ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା

ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ଦୃଶ୍ୟମାନ ହେଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଏହି ଚିତ୍ର ଗୁଡ଼ିକର ପ୍ରଥମ ଝଲକ ଦେଖିଥିଲେ। ଏହି ଅବସରରେ ନାସା ଆଡମିନିଷ୍ଟ୍ରେଟର ବିଲ ନେଲସନ ମଧ୍ୟ ଉପସ୍ଥିତ ଥିଲେ।
ଗତ ବର୍ଷ ଡିସେମ୍ବରରେ ଜେମ୍ସ ୱେବ ଟେଲିସ୍କୋପ ଲଞ୍ଚ କରାଯାଇଥିଲା। ବୈଜ୍ଞାନିକମାନେ ସେହି ସମୟରେ ଯାହା ଆଶା କରିଥିଲେ, ତାହା ଏହି ଚିତ୍ର ସାମ୍ନାକୁ ଆସିବା ପରେ ସଠିକ ପ୍ରମାଣିତ ହୋଇଛି। ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ) ଏବଂ କାନାଡାର ସ୍ପେସ ଏଜେନ୍ସି (ସିଏସଏ) ଏହି ପ୍ରକଳ୍ପରେ ଅଂଶୀଦାର ଅଛନ୍ତି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଶେୟାର କରି ଲେଖିଛନ୍ତି, ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ ମାଧ୍ୟମରେ ପ୍ରଥମ ତଥା ଅତି ବିଶେଷ ଚିତ୍ର ପ୍ରକାଶ ପାଇବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ମହାକାଶ ଅନୁସନ୍ଧାନ ପାଇଁ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଆମେରିକା ଏବଂ ସମସ୍ତ ମାନବିକତା ପାଇଁ ଏହା ସମର୍ପିତ
ମହାକାଶରେ ଲଞ୍ଚ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଜେମ୍ସ ୱେବ ଟେଲିସ୍କୋପ ଅନ୍ୟତମ। ବୈଜ୍ଞାନିକମାନେ ୱେବ ଟେଲିସ୍କୋପ୍‌ର ବୟସକୁ ଦଶ ବର୍ଷ ବୋଲି କହିଛନ୍ତି, କିନ୍ତୁ ସେମାନେ ଆଶା କରୁଛନ୍ତି ଯେ ଏହା ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ନାସାର ଡେପୁଟି ଆଡମିନିଷ୍ଟ୍ରେଟର ପାମ ମେଲରାୟଙ୍କ ଅନୁଯାୟୀ, ନାସାର ମିଶନରେ ୨୦ ବର୍ଷ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଅତିରିକ୍ତ ଇନ୍ଧନ କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିଣିଲେ ୪୦ କୋଟି…

ଦୁବାଇ,୮।୭: ଦୁବାଇରେ ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଛି। ସେ ଲଟେରୀ ଜିଣି ୪୦ କୋଟି ଟଙ୍କା ପାଇଛନ୍ତି। କେରଳର ରଞ୍ଜିତ୍‌...

କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ...

ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ: ପାଇଲଟ ମୃତ

ଇସଲାମାବାଦ୍‌, ୧୧।୩: ପାକିସ୍ତାନର ଯୁଦ୍ଧ ବିମାନ ଏଫ୍‌-୧୬ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଓ୍ବିଙ୍ଗ୍‌ କମାଣ୍ଡର ନୌମାନ ଅକରମ୍‌ଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୩ରେ...

ନୂଆ ମାନଚିତ୍ର ସଂଶୋଧନ ପ୍ରସ୍ତାବ ନେପାଳର ନିମ୍ନସଦନ ପ୍ରତିନିଧି ସଭାରେ ପାରିତ

କାଠମାଣ୍ଡୁ, ୧୦।୬: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାରଙ୍କ ପକ୍ଷରୁ ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦର...

ପାକିସ୍ତାନର ଭଲ ବନ୍ଧୁ ହୋଇପାରିବ ନାହିଁ ଭାରତ, ଜାଣନ୍ତୁ କିଏ କାହିଁକି ଏମିତି କହିଲେ

ଇସ୍‌ଲାମାବାଦ,୧୮।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଛି। ଏହା ପରେ ମଧ୍ୟ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ...

କଶ୍ମୀରକୁ ନେଇ ପୁଣି ମିଛ କହିଲା ପାକିସ୍ତାନ

ଲାହୋର,୯।୧୧: ଜମ୍ମୁ-କଶ୍ମୀରରୁ ଗତ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରଠାରୁ ଏପର୍ଯ୍ୟନ୍ତ ପାକିସ୍ତାନ ହଡବଡେଇ ହୋଇ ରହିଛି। କାରଣ ଏହି ପ୍ରସଙ୍ଗକୁ ନେଇ ସେ...

ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ...

ଆମେରିକାରେ କମୁଛି ମଙ୍କିପକ୍ସ ମାମଲା

ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ।...

Advertisement
Archives

Model This Week