ବାଣ ବେପାରୀ ବାଟବଣା

ଭୁବନ, ୮।୧୧(ଡି.ଏନ.ଏ.):  ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି। ସରକାର କଟକଣା ଜାରି କରିବା ଆଗରୁ ବହୁ ବ୍ୟବସାୟୀ ବାଣ କିଣି ସାରିଥିଲେ। ଆଉ କେତେଜଣ ହୋଲ୍‌ସେଲରଙ୍କୁ ଅଗ୍ରିମ ଦେଇ ସାରିଥିଲେ। ହେଲେ ପର୍ବକୁ ମାତ୍ର ଦିନକେଇଟା ବାକି ଥିବାବେଳେ ହଠାତ୍‌ ଏପରି ଗାଇଡ୍‌ଲାଇନ୍‌ ବାଣ ବେପାରୀ ଏବଂ ବେପାରକୁ ବାଟବଣା କରିଦେଇଛି।
ବାଣ ବ୍ୟବସାୟ ପାଇଁ ଢେଙ୍କାନାଳ ଜିଲାର ଭୁବନ ବ୍ଲକର ରହିଛି ପରିଚୟ। ଏଠାରେ ଯଦିଓ ବାଣ ତିଆରି ହୁଏ ନାହିଁ, ତଥାପି ଆତସବାଜିର ଚାହିଦା ଥିବାରୁ କଟକ, ଭୁବନେଶ୍ୱର, କୁଆଖିଆ, ଯାଜପୁର, ତିଗିରିଆ ଏବଂ ତାଳଚେରରୁ ବାଣ ଆଣି ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ। ଏହି ଋତୁକାଳୀନ ବ୍ୟବସାୟ ପାଇଁ ବ୍ଲକ ଏବଂ ଏନ୍‌ଏସିର ୨୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଏକ୍ସପ୍ଲୋସିଭ ଲାଇସେନ୍ସ ଆଣୁଥିଲେ। ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ଗୋଟିଏ ସ୍ଥାନରେ ସେମାନେ ଷ୍ଟଲ ଖୋଲି ବିକ୍ରି କରୁଥିଲେ। ଦୀପାବଳି ସମୟରେ ହାରାହାରି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରିବଟା ହେଉଥିବାବେଳେ ଜଣକା ୫୦ ହଜାର ଟଙ୍କା ଯାଏ ଲାଭ ପାଉଥିଲେ। ଏହି ଅର୍ଥରେ ସେମାନଙ୍କ ପରିବାର ୫-୬ ମାସ ଚଳିଯାଉଥିଲା। ହେଲେ ଚଳିତବର୍ଷ କରୋନା ଗାଇଡ୍‌ଲାଇନ ସେମାନଙ୍କୁ ନିରାଶ କରିଛି।
ଅପରପକ୍ଷେ ବାଣ ଦୀର୍ଘଦିନ ରହିଲେ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେଣୁ କିଣା ସରିଥିବା ବାଣ କ’ଣ କରିବେ, କେଉଁଠି ସାଇତି ରଖିବେ ଏବଂ ଦିଆସରିଥିବା ଅଗ୍ରିମ କିପରି ଫେରିପାଇବେ ତାହାକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଏପରି କଟକଣାକୁ ଅଞ୍ଚଳର ଅନେକେ ସ୍ବାଗତ କରିଛନ୍ତି। ଜୀବନ ବଞ୍ଚତ୍ଲେ ଆସନ୍ତା ବର୍ଷକୁ ପର୍ବ ପାଳନ କରିହେବ ବୋଲି ସେମାନେ ମତ ଦେଇଛନ୍ତି।

ବିକିଲେ, ଫୁଟାଇଲେ କାର୍ଯ୍ୟାନୁଷ୍ଠାନ
ସରକାରଙ୍କ ନିୟମ ଅନୁଯାୟୀ ଜିଲାପାଳ ଏକ୍ସପ୍ଲୋସିଭ ଲାଇସେନ୍ସ ଉପରେ କଟକଣା ଜାରି କରିଛନ୍ତି। ବାଣ ବିକିଲେ କିମ୍ବା ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି। ନିୟମକୁ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ।

– ଜିତେନ୍ଦ୍ର କୁମାର ସାହୁ, ଭୁବନ ଥାନାଧିକାରୀ

ବର୍ଷକର ବ୍ୟବସାୟ ବୁଡ଼ିଲା
ବାଣ ବ୍ୟବସାୟୀଙ୍କ ବର୍ଷକର ପେଟପାଟଣା କଥା ବୁଝୁଥିଲା ଦୀପାବଳି। ପ୍ରଶାସନଠାରୁ ଅନୁମତି ଆଣି ୨ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ବ୍ୟବସାୟ କରୁଥିଲୁ। ୪୦ରୁ ୫୦ ହଜାର ଟଙ୍କା ଯାଏ ଲାଭ ହେଉଥିଲା। ଆଦାୟ ଅର୍ଥରୁ ଟିକସ ମଧ୍ୟ ଦେଉଥିଲୁ। ହେଲେ କରୋନା ପାଇଁ ବର୍ଷକର ବ୍ୟବସାୟ ବୁଡ଼ିଗଲା।
-ଅକ୍ଷୟ କୁମାର ଦାସ, ବାଣ ବ୍ୟବସାୟୀ

ଖୁସି ଧୂଳିସାତ୍‌ ହୋଇଯାଇଛି
ସରକାରୀ ଗାଇଡ୍‌ଲାଇନ୍‌ ପାଇଁ ଚଳିତବର୍ଷ ଆଲୋକର ପର୍ବ ଦୀପାବଳି ଫିକା ପଡ଼ିବ। କରୋନା ପାଇଁ ସବୁ ଖୁସି, ଉତ୍ସାହ ଧୂଳିସାତ୍‌ ହୋଇଯାଇଛି। ବାଣ ଫୁଟାଇ ନ ପାରିବା ଛୋଟ ଛୋଟ ପିଲାଙ୍କୁ ବେଶି କଷ୍ଟ ଦେଇଛି। କରୋନା ସଂକ୍ରମଣ କମିଲେ ଆସନ୍ତା ବର୍ଷକୁ ଧୁମ୍‌ଧାମରେ ଆଲୋକର ଏହି ପର୍ବ ପାଳନ କରିବାର ଅବସର ମିଳିବ।
– ନିରଞ୍ଜନ ନାୟକ, ଅଧ୍ୟାପକ

ଲୋକଙ୍କ ମନରେ ଉତ୍ସାହ ନାହିଁ
ଦୀପାବଳି ପର୍ବର ବହୁ ଦିନ ଆଗରୁ ଲୋକମାନେ ଘର ସଜାଇବା ପାଇଁ ଲିଚୁ ଲାଇଟ୍‌ କିଣି ନେଇଥାନ୍ତି। ଚଳିତବର୍ଷ ସରକାର ବାଣ ବ୍ୟବସାୟ ଉପରେ କଟକଣା ଲଗାଇଥିବାରୁ ଲାଇଟ୍‌ ଅଧିକ ବିକ୍ରିବଟା ହେବ ବୋଲି ଆଶା ରହିଛି। ହେଲେ କରୋନା ମାଡ଼ରେ ଅର୍ଥାଭାବର ଶିକାର ହୋଇଥିବା ଲୋକଙ୍କ ମନରେ ପର୍ବପର୍ବାଣି ପାଳନ କରିବାକୁ ଉତ୍ସାହ କମିଯାଇଛି।
– ବିଳାସ କୁମାର ସାମଲ, ଲିଚୁ ଲାଇଟ୍‌ ଦୋକାନୀ

ଦୀପ ବ୍ୟବସାୟରୁ ଲାଭ ଆଶା
ବାଣ ବ୍ୟବସାୟ ବନ୍ଦ କରାଯାଇଥିବା ଜାଣିବା ପରେ ଦୀପ ବିକ୍ରି ଭଲ ହେବ ବୋଲି ଆଶା ଅଛି। ସେଥିପାଇଁ ଅଧିକ ଦୀପ ତିଆରି କରାଯାଇଛି। ଗତବର୍ଷ ୨ମାସ ଆଗରୁ ଦୀପାବଳି ପାଇଁ ଅର୍ଡର ମିଳିଥିଲା। ଚଳିତବର୍ଷ ଏହା କମିଛି। ଦୀପାବଳିକୁ ସପ୍ତାହେ ଥିବାବେଳେ ଦିନେ ଦୁଇଦିନ ଭିତରେ ବ୍ୟବସାୟ ବଢ଼ିବା ସମ୍ଭାବନା ରହିଛି।
– ଅନାମ ଚରଣ ସାହୁ, କୁମ୍ଭକାର


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri