ଜଙ୍ଗଲନିଆଁ ରୋକିବାକୁ ‘ଫାୟାର ଲାଇନ୍‌’

କେନ୍ଦୁଝର,୨୨।୨(ସ୍ବ.ପ୍ର): କେନ୍ଦୁଝର ବନଖଣ୍ଡ ସହାୟତାରେ ସଦର ବନାଞ୍ଚଳ ଅନ୍ତର୍ଗତ ପଳାସପଙ୍ଗା ସେକ୍ସନ ଅଧୀନସ୍ଥ ୧୫ଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ନିଆଁ ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହୋଇ ଜଙ୍ଗଲରେ ପଡ଼ିଥିବା ପତ୍ରକୁ ଅଲଗା (ଫାୟାର ଲାଇନ୍‌) କାମ କରୁଛନ୍ତି। ଏଥିରେ ପଳାସପଙ୍ଗା ସେକ୍ସନର ଆହାରପସି, କଣ୍ଡରାପସି, ଆମୁଣିପୁର, ନଇଗାଁ ଓ ସଣ୍ଡିଆପସି ବନ ସୁରକ୍ଷା ସମିତିରେ ସଚେତନତା ସଭା ଅନୁଷ୍ଠିତ ହେବା ଫାୟାର ଲାଇନ କାମ ସରିଛି। ବଉଳମାଳ ଓ କଶିରା ପାଟଣାରେ କାର୍ଯ୍ୟକ୍ରମ ଚାଲୁ ରହିଛି। ବଉଳମାଳ ବନ ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ସଚେତନତା ସଭା ଓ ଫାୟାର ଲାଇନ କାମ ଅବସରରେ ପଳାସପଙ୍ଗା ବନପାଳ ଜୟକୃଷ୍ଣ ଦାସ, ବନରକ୍ଷୀ ସୁବାଷିନୀ ଗିରି, ବଉଳମାଳ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ପୂର୍ଣ୍ଣେନ୍ଦୁ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାପାତ୍ର, ଅନିତା ନାୟକ, ସଦସ୍ୟ ନିରଞ୍ଜନ ମହାନ୍ତ, ଭାଗବତ ନାୟକ ଓ ଲଳିତ ମହାକୁଡ଼ ଯୋଗଦେଇ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀଙ୍କର ଭୂମିକା ବୁଝାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଭ୍ୟାସଭ୍ୟ, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମର ଭଦ୍ର ବ୍ୟକ୍ତିଗଣ ଜଙ୍ଗଲ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ଶପଥପାଠ କରିଥିଲେ। ଏହି ଅବସରରେ ବନ ବିଭାଗ କର୍ମଚାରୀ ଓ ବନସୁରକ୍ଷା ସମିତିର ସଦସ୍ୟଙ୍କ ତତ୍ତ୍ୱାବଧାନରେ ଗ୍ରାମର ୧୬ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଫାୟାର ଲାଇନ କାମ କରିବା ସହିତ ଲୋକମାନଙ୍କୁ ସଚେତନ କରାଉଛନ୍ତି। ସେହିପରି କଶିରା ପାଟଣାରେ ମଧ୍ୟ ଫାୟାର ଲାଇନ କାମ ଚାଲିଛି। ଖୁବ୍‌ ଶୀଘ୍ର ଆଉ ୮ଟି ବନ ସୁରକ୍ଷା ସମିତିରେ ଏହି କାମ କରାଯିବା ସହିତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକରେ ବ୍ୟାପକ ସଚେତନତା କରାଯିବ ବୋଲି ପଳାସପଙ୍ଗା ବନପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨ ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ...

କଇଁଛଙ୍କ ପ୍ରଜନନସ୍ଥଳୀରେ ପର୍ଯ୍ୟଟକଙ୍କ ଭୋଜିଭାତର ଆସର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଚାନ୍ଦବାଲି,୯ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନବିଭାଗ ଅଧିନସ୍ଥ ଧାମରା-ଉଡ଼ାବାଲିକୁ କଇଁଛର ଆଶ୍ରୟସ୍ଥଳୀ କୁହାଯାଉଥିବା ବେଳେ ଏବେ ପର୍ଯ୍ୟଟକମାନଙ୍କର ଭୋଜିଭାତର ଆସର ସେଠାରେ ଜମୁଛି। ଏହି ଅଞ୍ଚଳରେ ପର୍ଯ୍ୟଟକମାନଙ୍କର...

ହୋର୍ଡିଙ୍ଗକୁ ନେଇ ଉତ୍ତେଜନା

କୋରୁକୋଣ୍ଡା,୨୪।୧(ଡି.ଏନ୍‌.ଏ.): ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ନିର୍ବାଚନକୁ ମୁକ୍ତ ,...

ଦୁଇ ଓଡ଼ିଆ ସାମାଜିକ କର୍ମୀଙ୍କୁ ମିଳିଲା ‘ଜୀବରକ୍ଷା’ ସମ୍ମାନ

କଟକ ଅଫିସ,୧୬।୧୦: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଅନୁସରଣ କରି ସମାଜରେ ଅନେକ ଲୋକ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଭଳି...

୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍‌

ବାଲୁଗାଁ,୬।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ...

ଡ୍ରାଇଭର ମହାସଂଘର ରାଜପଥ ଅବରୋଧ, ଯାତ୍ରୀ ହଟହଟା

କେସିଙ୍ଗା,୧୯।୪: ଓଡ଼ିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷରୁ ୧୧ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ସହର ପ୍ରାଣୀ ଚିକିତ୍ସାଳୟ ନିକଟରେ ମଙ୍ଗଳବାର ୨୬...

ନବଦୀପଙ୍କୁ ମିସେସ୍‌ ଇଣ୍ଡିଆ ୱାର୍ଲ୍ଡ ମୁକୁଟ

ରାଜଗାଙ୍ଗପୁର,୨୮।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ନବଦୀପ କୌର (୩୧) ମିସେସ୍‌ ଇଣ୍ଡିଆ ୱାଲର୍‌ଡ ମୁକୁଟ ଜିଣିଛନ୍ତି। ସେ ହେଉଛନ୍ତି ଶିଳ୍ପପତି କମଲଦୀପ ସିଂଙ୍କ...

ଜନ୍‌ମୁ ଦିବ୍ୟାଙ୍ଗ ତିନ୍‌ ଭାଇ: ଉଚ ଚିକିଛା ଲାଗି ଟଁକା ଅଭାବ

  କୋକସରା,୧୪।୧(ଡି.ଏନ୍‌.ଏ.)- ପୁଓ ହେଉ କି ଝି’ ଜନମ୍‌ ହେଲେ ଘରେ ଖୁସିର ଲହର ଖେଲିଯାଏସି। ମା’ବାପ୍‌ର ସପନ୍‌ ବି ତାକର ସଂଗେ ଯୁଡ଼ି ହେଇଯାଏସି।...

Advertisement
Archives

Model This Week