ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …

ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ବଡ଼ ବୟାନ ଆସିଛି। ସେ କହିଛନ୍ତି ଯେ, ଭାରତ ରୁଷିଆରୁ ଅଶୋଧିତ ତେଲ କିଣିବା ଜାରି ରଖିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଶକ୍ତି ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଜାତୀୟ ସ୍ବାର୍ଥ ଉପରେ ଆଧାରିତ। ଆମେ କ’ଣ କରିବୁ ନ କରିବୁ ସେ ନିଷ୍ପତ୍ତି ଆମର ବୋଲି ଅର୍ଥମନ୍ତ୍ରୀ ସିଧାସିଧା ପରୋକ୍ଷରେ ଟ୍ରମ୍ପଙ୍କୁ ଶୁଣାଇ ଦେଇଛନ୍ତି।

ସେ କହିଛନ୍ତି, ଭାରତ ରୁଷିଆଠାରୁ ତେଲ କିଣିବା ଜାରି ରଖିବ। ଆମକୁ ଆମର ଆବଶ୍ୟକତା ଅନୁସାରେ କେଉଁଠାରୁ ତେଲ କିଣିବା ନିଷ୍ପତ୍ତି ନେବାକୁ ପଡ଼ିବ। ଏହି ନିଷ୍ପତ୍ତି ଦେଶର ସ୍ବାର୍ଥ ଆଧାରରେ ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି, ‘ରୁଷିଆଠାରୁ ତେଲ କିଣିବା ବିଷୟରେ ହେଉ କିମ୍ବା ଅନ୍ୟ କିଛି… ଆମେ ଦର, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବୁ। ତେଲ କିଣିବା ବିଦେଶୀ ମୁଦ୍ରା ସହିତ ଜଡିତ, ତେଣୁ ଆମେ ଆମର ସୁବିଧା ଅନୁସାରେ ନିଷ୍ପତ୍ତି ନେବୁ। ଆମେ ନିଶ୍ଚିତ ଭାବରେ ରୁଷିଆରୁ ତେଲ କିଣିବା ଜାରି ରଖିବୁ। ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଅଶୋଧିତ ତେଲ ଆମଦାନୀରେ ସବୁଠାରୁ ଅଧିକ ଖର୍ଚ୍ଚ କରେ।

ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତେଲ କିଣି ୟୁକ୍ରେନ ଉପରେ ରୁଷିଆ ଯୁଦ୍ଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି, ଆମେରିକା ଅଗଷ୍ଟ ୨୭ରୁ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା ଏବଂ ଆଗାମୀ ମାସଗୁଡ଼ିକରେ ଅତିରିକ୍ତ କଟକଣା ଲଗାଇବା ବିଷୟରେ ମଧ୍ୟ ଚେତାବନୀ ଦେଇଥିଲା।

ଏହି ଜାନୁଆରୀରେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଟ୍ରମ୍ପ ବର୍ଷ, ରୁଷିଆ ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ବିରୋଧରେ ‘ଫେଜ -୨’ ଏବଂ ‘ଫେଜ -୩’ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ଚାଇନା ପରେ ଭାରତକୁ ରୁଷିଆ ତୈଳର ଦ୍ୱିତୀୟ ସର୍ବବୃହତ କ୍ରେତା ଭାବରେ ବର୍ଣ୍ଣନା କରି କହିଥିଲେ ଯେ, ଯଦି ଭାରତ ରୁଷରୁ ତେଲ ଆମଦାନୀ ଜାରି ରଖେ, ତେବେ ଏହାକୁ ଜରିମାନା ଦେବାକୁ ପଡ଼ିବ। ଏସବୁ କଥାର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି ହାରରେ ସଂସ୍କାର ଶୁଳ୍କ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri