ପ୍ରଥମ କାମାକ୍ଷାନଗର ମହୋତ୍ସବ ଆରମ୍ଭ

କାମାକ୍ଷାନଗର, ୯।୨(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ରହୁଥିବା ଲୋକେ ମନୋରଞ୍ଜନ ପାଇଁ ସୁଯୋଗ ଖୋଜୁଥାଆନ୍ତି। ପ୍ରଥମଥର ଆୟୋଜିତ କାମାକ୍ଷାନଗର ମହୋତ୍ସବ ଉପଖଣ୍ଡ ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ କରିବ ବୋଲି କହିଛନ୍ତି ଖଣିମନ୍ତ୍ରୀ ତଥା କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଫୁଲ୍ଲ ମଲ୍ଲିକ। ମହୋତ୍ସବ ଉପଲକ୍ଷେ ସାରଙ୍ଗଧର ଷ୍ଟାଡିୟମରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଖ୍ୟାତନାମା ସାହିତି୍ୟକ ଅନ୍ତର୍ଯ୍ୟାମୀ ମିଶ୍ର, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। କାମାକ୍ଷାନଗର ହେଉଛି ସଂଗ୍ରାମୀଙ୍କ ମାଟି। ଗଡ଼ଜାତ ଆନ୍ଦୋଳନ ହେଉ କି ସ୍ବାଧୀନତା ସଂଗ୍ରାମ, ଏ ମାଟିର ବୀରପୁତ୍ର ଜୀବନକୁ ବାଜି ଲଗାଇବାକୁ ପଛେଇ ନାହାନ୍ତି ବୋଲି ପଣ୍ଡିତ ମିଶ୍ର ନିଜ ଅଭିଭାଷଣରେ କହିଥିଲେ। ସେହିପରି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ମିଶ୍ର କହିଲେ, କେବଳ ସହରାଞ୍ଚଳରେ ମେଳା ମହୋତ୍ସବ ସୀମିତ ରହିବ ନାହିଁ। ଏଣିକି ଏହି ଧାରାରେ ଗ୍ରାମାଞ୍ଚଳକୁ ମଧ୍ୟ ସାମିଲ କରାଯିବ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ବାସ୍ତବିକ୍‌ ପ୍ରଶଂସନୀୟ ବୋଲି ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ। ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ କାମାକ୍ଷାନଗର ଉପଖଣ୍ଡ ଅଧୀନ ଭୁବନ ଏନ୍‌ଏସି ସମେତ ୪ ବ୍ଲକ ସାମିଲ ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ସମ୍ପୃକ୍ତ ବ୍ଲକରୁ ମଶାଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ହନୁମାନ ମନ୍ଦିରଠାରେ ପହଞ୍ଚତ୍ଥିଲା। ସେଠାରୁ ଭବ୍ୟ ଶୋଭାଯାତ୍ରା, ନଗର ପରିକ୍ରମା କରି ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚତ୍ଥିଲା। ଖଣିମନ୍ତ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ମହୋତ୍ସବ କମିଟି ସଭାପତି ତଥା ଉପଜିଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲାପାଳ ସରୋଜ ସେଠୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରଓ୍ବାନ, ଅତିରିକ୍ତ ଉନ୍ନୟନ ଅଧିକାରୀ ସରୋଜ ଦତ୍ତ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ବିଡିଓ ବିକାଶ କୁମାର ମହାନ୍ତି, ଡ. କଲ୍ୟାଣ ସୌରଭ ଦାସ, ସଂଗ୍ରାମ କେଶରୀ ଭୋଳଙ୍କ ସମେତ ସମସ୍ତ ବ୍ଲକର ବହୁ ନିର୍ବାଚିତ ଜନପ୍ରତିନିଧି, ଏସ୍‌ଏଚ୍‌ଜି ସଦସ୍ୟ ଉପସ୍ଥିତ ଥିଲେ। ମହୋତ୍ସବ ଉପଲକ୍ଷେ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ମିନି ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା ମଧ୍ୟ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri