Posted inଜାତୀୟ

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି। ନିଜର ବିଦେଶ ଗସ୍ତ ସମୟରେ ପିଏମ ମୋଦି ପ୍ରାୟତଃ ଅନେକ ଜିନିଷ ମଧ୍ୟ କିଣିଥାନ୍ତି, କିନ୍ତୁ ଆପଣ କେବେ ଭାବିଛନ୍ତି କି ପିଏମ ବିଦେଶରେ ପେମେଣ୍ଟ (ଟଙ୍କା ପୈଠ) କିପରି କରନ୍ତି? ଭାବି ନଥିବେ ନା? ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଉଛୁ।

ପିଏମ ମୋଦି ୨୦୧୮ ମସିହାରେ ଯେତେବେଳେ ସିଙ୍ଗାପୁର ଗସ୍ତରେ ଥିଲେ, ସେହି ସମୟରେ ସେ ସେଠାରୁ ଏକ ମଧୁବନୀ ପେଣ୍ଟିଂ କିଣିଥିଲେ। ଏହି ପେଣ୍ଟିଂ କିଣିବା ସମୟରେ ସେ RuPay(ରୁପେ) କାର୍ଡ ବ୍ୟବହାର କରିଥିଲେ। ସେହିପରି ଅଗଷ୍ଟ ୨୦୧୯ରେ ଭୁଟାନର ଏକ ଆଧିକାରିକ ଗସ୍ତ ସମୟରେ ମଧ୍ୟ ସେ ସ୍ଥାନୀୟ ଭୁଟାନୀ ହସ୍ତଶିଳ୍ପ ସାମଗ୍ରୀ କିଣିଥିଲେ ଏବଂ RuPay କାର୍ଡ ବ୍ୟବହାର କରିଥିଲେ।

ସେହିପରି ଫେବୃଆରୀ ୨୦୨୪ରେ ଆବୁଧାବି ଗସ୍ତ ସମୟରେ ପିଏମ ମୋଦୀ ଏବଂ ୟୁଏଇ (UAE)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଭାରତର UPIକୁ ୟୁଏଇର ‘AANI’ ପେମେଣ୍ଟ ସିଷ୍ଟମ ସହିତ ଏବଂ ରୁପେ କାର୍ଡକୁ ସେଠାକାର ‘JAYWAN’ କାର୍ଡ ସହିତ ଯୋଡ଼ିବାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ଉଭୟ ନେତା ପରସ୍ପରର କାର୍ଡ ସୱାଇପ କରି ଲାଇଭ ଟ୍ରାଞ୍ଜାକ୍ସନ (ପେମେଣ୍ଟ) ହେଉଥିବାର ମଧ୍ୟ ଦେଖିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଦେଶରେ ଏହିସବୁ ସାମଗ୍ରୀ କିଣିବା ଏବଂ ନିଜେ ପେମେଣ୍ଟ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ପର୍ଯ୍ୟଟକ ଏବଂ ସମଗ୍ର ବିଶ୍ୱକୁ ଏହା ଦେଖାଇବା ଯେ ଭାରତର ଫିନଟେକ ବ୍ରାଣ୍ଡ ଯେପରିକି UPI ଏବଂ RuPay ଏବେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଗ୍ରହଣୀୟ। ଏଭଳି ପରିସ୍ଥିତିରେ ଭାରତୀୟ ଲୋକମାନେ ମଧ୍ୟ ବିଦେଶ ଗସ୍ତରେ ଗଲେ କରେନ୍ସି ଏକ୍ସଚେଞ୍ଜ (ଟଙ୍କା ଅଦଳବଦଳ) ନକରି ଏହି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରନ୍ତୁ।

ଭାରତୀୟ UPI ଏବଂ RuPay ଭାରତ ସମେତ ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ମରିସସ, କତାର, ଓମାନ, ଦକ୍ଷିଣ କୋରିଆ ଭଳି ଦେଶରେ ଚାଲିଥାଏ। ଯଦିଓ ଫ୍ରାନ୍ସର କିଛି ଅଞ୍ଚଳରେ RuPay ଚାଲେ ନାହିଁ, କିନ୍ତୁ କିଛି ର୍ନିଦ୍ଦିଷ୍ଟ ଅଞ୍ଚଳରେ ଏହା କାମ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri