Posted inରାଜ୍ୟ

‘କେବଳ ଆର୍ଥିକ ଲାଭକୁ ସଫଳତା ଭାବିବା ଉଚିତ ନୁହେଁ’

ବଲାଙ୍ଗୀର ସହରରୁ ସେ କୃଷିଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ। ୨ ଦଶନ୍ଧି ମଧ୍ୟରେ କୁକୁଡ଼ା ଫାର୍ମ କରି ସେ ବିଶ୍ୱସ୍ତରରେ ସଫଳତା ସାଉଣ୍ଟିଛନ୍ତି। ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌ର ସହପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୁବପିଢ଼ିଙ୍କୁ ଏ ଦିଗରେ ପାଦ ରଖିବା ପାଇଁ ଦିଶା ଦେଖାଉଛି। ଅଧିକ ପରିମାଣର ତଥା ଉତ୍ତମ ମାନର ଉପତ୍ାଦ ପ୍ରସ୍ତୁତ କରିବା ପାଇଁ ନୂଆ ନୂଆ ଟେକ୍ନୋଲୋଜିକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ଥିବା ମିଶ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- ୨ ଦଶନ୍ଧି ମଧ୍ୟରେ କୁକୁଡ଼ା ଚାଷରେ କେଉଁ ସବୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି?
ଉ: ଅନ୍ୟ ଚାଷ ଭଳି କୁକୁଡ଼ା (ଅଣ୍ଡା) ଚାଷରେ ମଧ୍ୟ ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଉପତ୍ାଦର ଠିକ୍‌ ମୂଲ୍ୟ ପାଇବା ସବୁଠାରୁ ବଡ଼ ଆହ୍ବାନ। ଭାରତରେ ବଜାର ଗ୍ରାହକଙ୍କ ଉପରେ ନିର୍ଭରକରେ ଏବଂ ଚାଷୀ ବେପାରୀଙ୍କ ଦୟାର ପାତ୍ର ହୋଇଥାଏ। କୁକୁଡ଼ା ଓ ଅଣ୍ଡାକୁ ନେଇ ଅନେକ ସମୟରେ ଗୁଜବ ସୃଷ୍ଟି ହୋଇଥାଏ। ଏହା ଆମ ପାଇଁ ଚିନ୍ତାର କାରଣ ପାଲଟିଥାଏ। ଗ୍ରାହକଙ୍କ ବିଶ୍ୱାସ ଜିତିବା ବହୁତ କଷ୍ଟ। ମାତ୍ର ଆମେ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛୁ।
ପ୍ର- କୁକୁଡ଼ା ଚାଷ ଦେଶରେ ଅଗ୍ରଗାମୀ କୃଷିଭିତ୍ତିକ ବ୍ୟବସାୟ ଭାବେ ଗଣାଯାଉଛି। ରାଜ୍ୟରେ ଏହି ବ୍ୟବସାୟକୁ କିପରି ଦେଖୁଛନ୍ତି?
ଉ- ଦେଶରେ ଏହି ବ୍ୟବସାୟ ବୃଦ୍ଧି ହେଉଛି। ଅନୁରୂପଭାବେ ରାଜ୍ୟରେ ମଧ୍ୟ ଅନେକେ ଏହି ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ପଛରେ ଏକାଧିକ କାରଣ ରହିଛି। ଚିକେନ୍‌(କୁକୁଡ଼ା ମାଂସ) ଏବଂ ଅଣ୍ଡା ଭାରତୀୟଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରୁ ଗୋଟିଏ ହୋଇଥିବାରୁ ବଜାରରେ ଏହାର ନିରବଚ୍ଛିନ୍ନ ଚାହିଦା ରହିଛି। ନୂତନ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ସହଜ ହେଉଥିବାରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ବ୍ୟବସାୟକୁ ଅନେକେ ଆପଣାଉଛନ୍ତି।
ପ୍ର- ଅଣ୍ଡା ଓ ଚିକେନ୍‌ର ମାନକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ। ଆପଣଙ୍କ ଉତ୍ପାଦର ଉତ୍ତମ ମାନ କିପରି ବଜାୟ ରଖନ୍ତି?
ଉ- ଉପତ୍ାଦର ଉତ୍ତମ ମାନ ବଜାୟ ରଖିବା ପାଇଁ ଆମେ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗ କରିଥାଉ। ଖାଦ୍ୟଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସୁରକ୍ଷା ପର୍ଯ୍ୟନ୍ତ ଆମେ ସବୁକୁ ଗୁରୁତ୍ୱ ଦେଇଥାଉ। ଗ୍ରାହକଙ୍କୁ ସୁରକ୍ଷିତ ଉପତ୍ାଦ ପ୍ରଦାନ ପାଇଁ ଆମେ ସବୁବେଳେ ସଜାଗ ଥାଉ। ଆମର ଉପତ୍ାଦନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆମେ ଗ୍ରାହକଙ୍କୁ ଅବଗତ କରାଇଥାଉ।
ପ୍ର- ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି ପ୍ରୟୋଗ କ୍ଷେତ୍ରରେ ଓଭୋ ଫାର୍ମ ଗତବର୍ଷ ପ୍ରଥମ ଫାର୍ମ ଭାବେ ବିବେଚିତ ହୋଇଥିଲା। ଆଗକୁ ଆଉ କେଉଁ ଯୋଜନା ରହିଛି?
ଉ- ଗତ ବର୍ଷ ଭାରତରେ କୁକୁଡ଼ା ଚାଷ ଶିଳ୍ପରେ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜିର ପ୍ରୟୋଗ କରି ଓଭୋ ଫାର୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିଲା। ଏହି ଅଭିନବ ଉପାୟ ଅବଲମ୍ବନ ଫଳରେ ସମଗ୍ର ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା, ଟ୍ରେସେବିଲିଟି ଆଦିକୁ ସୁନିଶ୍ଚିତ କରିବା ସହ ଉତ୍ପାଦ ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନେ ଭରସାଯୋଗ୍ୟ ସୂଚନା ପାଇପାରିବେ। ଆଗକୁ ଏକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା, ବ୍ୟବସାୟରେ ସ୍ଥିରତା ବଜାୟ ରଖିବା ସହ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଉଛୁ।
ପ୍ର- ଯୁବ ଉଦ୍ୟୋଗୀଙ୍କ ପାଇଁ କ’ଣ ପରାମର୍ଶ ରହିବ?
ଉ- କୁକୁଡ଼ା ବ୍ୟବସାୟ ପାଇଁ ଉଦ୍ୟମ କରୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ମୋର ପରାମର୍ଶ ହେଉଛି ନୂଆ ନୂଆ ଉପାୟ ଖୋଜିବା ସହ ସବୁ ବର୍ଗର ଲୋକଙ୍କ ସହ ଯୋଡ଼ିହେବାକୁ ଚେଷ୍ଟା କରିବା ଉଚିତ। ଏ କ୍ଷେତ୍ରରେ ବିଭିନ୍ନ ଆହ୍ବାନର ସମାଧାନ ପାଇଁ ଟେକ୍ନୋଲୋଜିର ସହାୟତା ନେବା ଉଚିତ, ମାତ୍ର ନୈତିକତାକୁ ଭୁଲିଯିବା ଉଚିତ ନୁହେଁ। ବିଶେଷକରି ଉପତ୍ାଦର ଗୁଣବତ୍ତା ରକ୍ଷା ଦିଗରେ ସବୁବେଳେ ସଜାଗ ରହିବା ଦରକାର। କୃଷକ, ଯୋଗାଣକାରୀ ଏବଂ ଉପଭୋକ୍ତାଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରନ୍ତୁ। କେବଳ ଆର୍ଥିକ ଲାଭକୁ ନିଜର ସଫଳତା ଭାବିବା ଉଚିତ ନୁହେଁ, ବରଂ ସମାଜ ଉପରେ ସକାରାତ୍ମକ ପ୍ରଭାବ ମଧ୍ୟ ସଫଳତା ବୋଲି ଧରିନେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?