ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …

ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ବଡ଼ ବୟାନ ଆସିଛି। ସେ କହିଛନ୍ତି ଯେ, ଭାରତ ରୁଷିଆରୁ ଅଶୋଧିତ ତେଲ କିଣିବା ଜାରି ରଖିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଶକ୍ତି ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ବାର୍ଥ ଉପରେ ଆଧାରିତ। ଆମେ କ’ଣ କରିବୁ ନ କରିବୁ ସେ ନିଷ୍ପତ୍ତି ଆମର ବୋଲି ଅର୍ଥମନ୍ତ୍ରୀ ସିଧାସିଧା ପରୋକ୍ଷରେ ଟ୍ରମ୍ପଙ୍କୁ ଶୁଣାଇ ଦେଇଛନ୍ତି।

ସେ କହିଛନ୍ତି, ଭାରତ ରୁଷିଆଠାରୁ ତେଲ କିଣିବା ଜାରି ରଖିବ। ଆମକୁ ଆମର ଆବଶ୍ୟକତା ଅନୁସାରେ କେଉଁଠାରୁ ତେଲ କିଣିବା ନିଷ୍ପତ୍ତି ନେବାକୁ ପଡ଼ିବ। ଏହି ନିଷ୍ପତ୍ତି ଦେଶର ସ୍ବାର୍ଥ ଆଧାରରେ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ରୁଷିଆଠାରୁ ତେଲ କିଣିବା ବିଷୟରେ ହେଉ କିମ୍ବା ଅନ୍ୟ କିଛି… ଆମେ ଦର, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବୁ। ତେଲ କିଣିବା ବିଦେଶୀ ମୁଦ୍ରା ସହିତ ଜଡିତ, ତେଣୁ ଆମେ ଆମର ସୁବିଧା ଅନୁସାରେ ନିଷ୍ପତ୍ତି ନେବୁ। ଆମେ ନିଶ୍ଚିତ ଭାବରେ ରୁଷିଆରୁ ତେଲ କିଣିବା ଜାରି ରଖିବୁ। ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଅଶୋଧିତ ତେଲ ଆମଦାନୀରେ ସବୁଠାରୁ ଅଧିକ ଖର୍ଚ୍ଚ କରେ।

ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତେଲ କିଣି ୟୁକ୍ରେନ ଉପରେ ରୁଷିଆ ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି, ଆମେରିକା ଅଗଷ୍ଟ ୨୭ରୁ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଏବଂ ଆଗାମୀ ମାସଗୁଡ଼ିକରେ ଅତିରିକ୍ତ କଟକଣା ଲଗାଇବା ବିଷୟରେ ମଧ୍ୟ ଚେତାବନୀ ଦେଇଥିଲା।

ଏହି ଜାନୁଆରୀରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଟ୍ରମ୍ପ ବର୍ଷ, ରୁଷିଆ ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ବିରୋଧରେ ‘ଫେଜ -୨’ ଏବଂ ‘ଫେଜ -୩’ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ଚାଇନା ପରେ ଭାରତକୁ ରୁଷିଆ ତୈଳର ଦ୍ୱିତୀୟ ସର୍ବବୃହତ କ୍ରେତା ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ଯଦି ଭାରତ ରୁଷରୁ ତେଲ ଆମଦାନୀ ଜାରି ରଖେ, ତେବେ ଏହାକୁ ଜରିମାନା ଦେବାକୁ ପଡ଼ିବ। ଏସବୁ କଥାର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି ହାରରେ ସଂସ୍କାର ଶୁଳ୍କ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?