ଅବ୍ୟବସ୍ଥାରେ ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ

ଯାଜପୁରରୋଡ୍‌,୯।୮(ପବିତ୍ର ମହାନ୍ତି):୨୦ନଂ. ଜାତୀୟ ରାଜପଥର ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଛକ ବ୍ୟାସନଗର ସହରର ପ୍ରବେଶ ପଥ। ପାଣିକୋଇଲି-ରାଜାମୁଣ୍ଡା ନୂତନ ଭାବେ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ଛକଟି ସୃଷ୍ଟି ହୋଇଥିଲା। ଫଳରେ ବସ୍‌, ଟ୍ରକ ସହ ଅନ୍ୟ ଗାଡ଼ି ବ୍ୟାସନଗର ସହର ମଧ୍ୟରେ ପ୍ରବେଶ ନ କରି ଏହି ଛକ ଦେଇ ପାଣିକୋଇଲିରେ ବାହାରି କଟକ, ଭୁବନେଶ୍ବର ଓ ଅନ୍ୟ ସ୍ଥାନକୁ ଯାଇପାରିବେ। ପାଣିକୋଇଲିପଟୁ ଆସୁଥିବା ଯାନବାହନ ସହର ଭିତରେ ପ୍ରବେଶ ନ କରି ଏହି ଛକଦେଇ କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ଜିଲାକୁ ଯାଇପାରିବେ। ଏହାବ୍ୟତୀତ ସୁକିନ୍ଦା ଖଣି ଅଞ୍ଚଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଆସୁଥିବା ବିଭିନ୍ନ ଭାରିଯାନ ସହ ଅନ୍ୟ ଗାଡ଼ି ବ୍ୟାସନଗର ସହର ମଧ୍ୟରେ ପ୍ରବେଶ ନ କରି ବିଜୁ ପଟ୍ଟନାୟକ ମାର୍ଗ ମିଲିଟାରି ଛକ ଦେଇ ଏହି ଛକରେ ବାହାରି ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ।
ସେହିପରି କେନ୍ଦୁଝର କି କଟକ ଆଡୁ ଆସୁଥିବା ଗାଡି ମଧ୍ୟ ଏହି ବାଟ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇପାରିବେ। ଫଳରେ ବ୍ୟାସନଗର ସହରରେ ଆଉ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ। ତେଣୁ ଏହି ଛକ ଯାତାୟାତ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ସବୁଠାରୁ ବଡ କଥା ହେଲା ବିଭିନ୍ନ ସ୍ଥାନକୁ ଯିବା ପାଇଁ ଏଠାରୁ ବସର ସୁବିଧା ଉପଲବ୍ଧ ହୋଇଥାଏ। ତେଣୁ ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ। ଲୋକେ ଦୂର ସ୍ଥାନକୁ ଯିବା ପାଇଁ ଏଠାରେ ବସକୁ ଅପେକ୍ଷା କରିଥାନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯେତିକି ପରିମାଣର ଆଲୋକ ବ୍ୟବସ୍ଥା ଏଠାରେ ହେବା କଥା ତାହା ହୋଇନାହିଁ। ଯେଉଁ ଆଲୋକୀକରଣ ହୋଇଛି, ତାହା ପୁଣି ବାରମ୍ବାର ଅଚଳ ହୋଇ ପଡୁଥିବା ଅଭିଯୋଗ ହେଉଛି। ଛକ ମଧ୍ୟରେ ଥିବା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଠିକରେ କାର୍ଯ୍ୟ କରୁନାହିଁ। ଅଧିକାଂଶ ଲାଇଟ ବିଭିନ୍ନ ସମୟରେ ଅଚଳ ରହୁଛି। ଏହାବ୍ୟତୀତ କଳିଙ୍ଗନଗର ମିଲିଟାରି ଛକ ଆଡକୁ ଯାଇଥିବା ରାସ୍ତାରେ ଆଲୋକୀକରଣର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ଠିକରେ କାମ କରୁନାହିଁ। କିଛି ଲାଇଟ ଦିନରେ ଜଳୁଥିବା ଅଭିଯୋଗ ହୁଏ। ଆବଶ୍ୟକ ଆଲୋକ ଅଭାବରୁ ରାତିରେ ଏହି ଅଞ୍ଚଳ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାତି ହେଲେ ଲୋକେ ଏହି ବାଟ ଦେଇ ଯିବା ପାଇଁ ଭୟ କରୁଛନ୍ତି। ଅନ୍ଧାର ସୁଯୋଗରେ ନିକଟରେ ଥିବା ମହିମା ମଠ ସମେତ ଅନ୍ୟସ୍ଥାନରୁ ମଧ୍ୟ ଚୋରି ହେଉଛି। ଛକ ନିକଟରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଲୁହାରେ ନିର୍ମାଣ ହୋଇଥିବା ଏକ ରେଷ୍ଟ ଶେଡକୁ କେହି ଓଲଟାଇ ପକାଇ ନେବା ଯୋଜନା କରିଥିବା ଦେଖିବାକୁ ମିଳିଛି। ଏହି ଛକରୁ ପାଣିକୋଇଲିକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଲାଗି ଥିବା ଲୁହା ରୋଲିଂ ଚୋରି ହେବାରେ ଲାଗିଛି। ବିଭିନ୍ନ ଦୃଷ୍ଟିକୋଣରୁ ଛକଟି ଜନଗହଳି ପୂର୍ଣ୍ଣ ହୋଇଥିବାବେଳେ ଏଠାରେ ବିଶ୍ରାମାଗାର, ପାନୀୟଜଳ କି ଶୌଚାଳୟର ବ୍ୟବସ୍ଥା ନାହିଁ।
ଦୁଇ ବର୍ଷ ତଳେ ଜିଲା ପ୍ରଶାସନ ପକ୍ଷରୁ ଛକର ସୌନ୍ଦର୍ଯ୍ୟକରଣ କରାଯାଇଥିଲେ ହେଁ ଯାତ୍ରୀଙ୍କ ସବୁ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇନାହିଁ। ଛକ ନିକଟରେ ଯାଜପୁର ରୋଡ ଦମକଳ କେନ୍ଦ୍ର, ବିଦ୍ୟୁତ୍‌ ଷ୍ଟେଶନ, ଯାଜପୁର ରୋଡ୍‌ ଥାନା, ଭେଣ୍ଡିଂ ଜୋନ ସହିତ ପୁରାତନ ଐତିହାସିକ ଜୈନ ଗୁମ୍ଫା, ମହିମା ଅଲେଖ ମଠ ଓ ହନୁମାନ ମନ୍ଦିର ଆଦି ଧର୍ମସ୍ଥଳୀ ରହିଛି। ଆଗକୁ ସରକାରୀ ଓ ବେସରକାରୀ ଭାବେ ଏକାଧିକ ପ୍ରକଳ୍ପ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ତେଣୁ ଏଠାରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜିଲା ପ୍ରଶାସନ, ବ୍ୟାସନଗର ପୌର ପ୍ରଶାସନ ଓ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri