ନୂଆଦିଲ୍ଲୀ,୧୪ ।୭: ରାଜଧାନୀ ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ନିଆଁ ଲାଗିଯାଇଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି । ଦମକଳବାହିନୀ ହୋଟେଲର ଦ୍ୱିତୀୟ ଓ ତୃତୀୟ ମହଲାରୁ ୧୦ ଜଣଙ୍କୁ ଉଦ୍ଧାର କରିଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।