ କ୍ରମାଗତ ୪ ପରାଜୟ ପରେ ବାଙ୍ଗାଲୋରକୁ ହରାଇ ଦିଲ୍ଲୀ ଦଳ ମୁମ୍ବାଇକୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛି। ପ୍ରଦର୍ଶନ ଦୃଷ୍ଟିରୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି ରହିଛି। ଚଳିତ ସଂସ୍କରଣରେ ଅନୁଷ୍ଠିତ ଦୁଇ ମୁକାବିଲାରେ ମୁମ୍ବାଇ ଶତପ୍ରତିଶତ ବିଜୟ ରେକର୍ଡ ରଖିଛି। ଦିଲ୍ଲୀକୁ ଏହି ଦଳ ପ୍ରଥମ ଭେଟରେ ୫ ଉଇକେଟରେ ଓ ଦ୍ୱିତୀୟ ମୁକାବିଲାରେ ୯ ଉଇକେଟରେ ପରାସ୍ତ କରିଛି।
ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ଯୋଗୁ ୪ ମ୍ୟାଚରୁ ବାଦ୍‌ ପଡ଼ିବାପରେ ଅଧିନାୟକ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିବା ମୁମ୍ବାଇ ଦଳର ମନୋବଳ ବଢ଼ାଇଛି। ରୋହିତ ଗତ ମ୍ୟାଚରେ ମାତ୍ର ୪ ରନ କରି ଆଉଟ ହୋଇଥିବାରୁ ଆଗାମୀ ବଡ଼ ମ୍ୟାଚରେ ଦକ୍ଷତା ଅନୁସାରେ ଖେଳିବା ଆବଶ୍ୟକ ହେଉଛି। ଗତଥର ଚାମ୍ପିୟନ ମୁମ୍ବାଇର ବ୍ୟାଟିଂ ଲାଇନ୍‌ଅପ୍‌ ଶକ୍ତିଶାଳୀ ଥିବାବେଳେ ବୋଲିଂ ବିଭାଗ ବେଶ୍‌ ଶାଣିତ। ଟପ୍‌ ଅର୍ଡରରେ ଇଶାନ କିଶନ ୪୨୮, କ୍ୱିଣ୍ଟନ ଡି’କକ୍‌ ୪୪୩ ଓ ସୂର୍ଯ୍ୟକୁମାର ଯାଦବ ୪୧୦ ରନ ସଂଗ୍ରହ କରି ସାରିଛନ୍ତି। ମିଡିଲ ଅର୍ଡରରେ ହାର୍ଡ ହିଟରଭାବେ ପରିଚିତ ହାର୍ଦ୍ଦିକ ପାଣ୍ଡ୍ୟା(୨୪୧) ଓ କିରନ ପୋଲାର୍ଡ(୨୫୯) ମଧ୍ୟ ସେମାନଙ୍କ ଯୋଗଦାନ ଦେଇଛନ୍ତି। ପୋଲାର୍ଡଙ୍କ ଛକା ମାରିବା ଟେକ୍ନିକ ଏବେ ମଧ୍ୟ ଚମତ୍କାରଭାବେ କାମ ଦେଉଛି। ଦୁଇ ମୁଖ୍ୟ ବୋଲର ଯଶପ୍ରୀତ ବୁମ୍‌ରା ୨୩ ଓ ଟ୍ରେଣ୍ଟ ବୋଲ୍ଟ ୨୦ ଉଇକେଟ ହାସଲ କରିଛନ୍ତି। ସ୍ପିନର ରାହୁଲ ଚହର(୧୫) ଓ କୃନାଲ ପାଣ୍ଡ୍ୟା(୫ ଉଇକେଟଓ ୯୫ ରନ) ମଧ୍ୟ ପଛରେ ପଡ଼ି ନାହାନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ଜଣେ କିମ୍ବା ଦୁଇଜଣ ବ୍ୟାଟ୍ସମ୍ୟାନଙ୍କ ଉପରେ ଦଳ ନିର୍ଭର କରୁଛି। ଅଜିଙ୍କ୍ୟ ରାହାନେ ଗତ କେତୋଟି ମ୍ୟାଚରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ବିଶେଷ କରି ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀକୁ ବିଜୟୀ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଭିଜ୍ଞ ଓପନର ଶିଖର ଧାଓ୍ବନ (୫୨୫ ରନ) ଚମତ୍କାର ଫର୍ମରେ ଅଛନ୍ତି। ସେ ଇତିମଧ୍ୟରେ ୨ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ତେବେ ଆଗାମୀ ବଡ଼ ମ୍ୟାଚରେ ତାଙ୍କୁ ଉପଯୁକ୍ତ ପାର୍ଟନର ମିଳିବା ଆବଶ୍ୟକ ହେଉଛି। ଦୁଇ ଯୁବ ଖେଳାଳି ପୃଥ୍ବୀ ଶ’(୨୨୮) ଓ ରିଷଭ ପନ୍ତ(୨୮୨) ଦକ୍ଷତା ଅନୁସାରେ ଖେଳି ନ ପାରିବା ଦଳପାଇଁ ଚିନ୍ତାର କାରଣ ହୋଇଛି। ବିଦେଶୀ ଖେଳାଳି ଶିମରନ ହେଟମେର(୧୩୮) ଓ ମାର୍କୁସ ଷ୍ଟୋଇନ୍ସ (୨୪୯)ଙ୍କ ଅବସ୍ଥା ମଧ୍ୟ ତାହା। ଆଗାମୀ ମ୍ୟାଚରେ ଅଧିନାୟକ ଶ୍ରେୟାସ ଆୟାର(୪୨୧)ଙ୍କ ଉପରେ ଇନିଂସ ଗଢ଼ିବାର ଗୁରୁଦାୟିତ୍ୱ ରହିବ। ବୋଲିଂ ବିଭାଗରେ ଦୁଇ ଦକ୍ଷିଣ ଆଫ୍ରିକା ପେସର କାଗିଶୋ ରାବାଡ଼ା(୨୫ ଉଇକେଟ) ଓ ଏନରିଚ୍‌ ନର୍ଜେ(୧୯) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ମଧ୍ୟ ଭଲ କରିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଯଶପ୍ରୀତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପ୍ୟାଟିନସନ, ରାହୁଲ ଚହର, ସୌରଭ ତିଓ୍ବାରୀ, ନାଥାନ କୁଲ୍ଟର ନୀଲ, ଆଦିତ୍ୟ ତାରେ, ଶେର୍ଫାନେ ରୁଥରଫୋର୍ଡ, ଅନମୋଲପ୍ରୀତ ସିଂ, କ୍ରିସ୍‌ ଲିନ୍‌, ଧାଓ୍ବଲ କୁଲକର୍ନୀ, ମିଚେଲ ମ୍ୟାକକ୍ଲିନଘାନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍‌ବିଜୟ ଦେଶମୁଖ, ମହସିନ ଖାଁ, ଜୟନ୍ତ ଯାଦବ, ଅନୁକୂଳ ରୟ।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟାସ ଆୟାର(ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ମାର୍କୁସ ଷ୍ଟୋଇନ୍ସ, କାଗିଶୋ ରାବାଡା, ଏନରିଚ୍‌ ନର୍ଜେ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଡାନିଏଲ ସାମ୍ସ, କେମୋ ପଲ୍‌, ମୋହିତ ଶର୍ମା, ଲଳିତ ଯାଦବ, ହର୍ଶଲ ପଟେଲ, ଆଲେକ୍ସ କାରେ, ଶିମରନ ହେଟମେର, ତୁଷାର ଦେଶପାଣ୍ଡେ, ଆଭେଶ ଖାଁ, ସନ୍ଦୀପ ଲାମିଚାନେ, ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?