ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…

ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା ପିଇବା, ଡ୍ରେସ୍‌, ଗହଣା, ଗାଡ଼ି ସବୁ କିଛି ଚର୍ଚ୍ଚାରେ ରହିଛି। ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି। ଯାହା ହେଲା ଉପହାର। ଅନନ୍ତଙ୍କ ବିବାହକୁ ଯେଉଁ ସବୁ ଅତିଥି ଆସିଥିଲେ ସେମାନେ କ’ଣ ସବୁ ଉପହାର ଦେଇଛନ୍ତି ତାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଯେଉଁ ଉପହାରର ଦାମ୍‌ କୋଟି କୋଟି ଟଙ୍କା।

How to Plan a Huge Event Like Anant Ambani's Wedding? - Pure Magic Exhibition And Conference Organizing

ଏହି ବିବାହରେ ଦେଶ ବିଦେଶରୁ ଅତିଥିମାନେ ସାମିଲ ହୋଇଥିଲେ। ପ୍ରାୟ ୨୫୦୦ ଅତିଥିଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଏହି ବିବାହରେ ବହୁ ବଲିଉଡ ଏବଂ ହଲିଉଡ ଷ୍ଟାର୍‌ ମଧ୍ୟ ଯୋଗ ଦେଇଥିଲେ। ଜନ ସିନା, କିମ୍‌ କାର୍ଦାସିୟାନ ଏବଂ ଖ୍ଲୋଏ କାର୍ଦାସିୟାନଙ୍କ ପରି ଷ୍ଟାର୍ମାନେ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ଶାହାରୁଖ ଖାନ, ସଲମାନ ଖାନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସ୍ବାମୀ ନିକ ଜୋନାସ, ରଣବୀର ସିଂ, ଦୀପିକା ପାଦୁକୋନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ବିକି କୌଶଲ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଉଦ୍ଧବ ଠାକ୍ରେ, ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବ ବିବାହ ସମାରୋହରେ ସାମିଲ ଥିଲେ।

Anant Ambani stuns Mark Zuckerberg with $1m Richard Mille

ଅଭିନେତା ଶାହାରୁଖ ଖାନ୍‌ ଅନନ୍ତ-ରାଧିକାଙ୍କୁ ୧୦ କୋଟି ଟଙ୍କାର ଏକ କାର୍‌ ଉପହାର ଦେଇଛନ୍ତି। ଆଲିଆ-ରଣବୀର ୨୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଦେଇଛନ୍ତି। ସେହିପରି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୭ କୋଟି ଟଙ୍କାର ହୀରା ଖଚିତ ଲାପ୍‌ଟପ୍‌ ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି। ସଲମାନ ଖାନ୍‌ ୭ କୋଟି ଟଙ୍କାର ହୀରା ଘଣ୍ଟା ଦେଇଛନ୍ତି। ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏକ ଫେରାରି କାର୍‌ ଉପହାର ଦେଇଛନ୍ତି। ବିଲ୍‌ ଗେଟ୍‌ ୧୮ ଲକ୍ଷ ଟଙ୍କାର ଏକ ପେଣ୍ଟିଂ ଦେଇଛନ୍ତି। କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ ୧୦ କୋଟି ଟଙ୍କା ଅଳଙ୍କାର ଦେଇଛନ୍ତି। ରାମଚରଣ ୨୫ ଲକ୍ଷ ଟଙ୍କାର ସୁନା ଜୋତା। ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ ରୁବିର ଏକ ହାର ଏବଂ ୧୨ କୋଟି ଟଙ୍କାର ଡାଇମଣ୍ଡ ଘଣ୍ଟା ଦେଇଛନ୍ତି। ସେହିପରି ରଜନୀକାନ୍ତ ୨ କୋଟି ଟଙ୍କାର ଉପହାର ଦେଇଛନ୍ତି। କ୍ୟାଟ୍ରିନା ୨୫ ଲକ୍ଷ ଟଙ୍କାର ପର୍‌ଫ୍ୟୁମ୍‌ ଦେଇଛନ୍ତି।

കൂട്ടുകാരെ അമ്പരപ്പിച്ച് അനന്ത് അംബാനി; എല്ലാവര്‍ക്കും രണ്ടു കോടി രൂപയുടെ വാച്ച് സമ്മാനം|Anant Ambani |Audemars Piguet

ଅନ୍ୟପକ୍ଷରେ ଅନନ୍ତ ମଧ୍ୟ ଅତିଥିମାନଙ୍କୁ ୨ କୋଟି ଟଙ୍କାର ଘଣ୍ଟା ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ସର୍ବବ୍ୟାପୀ ସରକାର

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ...

ସଉଦା ବ୍ୟାଗ୍‌

ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା...

ବୃକ୍ଷର ସାଂସ୍କୃତିକ ମହତ୍ତ୍ୱ

ଭାରତର ପ୍ରତ୍ୟେକ ରାଜ୍ୟର ଏକ ରାଜ୍ୟ ବୃକ୍ଷ ଅଛି। କିନ୍ତୁ ଦୁର୍ଭାଗ୍ୟ ଯେ, ଯେତେବେଳେ କୌଣସି ରାଜ୍ୟର ରାଜଧାନୀର ବିଭିନ୍ନ ରେଳ ଷ୍ଟେଶନ ଓ ବିମାନବନ୍ଦରକୁ...

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ...

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର...

ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri