କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ

ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ ୧୭ ଦମକଳକର୍ମୀ ନିଖୋଜ ଥିବା କୁହାଯାଉଛି । ବଜ୍ରପାତ ହେବା ପରେ ତେଲ ଡିପୋରେ ଅତିକମରେ ୪ଥର ବିସ୍ଫୋରଣ ଶବ୍ଦ ଶୁଭିଥିଲା । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି କି ଦମକଳକର୍ମୀ ଓ ଅନ୍ୟ ବିଶେଷଜ୍ଞ ମତଂଜସ ସୁପରଟ୍ୟାଙ୍କର ବେସରେ ନିଆଁ ଲିଭାଇବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିଛନ୍ତି । ଶୁକ୍ରବାର ଆସିଥିବା ଝଡବର୍ଷା କାରଣରୁ ଏଭଳି ଦୁର୍ଘଟଣା ହୋଇଛି । ସରକାର କହିଛନ୍ତି ତୈଳ କ୍ଷେତ୍ରରେ ଅଭିଜ୍ଞତା ଥିବା ମିତ୍ର ଦେଶର ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞଙ୍କ ସହାୟତା ଲୋଡା ଯାଇଛି । ଏହାପରେ ମେକ୍ସିକୋ ଓ ଭେନେଜୁଏଲା ନିଆଁ ଲିଭାଇବାରେ ସାହାଯ୍ୟ କରିଥିବା ବେଳେ ଆମେରିକା ଟେକନିକାଲ ଉପଦେଶ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧୀ ଟୁଇଟ୍‌: ବନ୍ଦ ହେଲା ୨ଶହ ଆକାଉଣ୍ଟ

କରାଚି,୨୦।୮: ପାକିସ୍ତାନ ଲାଗାତର ଭାବେ ଭାରତ ବିରୋଧୀ ଟୁଇଟ୍‌ କରୁଥିବାରୁ ଏହାକୁ ନେଇ ଭାରତୀୟ ପ୍ରଶାସନ ଅଭିଯୋଗ ଆଣିଥିଲା। ଫଳରେ ମାଇାକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ...

ଭାରତ ପ୍ରସ୍ତୁତ ଟିକା ନେଲେ ଓଲି

କାଠମାଣ୍ଡୁ,୭।୩: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଭାରତ ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡ ନେଇଛନ୍ତି। ସ୍ତ୍ରୀ ରାଧିକା ଶାକିଆଙ୍କ ସହ ଅରସି ତ୍ରିଭୁବନ...

ବ୍ରିଟେନ ରାଜାଘରେ କଳି: ଯୁବରାଜ ଓ୍ବଲିୟମ-ହ୍ୟାରି ହାତାହାତି ନେଇ ଚର୍ଚ୍ଚା…

ଲଣ୍ଡନ,୫।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ...

‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ...

ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ

ଇସଲାମାବାଦ୍‌,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ...

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ଉଦ୍ଧାର କାର୍ଯ୍ୟ ଜାରି

କାଠମାଣ୍ଡୁ,୩।୧୧: ନେପାଳରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ...

ଆର୍ଜେଣ୍ଟିନା-ଚିଲିରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫, ୬.୩

ବୁଇନସ ଏରିସ/ସାଣ୍ଟିଆଗୋ,୨୩ ।୩: ଆର୍ଜେଣ୍ଟିନାରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ୟୁଏସ...

Advertisement
Archives

Model This Week