ଶେଷରେ ଶେଷ ଅସ୍ତ୍ର

ଅନୁଗୋଳ ଅଫିସ, ୩ା୫:  କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି। ବ୍ୟବସାୟୀମାନେ ଏହାର ଉଲ୍ଲଂଘନ କଲେ ଦୋକାନ ସିଲ୍‌ ହେଉଛି। ମାସ ମାସ ଧରି ପୋଲିସ, ପ୍ରଶାସନିକ ଅଧିକାରୀ ଯାଞ୍ଚ, ଚଢ଼ାଉ କରୁଥିଲେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣରେ ରହୁନାହିଁ। ଏପରି କି ସୀମା ସିଲ୍‌, ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ କାମ ଦେଉନାହିଁ। ଏବେ ସଂକ୍ରମଣ ଗ୍ରାଫ୍‌ ଏତେ ଉପରମୁହଁା ଯେ ଶେଷରେ ସରକାରଙ୍କୁ ଶେଷ ଅସ୍ତ୍ର ଭାବେ ଲକ୍‌ଡାଉନ୍‌ ଲଗାଇବାକୁ ପଡ଼ିଛି। ଆସନ୍ତା ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଯାଏ ସାରା ରାଜ୍ୟ ଲକ୍‌ଡାଉନ୍‌ ରହିବ ବୋଲି ରବିବାର ସରକାର ଘୋଷଣା କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନୁଗୋଳବାସୀ ସ୍ବାଗତ କରିଛନ୍ତି। ସରକାରଙ୍କ ଏହି କଠୋର କଟକଣାକୁ ସମସ୍ତେ ଠିକ୍‌ ଭାବେ ପାଳନ କରିବାର ସମୟ ଆସିଯାଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଗତ ଏକମାସ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଅତି ଦ୍ରୁତଗତିରେ ବଢ଼ିଛି। ଏପ୍ରିଲ ୧ ତାରିଖରେ ଦୈନିକ ପଜିଟିଭ୍‌ ସଂଖ୍ୟା ୪ ଶହ ତଳେ ଥିବାବେଳେ ମେ’ ୧ ତାରିଖରେ ଏହା ୧୦ ହଜାର ଟପିଯାଇଛି। ଅନୁଗୋଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ସାଧାରଣରେ ଭୟ ସୃଷ୍ଟି କରିବା ଭଳି ଦେଖାଯାଇଛି। ଗତ ଫେବୃୟାରୀ ଓ ମାର୍ଚ୍ଚ ୨ ମାସରେ ଜିଲାରେ ମାତ୍ର ୨୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ କେବଳ ଏପ୍ରିଲ ମାସରେ ୩୧୯୦ ଜଣ ପଜିଟିଭ୍‌ ବାହାରିବା ଅନୁଗୋଳବାସୀଙ୍କୁ ଚିନ୍ତାରେ ପକାଇଛି। କିଛିଦିନ ଧରି ଜିଲାରେ ଦୈନିକ ସଂକ୍ରମଣ ୩ଶହ ଟପିଯାଇଥିବାବେଳେ ଗତ ୧ ତାରିଖରେ ୬୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ତାରିଖ ରବିବାର ଆଉ ୩୨୦ ଜଣଙ୍କ ସ୍ବାବ୍‌ ପଜିଟିଭ୍‌ ଥିବା ସୂଚନା ମିଳିଛି। ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ସଙ୍ଗିନ ହେଉଥିବାରୁ ରାଜ୍ୟ ସରକାର ଜୀବିକା ପରିବର୍ତ୍ତେ ଜୀବନ ରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଜାଣି ମଧ୍ୟ ସରକାର ଏପରି ଶେଷ ଅସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ସରକାରଙ୍କ ଯେତିକି ଦାୟିତ୍ୱ, ଠିକ୍‌ ଭାବେ ପାଳନ କରିବା ସମସ୍ତ ଜନତାଙ୍କ ସେତିକି କର୍ତ୍ତବ୍ୟ। ଏହା ନ ହେଲେ ସଂକ୍ରମଣର ଦ୍ରୁତଗତିକୁ ରୋକିବା ସମ୍ଭବ ହେବ ନାହିଁ। ପୂର୍ବରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ସେଠାରେ ଦୈନିକ ପଜିଟିଭ୍‌ ସଂଖ୍ୟାରେ ସେତେଟା ହ୍ରାସ ଦେଖିବାକୁ ମିଳିନାହିଁ। ତେଣୁ ସେଥିରୁ ଶିକ୍ଷାଗ୍ରହଣ କରି ଅନୁଗୋଳ ଜିଲାବାସୀ ଲକ୍‌ଡାଉନ୍‌କୁ କଠୋର ଭାବେ ପାଳନ କରିବାର ଆବଶ୍ୟକତା ଢେର ବଢ଼ିଯାଇଛି ବୋଲି ବୁଦ୍ଧୀଜୀବିମାନେ କହିଛନ୍ତି।

 

ଆଇନ ପ୍ରତି ଭୟ ନାହିଁ
କୋଭିଡ୍‌ କଟକଣାକୁ ଅମାନିଆମାନେ ଖାତିର କରୁନାହାନ୍ତି। ଏଥିରୁ ଆଇନ ପ୍ରତି ସେମାନଙ୍କ ମନରେ ଭୟ ନ ଥିବା ଜଣାପଡ଼ୁଛି। ଏପରି ଲୋକମାନେ ସଂକ୍ରମଣ ବଢ଼ାଉଛନ୍ତି। ବାଧ୍ୟହୋଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ଏବେ ନିୟମକୁ କଡ଼ାକଡ଼ି ପାଳନ କରିବା ଦିଗରେ ସମସ୍ତେ ସଚେତନ ହେବାର ସମୟ ଆସିଛି।
-ପ୍ରଫେସର ଶାନ୍ତନୁ କୁମାର ସର, ଅନୁଗୋଳ

ସଚେତନ ହେବା ଆବଶ୍ୟକ
ରାଜ୍ୟ ସରକାର ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନେଇଛନ୍ତି। ଏହାକୁ ସ୍ବାଗତ କରାଯିବା ଆବଶ୍ୟକ। ବଢ଼ୁଥିବା କରୋନା ଗ୍ରାଫ୍‌କୁ ଅନୁଧ୍ୟାନ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହୁଛି, ସେଠାରେ ଚେନ୍‌କୁ ବ୍ରେକ୍‌ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଲୋକମାନେ ଏହାକୁ ମାନିନେବା ଉଚିତ ହେବ।
-ହେମନ୍ତ ଦାସ, ପୂର୍ବତନ ପ୍ରଶାସକ, ଅନୁଗୋଳ

ଚେନ୍‌ ଭାଙ୍ଗିବା ଲକ୍ଷ୍ୟ
ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଚେନ୍‌ରେ ରୋକ୍‌ ଲଗାଇବା ପାଇଁ ଲକ୍‌ଡାଉନ୍‌ କରାଯିବା ସମୟ ଆସିଯାଇଥିବା ସରକାର ହୃଦ୍‌ବୋଧ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ବିଳମ୍ବ ହୋଇନାହିଁ, ବରଂ ସବୁ ଦିଗରୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ଯେତେ କଡ଼ାକଡ଼ି ପାଳନ କରାଯିବ, ସେତେ ଭଲ।
-ଧରଣୀଧର ନାଥ, ପୂର୍ବତନ ପ୍ରଶାସକ, ଅନୁଗୋଳ

ଅବହେଳାରୁ ବଢ଼ିଛି ସଂକ୍ରମଣ
କୋଭିଡ୍‌ ସଂକ୍ରମଣ ପୂର୍ବରୁ ଧୀରେ ଧୀରେ ବଢ଼ୁଥିବା ବେଳେ ତାହାକୁ ସରକାର ଗୁରୁତ୍ୱର ସହ ନେଲେନାହିଁ। ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରିଚାଲିଲେ। ଉପନିର୍ବାଚନ ପାଇଁ ମାଳ ମାଳ ଶୋଭାଯାତ୍ରା କରାଗଲା। ମାର୍କେଟ୍‌, ମଲ୍‌, ସିନେମା ହଲ୍‌ ଆଦିରେ ଭିଡ଼ ବଢ଼ିଲା। ସରକାରଙ୍କ ଅବହେଳା ଯୋଗୁ ଏବେ ସ୍ଥିତି ଅଣାୟତ୍ତ ହୋଇଯାଇଛି।

-ସ୍ବରୂପ କୁମାର ପାଢ଼ୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri