ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ବନ୍ଦ

କାବୁଲ,୧୩।୯: ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି। ଆଫଗାନିସ୍ତାନ ପ୍ରଶାସନର ଆକସ୍ମିକ ପତନ ଦେଶରେ ଅର୍ଥନୈତିକ ସଙ୍କଟ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଛି। ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ଅନଲାଇନ ଶପିଂ ସେବା ବନ୍ଦ ହୋଇଯାଇଛି। ନିକଟରେ ଦୁଇଟି ପ୍ରମୁଖ ଅନଲାଇନ ସପିଂ ସେବା ମଧ୍ୟ ଦେଶରେ ଆର୍ଥିକ ସଙ୍କଟ କାରଣରୁ ସେମାନଙ୍କ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି।
ନିକଟରେ ପ୍ରସିଦ୍ଧ ଅନ୍‌ଲାଇନ ଶପିଂ ଆପ Click.af ବନ୍ଦ ହୋଇଯାଇଥିଲା। ଏହି ଆପ ୬ ବର୍ଷ ଧରି ସଫଳ ମାର୍କେଟିଂ କରିଥିଲା କିନ୍ତୁ ଦେଶରେ ଆର୍ଥିକ ପରିସ୍ଥିତି ଉପୁଜିଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି । Click.af ର ଫେସବୁକ ପୃଷ୍ଠାରେ ପ୍ରକାଶିତ ଏକ ବାର୍ତ୍ତାରେ ଦର୍ଶାଯାଇଛି ଯେ, ଆର୍ଥିକ ସମସ୍ୟା ହେତୁ ସେମାନେ ଆଉ ଆପ ଚଳାଇବାରେ ସକ୍ଷମ ନୁହଁନ୍ତି। ଗୋଟିଏ ଦିନ ପରେ ୩ ବର୍ଷ ପୁରୁଣା ଅନ୍ୟ ଏକ ଅନଲାଇନ ସପିଂ ସେବା ବାକାଲ ଆର୍ଥିକ ଅସୁବିଧା ଯୋଗୁ ବନ୍ଦ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମଞ୍ଚରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

କାଲିଫର୍ନିଆ, ୨୪।୨: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପାକିସ୍ତାନ ବିରୋଧରେ ଭାରତ ନିଜର ‘ଜବାବର ଅଧିକାର’ ବ୍ୟବହାର କରିଛି। ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ...

ଇମ୍ରାନ୍‌ଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀର ଷଡ଼ଯନ୍ତ୍ର: ଚରମପନ୍ଥୀ ନେତାଙ୍କ ସହ ଯୋଗାଯୋଗ

ଇସଲାମାବାଦ୍‌,୬।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ...

ପ୍ରଧାନମନ୍ତ୍ରୀଙ୍କ ସକାଳ ଜଳଖିଆ ଖର୍ଚ୍ଚ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସରକାରୀ ପାଣ୍ଠିରୁ ଅର୍ଥ ବ୍ୟବହାର କରି ସେ ନିଜ ତଥା ପରିବାର ପାଇଁ ପ୍ରତି...

ଚନ୍ଦ୍ରରେ ରହସ୍ୟମୟ କୁଡ଼ିଆ, ଫଟୋ ପଠାଇଲା ରୋଭର…

ବେଜିଂ,୬।୧୨: ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ କୁଡ଼ିଆ ରହିଛି। ଚାଇନାର ରୋଭର ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଚାଇନାର ଚାଙ୍ଗ-୪ ପ୍ରୋବ୍‌ ଦ୍ୱାରା ଚନ୍ଦ୍ରକୁ...

କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି

ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା...

ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା

କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି...

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି।...

ମଦର ଗୋଟିଏ ବୁନ୍ଦା ବି ହୋଇପାରେ କ୍ୟାନସରର କାରଣ: ଡବ୍ଲୁଏଚଓ

ୱାଶିଂଟନ,୧୦ ।୧: ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା...

Advertisement
Archives

Model This Week