ମହାକାଶରେ ହେବ ଫିଲ୍ମ ଶୁଟିଂ

ମସ୍କୋ, ୬ା୧୦: ଏଣିକି ମହାକାଶରେ ଶୁଭିବ ଲାଇଟ୍‌ସ, କ୍ୟାମେରା ଏବଂ ଆକ୍ସନ ଶବ୍ଦ। ପର୍ଯ୍ୟଟନ ପରେ ଏବେ ଦୁନିଆ ଦେଖିବ ସ୍ପେସ୍‌ରେ ଫିଲ୍ମ ଶୁଟିଂ ଦୃଶ୍ୟ। ମହାକାଶ ଇତିହାସରେ ପ୍ରଥମ ଥର ପାଇଁ ରୁଷିଆ ଏଭଳି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ପୃଥିବୀ କକ୍ଷରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ର ଶୁଟିଂ ପାଇଁ ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୫ରେ ରୁଷିଆ ସ୍ପେସ୍‌କ୍ରାଫ୍ଟ ସୌୟୁଜ୍‌ ଏମ୍‌-୧୯ ଯୋଗେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ ଅଭିମୁଖେ ଯାଇଛନ୍ତି ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଏବଂ ନିର୍ଦ୍ଦେଶକ କ୍ଲିମ୍‌ ଶିପେନ୍‌କୋ। ୩ଟି ସ୍ପେସ୍‌ ମିଶନର ଅନୁଭୂତି ଥିବା ମହାକାଶଚାରୀ ଆନ୍‌ଟୋନ୍‌ ଶ୍କାପ୍ଲେରୋଭ ମଧ୍ୟ ଉକ୍ତ ସ୍ପେସ୍‌କ୍ରାଫ୍ଟରେ ଯାତ୍ରା କରିଛନ୍ତି। କାଜାଖସ୍ତାନର ବୈକୋନୁରସ୍ଥିତ ରୁଷିଆର ସ୍ପେସ୍‌ ଲଞ୍ଚ ଷ୍ଟେଶନରୁ ଏହି ମହାକାଶ ଯାନ ବାହାରି ପୃଥିବୀ କକ୍ଷପଥରେ ପହଞ୍ଚିଛି।
ଜଣେ ମହିଳା ଡାକ୍ତରଙ୍କ କାହାଣୀ ଉପରେ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ ଆଧାରିତ। ଜଣେ ମହାକାଶଚାରୀ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଙ୍କୁ ସ୍ପେସ୍‌କୁ ଯିବାକୁ ପଡ଼ିଛି। ସ୍ପେସ୍‌ ଆଉଟ୍‌ପୋଷ୍ଟରେ ୧୨ ଦିନ ରହିବା ପରେ ସେମାନେ ରୁଷିଆ ମହାକାଶଚାରୀଙ୍କ ସହ ଭୂପୃଷ୍ଠକୁ ଫେରିବେ। ପୂର୍ବରୁ ମହାକାଶକୁ କେବଳ ସେହି କ୍ଷେତ୍ରରେ ଥିବା ନିଦ୍ଦିଷ୍ଟ ବୃତ୍ତିଧାରୀ ଯାଇପାରୁଥିଲେ। ଏବେ ସେଥିରେ ପରିବର୍ତ୍ତନ ଆସିଛି। ବହୁ ସଂଖ୍ୟାରେ ସାଧାରଣ ଲୋକ ଏବେ ମହାକାଶ ଅନୁଭୂତିର ମଜା ନେବାକୁ ଆଗଭର ହେଉଛନ୍ତି। ଏହା ବେଶ୍‌ ଆହ୍ବାନ ପୂର୍ଣ୍ଣ ଏବଂ ଏଥିପାଇଁ ସେ କଷ୍ଟକର ତାଲିମ ନେଇଛନ୍ତି ବୋଲି ୩୭ ବର୍ଷୀୟା ଅଭିନେତ୍ରୀ ପେରେସିଲ୍ଡ କହିଛନ୍ତି। ସେହିପରି ମହାକାଶରେ ଶୁଟିଂ ପାଇଁ ତାଙ୍କୁ ୪ ମାସ ଧରି ଟ୍ରେନିଂ ନେବାକୁ ପଡ଼ିଛି ବୋଲି ବହୁ ସଫଳ ଚଳଚ୍ଚିତ୍ର ନିର୍ମାଣ କରିସାରିଥିବା ୩୮ ବର୍ଷୀୟ ଶିପେନ୍‌କୋ କହିଛନ୍ତି। ଏହା ପୂର୍ବରୁ ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌ ସ୍ପେସ୍‌ରେ ତାଙ୍କ ଫିଲ୍ମ ‘ମିଶନ ଇମ୍ପ୍‌ପଶିବଲ’ ଶୁଟିଂ ପାଇଁ ଘୋଷଣା କରିଥିଲେ। ହେଲେ ଏବେ ସୁଦ୍ଧା ସେ ଏ ନେଇ କୌଣସି ଅପ୍‌ଡେଟ୍‌ ଦେଇ ନ ଥିବାରୁ ଆମେରିକା ପୂର୍ବରୁ ରୁଷିଆ ବାଜି ମାରିନେବ।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri