ଗୋରୀ ପାଇଁ ପୁଣି ସାଥୀ ଖୋଜା

ରାଜନଗର,୧୬।୧(ଡି.ଏନ.ଏ.) : ଭିତରକନିକା ଜାତୀୟ ଉଦ୍ୟାନର ସୁନ୍ଦରୀ ଦେଶ ବିଦେଶ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଶଙ୍ଖୁଆ କୁମ୍ଭୀର ଗୋରୀକୁ ଏବେ ୪୬ ବର୍ଷ ଚାଲିଲା। ଗୋରୀ ପାଇଁ ବିଦେଶୀ ଓ ଦେଶୀୟ ସାଥୀଙ୍କୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଥିଲା। ମାତ୍ର ଗୋରୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ପୁଣି ଗୋରୀ ପାଇଁ ସାଥୀ ଖୋଜାଯିବ ବୋଲି ବନ ବିଭାଗର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
୧୯୭୫ରେ ଅଷ୍ଟ୍ରେଲିଆର ପ୍ରାଣୀ ବୈଜ୍ଞାନିକ ଡ. ଏଚ. ଆର. ବଷ୍ଟାର୍ଡ ବିଶ୍ୱର ପ୍ରଥମ କୃତ୍ରିମ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରିଥିଲେ। ସେହିବର୍ଷ ଜାତୀୟ ଉଦ୍ୟାନରେ ଥିବା କାଳିଭଡିଆ ଦ୍ୱୀପରେ ଏକ ମାଆ କୁମ୍ଭୀର ବସାରୁ ୨୫ଟି ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଯତ୍ନ ନେଇଥିଲେ। ମାଆ କୁମ୍ଭୀର ଅଣ୍ଡା ଦେଉଥିବା ଖରୀପତ୍ର, ହେନ୍ତାଳପତ୍ର ଭଳି ବସା କୃତ୍ରିମ ଉପରେ ତିଆରି କରି ସେଥିରେ ଅଣ୍ଡାଗୁଡିକୁ ରଖିଥିଲେ। ସେଥିରୁ ୧୧ଟି ଶାବକ ଜନ୍ମ ନେଇଥିଲେ। ସେଥିମଧ୍ୟରୁ ଶଙ୍ଖ ଭଳି ଧଳା ମାଈ କୁମ୍ଭୀର ଶାବକଟିଏ ଜନ୍ମ ନେଇଥିଲା। ରଙ୍ଗଟି ଧଳା ଥିବାରୁ ଡ. ବଷ୍ଟାର୍ଡ ତା’ର ନାମ ଗୋରୀ ରଖିଥିଲେ। ଗୋରୀକୁ ଜାତୀୟଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀରେ ରଖାଯାଇ ତା’ର ସ୍ବତନ୍ତ୍ର ଯତ୍ନ ନିଆଯାଇଥିଲା। ଗୋରୀ ୧୧ବର୍ଷରେ ରଜସ୍ବଳା ହୋଇଥିଲା। ଡ. ବଷ୍ଟାର୍ଡଙ୍କ ପରାମର୍ଶକ୍ରମେ ଜାତୀୟଉଦ୍ୟାନ ନଦୀରେ ଥିବା ଏକ ପୁରୁଷ କୁମ୍ଭୀରକୁ ଗୋରୀ ସହ ମିଳନର ସୁଯୋଗ ଦିଆଯାଇଥିଲା। ଗୋରୀ ପୁରୁଷ କୁମ୍ଭୀର ସହ ମିଳନ ପରିବର୍ତ୍ତେ ତାକୁ ଖଣ୍ଡିଆ ଖାବରା କରି ଦେଇଥିଲା। ପରେ ହାଇଦ୍ରାବାଦରୁ ପୁରୁଷ କୁମ୍ଭୀରକୁ ଅଣାଯାଇ ଗୋରୀ ସହ ପୁଣି ମିଳନର ସୁଯୋଗ ଦିଆଗଲା। ହେଲେ ଗୋରୀ ହାଇଦ୍ରାବାଦର କୁମ୍ଭୀର ସହ ମିଳନ ପରିବର୍ତ୍ତେ ସଂଘର୍ଷ କରିଥିଲା। ଗୋରୀ ଆକ୍ରମଣରେ କୁମ୍ଭୀରଟିର ମୃତ୍ୟୁ ଘଟିଥିଲା। ୨୯ ବର୍ଷ ପୂର୍ବେ ଗୋରୀର ମାତୃତ୍ୱ ପାଇଁ ଅଷ୍ଟ୍ରେଲିଆରୁ ରଏଟର ନାମକ ଏକ ବିଦେଶୀ ଅଣ୍ଡିରା କୁମ୍ଭୀର ଅଣାଯାଇ ଗୋରୀ ସହ ମିଳନର ସୁଯୋଗ ଦିଆଗଲା। ଗୋରୀ ମଧ୍ୟ ସେହି କୁମ୍ଭୀରକୁ ପ୍ରତ୍ୟାଖ୍ୟାନ କଲା। ଏବେ ଗୋରୀକୁ ଆବଦ୍ଧ ପୋଖରୀରୁ ମୁକ୍ତ କରାଯାଇ ଜାତୀୟଉଦ୍ୟାନର ନଦୀ ମଧ୍ୟରେ ଛଡାଯିବ କି ନାହିଁ ଏ ନେଇ ଗବେଷଣା କରାଯିବ। ଅପରପକ୍ଷରେ ଗୋରୀର ମାତୃତ୍ୱ ପାଇଁ ଚଳିତବର୍ଷ ଗଣନା ପରେ ଏକ ବିଶେଷଜ୍ଞ ଟିମ୍‌ ଗୋରୀ ସମ୍ବନ୍ଧରେ ସ୍ବତନ୍ତ୍ର ତଥ୍ୟ ସଂଗ୍ରହ କରିବେ। ଭିତରକନିକା ଜାତୀୟଉଦ୍ୟାନ ସୀମା ବାହାରୁ ଗୋରୀର ସମସାମୟିକ ଏକ ପୁରୁଷ କୁମ୍ଭୀରକୁ ମିଳନର ସୁଯୋଗ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ଜଣାପଡିଛି। ସୂଚନାଯୋଗ୍ୟ, ଶଙ୍ଖୁଆ କୁମ୍ଭୀର ଗୋରୀକୁ ୧୯୮୪ରେ ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଭିତରକନିକାରୁ ଏକ ସ୍ବତନ୍ତ୍ର ବିମାନରେ ଗୋରୀକୁ ଭୁବନେଶ୍ୱର ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ସ୍ବର୍ଗତ ଗାନ୍ଧୀ ଗୋରୀକୁ ଦେଖି ବିମୋହିତ ହୋଇଯାଇଥିଲା। ୨୦୧୦ରେ ରାଜ୍ୟ ଗୋଷ୍ଠୀ କ୍ରୀଡା ଭୁବନେଶ୍ୱରରେ ପାଳନ ହେଉଥିବା ବେଳେ ଗୋରୀକୁ ମାସ୍କଟ କରାଯାଇଥିଲା। ସେତେବେଳେ ଗୋରୀକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚାର ବାତାବରଣ ସୃଷ୍ଟି ହୋଇଥିଲା। ଏବେ ଗୋରୀ ପାଇଁ ବର ଖୋଜାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri