ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ୁଛି କି, ଜାଣନ୍ତୁ କ’ଣ କଲେ..

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନ ଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ, ଏସବୁ କୁଆଡ଼େ ବାସ୍ତୁଦୋଷ ପାଇଁ ହୋଇଥାଏ। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡ଼ିପାରିବ ସେ ବ୍ୟବସ୍ଥା କରିବା ଦରକାର।

*ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଦେବା ଶୁଭ ହୋଇଥାଏ।

*ସପ୍ତାହକୁ ଥରେ ହେଉନା କାହିଁକି ଘରେ ଗୁଗୁଳ ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

*ଗୃହରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଉଚିତ୍‌ ନୁହେଁ।

*ଘରେ କେବେ ବି କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡ଼ିଥାଏ।

*ଯେଉଁ ଆସବାବପତ୍ରର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଆସବାବପତ୍ରକୁ ଘରେ ପକାଇବା ଶୁଭ ହୋଇଥାଏ।

* ସେହିପରି ଧ୍ୟାନଦେବେ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହୋଇଥିବ।

*ଗାଧୁଆଘରକୁ ସର୍ବଦା ସଫା ରଖିବା ସହ ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।

*ଘରର ପୂର୍ବ ଦିଗରେ କିମ୍ବା ପୂଜା ସ୍ଥାନରେ ତୁଳସୀ ଗଛ ରହିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିତ୍ୟ ଖାଆନ୍ତୁ ଏହି ଫଳ, ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

କଥାରେ ଅଛି ‘ଆନ୍‌ ଆପଲ ଏ ଡେ କିପ୍ସ ଦ ଡକ୍ଟର ଆଓ୍ବେ’। ଏହାର ଅର୍ଥ ଯଦି ଜଣେ ପ୍ରତ୍ୟହ ଗୋଟିଏ ସେଓ ଖାଏ ତେବେ...

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ...

କ୍ଷତିକାରକ ପଲିଥିନ୍‌

ବ୍ୟସ୍ତ ଜୀବନ ଭିତରେ ବଜାରକୁ ଯିବା ସମୟରେ ମନେ ପକେଇ ସଉଦାଥଳି ନେବା ଆମ ପାଇଁ ଭାରି କଷ୍ଟ କାମ। ଆମର ଠିକ୍‌ ମନେପଡ଼ନ୍ତା, ଯଦି...

ସଫ୍ଟଓ୍ବେର ଚିହ୍ନଟ କରିବ ଫୁସ୍‌ଫୁସ୍‌ କ୍ୟାନ୍‌ସର

ଏଣିକି ଫୁସ୍‌ଫୁସ୍‌ କ୍ୟାନ୍‌ସରକୁ ସହଜରେ ଚିହ୍ନଟ କରିହେବ। ଦୀର୍ଘବର୍ଷର ଗବେଷଣା ପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ବିଶେଷଜ୍ଞମାନେ ଏଥିରେ ସଫଳ ହୋଇଛନ୍ତି। ସେମାନେ ଏପରି ଏକ...

ଏହି ୩ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ; ବେଶ୍‌ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ...

ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ, କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ...

ଆରମ୍ଭ ହୋଇଛି ପିତୃପକ୍ଷ: କ’ଣ ଆପଣଙ୍କ ସ୍ବପ୍ନରେ ଆସୁଛନ୍ତି ପିତୃପୁରୁଷ, ଜାଣନ୍ତୁ କ’ଣ ଏହାର…

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ପିଣ୍ଡ ଦାନ ଏବଂ ଦାନ-ଧର୍ମ ଭଳି କାର୍ଯ୍ୟ କରାଯାଏ। ପ୍ରାୟତଃ ପିତୃପକ୍ଷ ସମୟରେ କିଛି ଲୋକଙ୍କର ସ୍ବପ୍ନରେ ସେମାନଙ୍କର...

ଓଜନ କମାଇବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ...

Advertisement
Archives

Model This Week