କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

କଟକ ଅଫିସ,୧।୨: କଟକ ତୁଳସୀପୁରର ଘରୋଇ ହସ୍ପିଟାଲ ‘ସନ୍‌’ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଏହି ନିଆଁ ଲାଗିଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ, କମିଶନର, ଡିସିପି, ବିଧାୟକ ପ୍ରମୁଖ ପହଞ୍ଚିଛନ୍ତି। ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛିି। ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଜଣାଇଛନ୍ତି।
ଅନ୍ୟପଟେ କଟକ ବିଧାୟକ ମହମ୍ମଦ ମୁକିମ କହିଛନ୍ତି, ନର୍ସିଂହୋମ ଉପରେ କିଚେନ, ଟ୍ରେନିଂ ସେଣ୍ଟର ଥିବା ବେଳେ ସେଠାରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାରୁ କେହି ଏଥିରେ ମୃତାହତ ହୋଇ ନାହାନ୍ତି। ତେବେ ନିଆଁ ଲାଗିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖବରଦାତାଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ,୨୪ା୪(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ବାଲିସାହିରେ ରହୁଥିବା ଖବରଦାତା ସଞ୍ଜୟ ପତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼...

ସମୀରଙ୍କ ହାଟ୍ରିକ ବିଜୟ: କହିଲେ ଅଞ୍ଚଳର ବିକାଶ ମୋର ପ୍ରାଥମିକତା

ପୁରୀ ଅଫିସ, ୨୪।୫: ଜଗତ୍‌ସିଂହପୁର ଲୋକ ସଭା ଆସନ ଅନ୍ତର୍ଗତ ନିମାପଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସମୀର ରଞ୍ଜନ ଦାସ ବିଜୟୀ ହୋଇଛନ୍ତି। ସେ...

ଡରାଉଛି କରୋନା: ଗତ ୨୪ ଘଣ୍ଟାରେ ନେଲା ୬୭ ମୁଣ୍ଡ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁ ନ ଥିବା ବେଳେ ମହାମାରୀରେ ମୃତ୍ୟୁ ସଂଖ୍ୟା ଡରାଉଛି। ଗତ ୨୪ ଘଣ୍ଟା...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର...

ବାଲିଚର ହୋଇ ଚାଷଜମି ନଷ୍ଟ

ଦେଓଗାଁ,୧୬ା୮(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ଦେଓଗାଁ ଯୋଗୀସାଗର ତଳ ଅଞ୍ଚଳର ହାରାହାରି ୨୦ହେକ୍ଟର ଧାନଚାଷ ଜମି...

ହସ୍ପିଟାଲ ରାସ୍ତାରେ ହାତୀ

ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍‌ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ...

କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ ଅପରେଶନ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ହାର୍ଟ-ସର୍ଜରି ୟୁନିଟ୍‌ ଆରମ୍ଭ ହେବ। ଫଳରେ ଏଠାରେ ହାର୍ଟ ଅପରେଶନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର,...

ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭:  ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା...

Advertisement


Archives

Model This Week