ତାଇଓ୍ବାନ ସୀମାରେ ଚାଇନା ଯୁଦ୍ଧବିମାନ

ତାଇପେଇ/ବେଜିଂ/ ଓ୍ବାଶିଂଟନ,୬।୧୦: ତାଇଓ୍ବାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌)ରେ ଚାଇନାର ୫୬ ଯୁଦ୍ଧବିମାନ ଅନୁପ୍ରବେଶ କରିଛି। ଏହାକୁ ନେଇ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଦାୟିତ୍ୱହୀନ ତଥା ଉତ୍ତେଜନାମୂଳକ କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ତାଇପେଇ ସିଟି ବେଜିଂକୁ ତାଗିଦ୍‌ କରିଛି। ଆମେରିକା ମଧ୍ୟ ତାଇଓ୍ବାନ ନିକଟରେ ଚାଇନାର ସାମରିକ ଗତିବିଧିକୁ ଉତ୍ତେଜନାମୂଳକ ଓ ଅସ୍ଥିରତା ସୃଷ୍ଟିକାରୀ ବୋଲି ନିନ୍ଦା କରିଛି।

ଗତବର୍ଷ ୩୮୦ ଏବଂ ଚଳିତବର୍ଷ ଅଦ୍ୟାବଧି ୬୦୦ ଥର ତାଇଓ୍ବାନ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌କୁ ଅନୁପ୍ରବେଶ କଲାଣି ଚାଇନାର ଯୁଦ୍ଧବିମାନ। ଏଥିରୁ ସର୍ବାଧିକ ୫୬ ଫାଇଟର ଜେଟ୍‌ କେବଳ ସୋମବାର ଦେଖାଯାଇଥିଲା। ସେଗୁଡ଼ିକ ହେଲା ୩୪ ଜେ-୧୬ ଫାଇଟର ଏବଂ ୧୨ ଅଣବିକ ଶକ୍ତି ସମ୍ପନ୍ନ ବୋମା ନିକ୍ଷେପକାରୀ ଏଚ୍‌-୬। ତାଇଓ୍ବାନ ନିୟନ୍ତ୍ରଣାଧୀନ ପ୍ରାଟାସ୍‌ ଆଇଲାଣ୍ଡରେ ଏହି ଯୁଦ୍ଧବିମାନଗୁଡ଼ିକ ଉଡ଼ିଥିବା ତାଇଓ୍ବାନ ସରକାରଙ୍କ ପକ୍ଷରୁ ଜାରି ଏକ ମ୍ୟାପ୍‌ରେ ଦର୍ଶାଯାଇଛି। ଅଧିକାଂଶ ସମୟରେ ଚାଇନାର ଏଭଳି ସାମରିକ ଗତିବିଧି ଯୋଗୁ ତାଇଓ୍ବାନ ଲଗାତର ଆକ୍ରମଣ ଆଶଙ୍କା ଭିତରେ ରହିଥାଏ। ଏହି ସ୍ବୟଂଶାସିତ ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ରକୁ ଚାଇନା ବଳପୂର୍ବକ ପୁନଃ ଦଖଲ କରି ନେଇଯିବ ବୋଲି ତାଇପେଇ ସିଟିର ଭୟ ରହିଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଇଓ୍ବାନ ଦଖଲକୁ ଅବଶ୍ୟମ୍ଭାବୀ ବୋଲି ଘୋଷଣା କରିଥିବାବେଳେ ବେଜିଂ ଏହା ଉପରେ ସାମରିକ, କୂଟନୈତିକ ଓ ଆର୍ଥିକ ଚାପ ପକାଇଆସୁଛି। ବିଶେଷକରି ୨୦୧୬ରେ ସାଇ ଇଙ୍ଗ୍‌-ଓ୍ବେନ୍‌ ରାଷ୍ଟ୍ରପତି ହେବା ପରଠାରୁ ଚାଇନାର ଦୌରାମତ୍‌ୟ ବଢ଼ିବାରେ ଲାଗିଛି। କାରଣ ସେ ତାଇଓ୍ବାନକୁ ଚାଇନାର ଏକ ଅଂଶ ଭାବେ ନ ମାନି ଏକ ସ୍ବାଧୀନ ରାଷ୍ଟ୍ର ବିବେଚନା କରିଥାଆନ୍ତି। ଗତ ଶୁକ୍ରବାର ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ନିଜର ୭୨ତମ ଜାତୀୟ ଦିବସ ପାଳନ କରିବା ପରଠାରୁ ତାଇଓ୍ବାନ ବାୟୁସୀମାରେ ୧୫୦ ଚାଇନା ଯୁଦ୍ଧବିମାନ ଉଡ଼ିସାରିଲାଣି। କେବଳ ସେହିଦିନ ୩୮ ପ୍ଲେନ୍‌କୁ ନେଇ ଆକାଶମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା। ତେବେ ବେଜିଂ ପକ୍ଷରୁ ଆକ୍ରମଣ କରାଗଲେ ଚାଇନା ଏହାର ପରିଣାମ ଭୋଗିବ ବୋଲି ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଚେତାବନୀ ଦେଇଛନ୍ତି। ଚାଇନାର ଏଭଳି କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ବିପନ୍ନ କରିବା ସହ ଗଣତାନ୍ତ୍ରିକ ମେଣ୍ଟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ମୂଲ୍ୟବୋଧକୁ ନେଇ ଆଜିର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତା ଏକଚ୍ଛତ୍ରବାଦରେ ପରିଣତ ହୋଇ ଗଣତନ୍ତ୍ର ପ୍ରତି ବିପଦ ସାଜିବାକୁ ଯାଉଛି। ଚାଇନାର ଗତିବିଧିରୁ ଏହା ସ୍ପଷ୍ଟ ହେଉଥିବା ସେ କହିଛନ୍ତି। ଚାଇନା ସହ ଶାନ୍ତି ଓ ସହବସ୍ଥାନରେ ତାଇଓ୍ବାନ ବିଶ୍ୱାସ କରେ। ଯଦି ତାଇଓ୍ବାନର ଗଣତନ୍ତ୍ର ଓ ଲୋକଙ୍କ ଜୀବନଶୈଳୀ ଉପରେ ବିପଦ ଆସେ ତେବେ ନିଜ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେସବୁ କରିବା ପାଇଁ ପଛଘୁଞ୍ଚା ଦେବନାହିଁ।

ବିବାଦ କ’ଣ

-ଚାଇନା ଓ ତାଇଓ୍ବାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଖରାପ ହେବାରେ ଲାଗିଛି। ଏହାର ମୂଳ କାରଣ ହେଉଛି ଏହି ଦୁଇଦେଶ ପୂର୍ବରୁ ଗୋଟିଏ ରାଷ୍ଟ୍ର ଥିଲା।

-ଦଶକର ଗୃହଯୁଦ୍ଧ ପରେ ତାଇଓ୍ବାନ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା। କିନ୍ତୁ ବେଜିଂ ଏହି ଦ୍ୱୀପଦେଶକୁ ଦିନେ ନା ଦିନେ ପୁଣି ଦଖଲ କରି ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛି। ଏପରି କି ଆବଶ୍ୟକ ହେଲେ ବଳ ପ୍ରୟୋଗ କରି ତାଇଓ୍ବାନକୁ ହାସଲ କରିବା ହେଉଛି ଚାଇନାର ଲକ୍ଷ୍ୟ।

-ଝ୍ରତାଇଓ୍ବାନର ନିଜସ୍ବ ସମ୍ବିଧାନ ରହିଛି। ସେଠାରେ ଗଣତାନ୍ତ୍ରିକ ପଦ୍ଧତିରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଏହାର ସ୍ବତନ୍ତ୍ର ବଳରେ ୩ ଲକ୍ଷ ସୈନ୍ୟ ଅଛନ୍ତି।

-କମ୍‌ ସଂଖ୍ୟକ ଦେଶ ତାଇଓ୍ବାନକୁ ଏକ ରାଷ୍ଟ୍ର ରୂପେ ସ୍ବୀକୃତି ଦେଇଥାଆନ୍ତି। ଅନ୍ୟପକ୍ଷେ ଚାଇନା ସରକାର ପ୍ରତି ଅଧିକ ରାଷ୍ଟ୍ରର ସମର୍ଥନ ରହିଛି।

-ସହ ଆମେରିକାର କୌଣସି ଆନୁଷ୍ଠାନିକ ସମ୍ପର୍କ ନାହିଁ। କିନ୍ତୁ ଓ୍ବାଶିଂଟନ ଏକ ଆଇନାନୁସାରେ ଏହାକୁ ରାଷ୍ଟ୍ର ରୂପେ ଆମତ୍ରକ୍ଷା ପାଇଁ ସମର୍ଥନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?