ବ୍ରେଲ୍‌ ବଦଳରେ ଅଙ୍ଗୁଳି ଏବେ କମ୍ପ୍ୟୁଟର ଚଳାଇବ

କେନ୍ଦ୍ରାପଡ଼ା ଅଫିସ, ୧୪ା୧୨: ଦେହ ମନ କଷ୍ଟ ହେଲେ ଆଖିରୁ ଲୁହ ଝରିପଡେ। ଏହି ଲୁହକୁ ହାତରେ ପୋଛିଲା ସମୟରେ ଅନୁଭବ ହୁଏ। ମାତ୍ର ଏହାକୁ ଦେଖି ହୁଏନା। ଯେତେବେଳେ ବଡ ସାର ଆଶ୍ରମକୁ ଆସନ୍ତି, ସେହି ସମୟରେ ପାଠ ପଢ଼ି ବଡ ସାର ହେବାକୁ ଇଚ୍ଛା ହୁଏ। ମାତ୍ର ଦୃଷ୍ଟିଶକ୍ତି ନ ଥିବାରୁ ସାଧାରଣ ପିଲାଙ୍କ ପରି ଭାରି ମନକଷ୍ଟ ହୁଏ। ଆଖପାଖରେ କେହି ନ ଥିବା ବେଳେ ଖୁବ କାନ୍ଦେ। ଭଗବାନଙ୍କୁ ପ୍ରାର୍ଥନା ସମୟରେ ମୋର ଏହି ଦୁର୍ଦ୍ଦଶା କାହିଁକି ବୋଲି ପ୍ରଶ୍ନ ପଚାରେ। ସେହି ଭଗବାନ ମୋର ଦୁଃଖ ଶୁଣିଛନ୍ତି। ଆଖି ଅପରେଶନ ପରେ ବହୁତ କିଛି ଦେଖୁଛି। ଏବେ ବ୍ରେଲ୍‌ ଅକ୍ଷରରେ ପଢ଼ିବା ଆବଶ୍ୟକ ନାହିଁ ବୋଲି ଭାବୁଛି। ବ୍ରେଲି ବଦଳରେ ଅଙ୍ଗୁଳି ଏବେ କମ୍ପ୍ୟୁଟର ଚଳାଇବ ଜାଣି ଖୁବ୍‌ ଖୁସି ଲାଗୁଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଦରବଚ୍ଛାସ୍ଥିତ ଆରତୀ ଦେବୀ ଦୃଷ୍ଟିହୀନ ଆବାସିକ ବିଦ୍ୟାଳୟର ଅନ୍ତେବାସୀ ୧୦ ବର୍ଷୀୟ ଶଙ୍କର ଦାସଙ୍କ ଏହି ବୟାନ ତାଙ୍କ ପାଇଁ ଏକ ନୂଆ ପୃଥିବୀ ସୃଷ୍ଟି କରିଛି। ଅଗଷ୍ଟ ୧୦ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ପୌର ସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ପରୀକ୍ଷା ପରେ ଚକ୍ଷୁରେ ଜ୍ୟୋତି ଫେରିବା ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଅନ୍ତେବାସୀ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ମୋଟ ୩୯ ଦୃଷ୍ଟିହୀନ ଛାତ୍ରୀଛାତ୍ରଙ୍କ ପରୀକ୍ଷା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨ ଛାତ୍ରଙ୍କ ଆଖିର ଜ୍ୟୋତି ଫେରି ଆସିଛି।
ଏ ସମ୍ପର୍କରେ ଆରତୀ ଦେବୀ ବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ମୋହନ ଦାସ କହିଛନ୍ତି, ଶଙ୍କରଙ୍କ ଚକ୍ଷୁ ଅପରେଶନ ପରେ ମଙ୍ଗଳବାର ଏଠାକୁ ଆସିଛନ୍ତି। ଚିକିତ୍ସାଧୀନ ଥିବାରୁ ସାମୟିକ ବିଶ୍ରାମ ନେଉଛନ୍ତି। ତେବେ ପାଠ ପଢ଼ିବା ଉତ୍ସାହ ବଢ଼ିଯାଇଛି। ଗତ ୧୮ ଘଣ୍ଟା ମଧ୍ୟରେ ନୂଆ ଦୁନିଆର ରୂପରେଖ ଦେଖି ତତ୍ତ୍ୱାବଧାରକଙ୍କୁ ବହୁ ପ୍ରଶ୍ନ ପଚାରୁଛନ୍ତି। ସେହିପରି ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ରାଜେଶ ମଲ୍ଲିକ ଚକ୍ଷୁ ଅପରେଶନ ପରେ ନିଜ ଘର ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ନୂଆଗଁାରେ ଅଛନ୍ତି। ଅପରେଶନ ଓ ଭବିଷ୍ୟତ କାର୍ଯ୍ୟକ୍ରମକୁ ନେଇ ସେ କୁହନ୍ତି, ଆସନ୍ତା ମାସରେ ସେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜନ୍ମରୁ ପ୍ରାୟ ୬ ବର୍ଷ ଯାଏ ଆଦୌ ଦେଖାଯାଉ ନ ଥିଲା। ଏହାପରେ ଚକ୍ଷୁ ଅପରେଶନ ହୋଇଥିଲା। ମାତ୍ର ସଫଳ ହୋଇ ନ ଥିଲା। ସାମାନ୍ୟ ପରିମାଣରେ ଦେଖା ଯାଉଥିବାରୁ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହଯୋଗ ନେଇ ଜୀବନଯାପନ କରୁଥିଲି। ତେବେ ଆଶ୍ରମ ସ୍କୁଲକୁ ରାଜ୍ୟପାଳ ଆସି ଜୀବନପଥକୁ ସିଧା ଚାଲିବା ପାଇଁ ବାଟ ଦେଖାଇଛନ୍ତି। ଏହାସହ ଜିଲା ପ୍ରଶାସନ ଓ ଆଶ୍ରମ ସ୍କୁଲର ଶିକ୍ଷକଙ୍କ ଉଦ୍ୟମ ପାଇଁ ଆମକୁ ନୂଆ କରି ବଞ୍ଚତ୍ବାର ବାଟ ଦେଖାଇଛି। ଏଥିସହ ସେ କ୍ଷୋଭ ପ୍ରକାଶ କରିଛନ୍ତି, ୧୪ବର୍ଷ ହୋଇଥିଲେ ମଧ୍ୟ ଏବେ ଚତୁର୍ଥ ଶ୍ରେଣୀରେ ପଢ଼ୁଛନ୍ତି। ସାଙ୍ଗମାନେ ବହୁ ଅଧିକ ପାଠ ପଢ଼ିଲେଣି। ଏ ସମ୍ପର୍କରେ ରାଜେଶଙ୍କ ବାପା ଲକ୍ଷ୍ମଣ କୁହନ୍ତି, ଦିନ ମଜୁରିରେ ଘର ଚଳେ। ବୋଉଙ୍କର ଆଖି ଦୋଷ ଅଛି। ଏହାପରେ ଭାଇ ଓ ନିଜର ଆଖିକୁ ଅଳ୍ପ ଦେଖାଯାଉଛି। ଏହି ପରିସ୍ଥିତିରେ ପୁଅ ରାଜେଶର ଦୃଷ୍ଟିଶକ୍ତି ନ ଥିବା ଜାଣି ପରିବାର ଓ ପଡୋଶୀଙ୍କ ମନରେ ଦୁଃଖ ହୋଇଥିଲା। ଏବେ ଅପରେଶନ ପରେ ରାଜେଶଙ୍କ ଆଖିକୁ ଦେଖା ଯାଉଥିବା ଜାଣି ଖୁବ୍‌ ଖୁସି ଲାଗୁଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦାସ କହିଛନ୍ତି, ରାଜ୍ୟପାଳଙ୍କ ଏହି ଗସ୍ତ ରାଜ୍ୟର କେତେକ ଦୃଷ୍ଟିହୀନ ଛାତ୍ରୀଛାତ୍ରଙ୍କ ପାଇଁ ଆଶୀର୍ବାଦ ହୋଇଛି। ରାଜ୍ୟପାଳ ପ୍ରଫେସର ଲାଲଙ୍କ ନିର୍ଦ୍ଦେଶକ୍ରମେ ଜିଲାର ମୋଟ ୩୯ ଜଣ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଆଖି ଅପରେଶନ ପରେ ସମ୍ଭାବନା ଥିବା ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କର ଅପରେଶନ ହୋଇଛି। ଏଥିସହ କେତେଜଣ ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କୁ ପଢ଼ିବା ପାଇଁ ଅତ୍ୟାଧୁନିକ ଯନ୍ତ୍ର ଜିଲା ପ୍ରଶାସନ ମାଧ୍ୟମରେ ବଣ୍ଟନ ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri