ମହାକାଶରେ ହେବ ଫିଲ୍ମ ଶୁଟିଂ

ମସ୍କୋ, ୬ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ପୃଥିବୀ କକ୍ଷରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ର ଶୁଟିଂ ପାଇଁ ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୫ରେ ରୁଷିଆ ସ୍ପେସ୍‌କ୍ରାଫ୍ଟ ସୌୟୁଜ୍‌ ଏମ୍‌-୧୯ ଯୋଗେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ ଅଭିମୁଖେ ଯାଇଛନ୍ତି ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେନ୍‌କୋ। ୩ଟି ସ୍ପେସ୍‌ ମିଶନର ଅନୁଭୂତି ଥିବା ମହାକାଶଚାରୀ ଆନ୍‌ଟୋନ୍‌ ଶ୍କାପ୍ଲେରୋଭ ମଧ୍ୟ ଉକ୍ତ ସ୍ପେସ୍‌କ୍ରାଫ୍ଟରେ ଯାତ୍ରା କରିଛନ୍ତି। କାଜାଖସ୍ତାନର ବୈକୋନୁରସ୍ଥିତ ରୁଷିଆର ସ୍ପେସ୍‌ ଲଞ୍ଚ ଷ୍ଟେଶନରୁ ଏହି ମହାକାଶ ଯାନ ବାହାରି ପୃଥିବୀ କକ୍ଷପଥରେ ପହଞ୍ଚିଛି।
ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ ଆଧାରିତ। ଜଣେ ମହାକାଶଚାରୀ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଙ୍କୁ ସ୍ପେସ୍‌କୁ ଯିବାକୁ ପଡ଼ିଛି। ସ୍ପେସ୍‌ ଆଉଟ୍‌ପୋଷ୍ଟରେ ୧୨ ଦିନ ରହିବା ପରେ ସେମାନେ ରୁଷିଆ ମହାକାଶଚାରୀଙ୍କ ସହ ଭୂପୃଷ୍ଠକୁ ଫେରିବେ। ପୂର୍ବରୁ ମହାକାଶକୁ କେବଳ ସେହି କ୍ଷେତ୍ରରେ ଥିବା ନିଦ୍ଦିଷ୍ଟ ବୃତ୍ତିଧାରୀ ଯାଇପାରୁଥିଲେ। ଏବେ ସେଥିରେ ପରିବର୍ତ୍ତନ ଆସିଛି। ବହୁ ସଂଖ୍ୟାରେ ସାଧାରଣ ଲୋକ ଏବେ ମହାକାଶ ଅନୁଭୂତିର ମଜା ନେବାକୁ ଆଗଭର ହେଉଛନ୍ତି। ଏହା ବେଶ୍‌ ଆହ୍ବାନ ପୂର୍ଣ୍ଣ ଏବଂ ଏଥିପାଇଁ ସେ କଷ୍ଟକର ତାଲିମ ନେଇଛନ୍ତି ବୋଲି ୩୭ ବର୍ଷୀୟା ଅଭିନେତ୍ରୀ ପେରେସିଲ୍ଡ କହିଛନ୍ତି। ସେହିପରି ମହାକାଶରେ ଶୁଟିଂ ପାଇଁ ତାଙ୍କୁ ୪ ମାସ ଧରି ଟ୍ରେନିଂ ନେବାକୁ ପଡ଼ିଛି ବୋଲି ବହୁ ସଫଳ ଚଳଚ୍ଚିତ୍ର ନିର୍ମାଣ କରିସାରିଥିବା ୩୮ ବର୍ଷୀୟ ଶିପେନ୍‌କୋ କହିଛନ୍ତି। ଏହା ପୂର୍ବରୁ ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌ ସ୍ପେସ୍‌ରେ ତାଙ୍କ ଫିଲ୍ମ ‘ମିଶନ ଇମ୍ପ୍‌ପଶିବଲ’ ଶୁଟିଂ ପାଇଁ ଘୋଷଣା କରିଥିଲେ। ହେଲେ ଏବେ ସୁଦ୍ଧା ସେ ଏ ନେଇ କୌଣସି ଅପ୍‌ଡେଟ୍‌ ଦେଇ ନ ଥିବାରୁ ଆମେରିକା ପୂର୍ବରୁ ରୁଷିଆ ବାଜି ମାରିନେବ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri