ବାଂଲାଦେଶୀ ଅନୁପ୍ରବେଶକାରୀ ଭର୍ତ୍ତି

କେନ୍ଦ୍ରାପଡ଼ା ଅଫିସ, ୨୨ା୭: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିଥିବା ୨୯,୨୪୯ଙ୍କ ମଧ୍ୟରୁ ଲାଇସେନ୍ସ ପ୍ରାପ୍ତ ଠିକାଦାରଙ୍କ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୨୩ ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଏହି ସୂଚନା ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାନସଭାରେ ବୁଧବାର ଦେଇଛନ୍ତି। ବାସ୍ତବ କ୍ଷେତ୍ରରେ ବାହାର ରାଜ୍ୟ ତଥା ବାଂଲାଦେଶର ଅଣ ପଞ୍ଜୀକୃତ ଶ୍ରମିକ ଓ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲାରେ ଭର୍ତ୍ତି ହୋଇଯାଇଛନ୍ତି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳକୁ ଚାଲି ଯାଇଥିବା ବେଳେ ଜିଲା ସାରା ଅସ୍ତିତ୍ୱ ଦୃଢ଼ୀଭୂତ ହେଉଛି। କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଜିଲାରେ ୩ ସାମୁଦ୍ରିକ ଥାନା, ବନ ବିଭାଗ ଓ ତଟରକ୍ଷା ବାହିନୀ ଅନୁପ୍ରବେଶକୁ ରୋକି ପାରୁନି। ସେହିପରି ବାହାର ରାଜ୍ୟରୁ ଆସି ଏଠାରେ ୨୦ ହଜାରରୁ ଅଧିକ ଲୋକ ରହିଥିଲେ ମଧ୍ୟ କୌଣସି ଥାନାରେ ଏ ନେଇ ସୂଚନା ନାହିଁ। ବାହାରୁ ଆସି ଏଠାରେ ରହୁଥିବା ଲୋକଙ୍କ ପରିଚୟ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବାକୁ ଜିଲାରେ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ାର ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପଟ୍ଟାମୁଣ୍ଡାଇର ପ୍ରତାପ ଚନ୍ଦ୍ର ପାଢ଼ୀ, କଳ୍ପତରୁ ସାମନ୍ତରାୟ, କେନ୍ଦ୍ରାପଡ଼ାର ବୁଦ୍ଧିଜୀବୀ ସୁଶାନ୍ତ ନାୟକ, ଚିତ୍ତରଞ୍ଜନ ସାହୁ କହିଛନ୍ତି, ୪୮ କିଲୋମିଟର ତଟାଞ୍ଚଳରେ କେନ୍ଦ୍ରାପଡ଼ା ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହ ସ୍ଥାନୀୟ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡିକର ଅଞ୍ଚଳ ବଙ୍ଗଭାଷୀ ଅଧ୍ୟୁଷିତ ହୋଇଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରି ରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା ନିଜର ଅସ୍ତିତ୍ୱ ଖୋଜୁଛି। ଏହି ୩ ସାମୁଦ୍ରିକ ଥାନା ମଧ୍ୟରେ ଜମ୍ବୁ ଥାନା ବୋଟ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ଥାନା ନିକଟକୁ ବର୍ଷାଦିନେ ଦୁଇଚକିଆ ଗାଡି ଯିବା ଅସମ୍ଭବ ହୋଇପଡୁଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ୍‌ ବୋଟ ଓ କର୍ମଚାରୀ ଅଭାବ ରହିଛି। ପ୍ରତ୍ୟେକ ଥାନାରେ ୮୧ ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ତେବେ ୩ ଥାନାରେ ମାତ୍ର ୪୨ ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ ଚାଳକ ସହ ସ୍ପିଡ୍‌ ବୋଟର ଅଭାବ ରହିଛି। ସେହିପରି ଜେଟିରେ ଯାଞ୍ଚ ବ୍ୟବସ୍ଥା ହେବ ବୋଲି ପୂର୍ବତନ ଜିଲାପାଳ ରେଘୁ ଜୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅପରପକ୍ଷେ ଖୋଲାମେଲା ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ପାଇଁ ଏବେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ବାହାର ରାଜ୍ୟର ବିଭିନ୍ନ ଫେରି ବ୍ୟବସାୟୀ ଘରଭଡା ନେଇ ରହୁଛନ୍ତି। କିଛିଦିନ ମଧ୍ୟରେ ଏଠାକାର ଅଭାବ ପରୀକ୍ଷା କରି ମହିଳା ଚାଲାଣ, ଅପରାଧଭିତ୍ତିକ କାର୍ଯ୍ୟ ଆଦି କରୁଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଫେରି ବ୍ୟବସାୟୀଙ୍କ ଆପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ଘର ମାଲିକ ଟଙ୍କା ଲୋଭରେ ଘରଭଡ଼ା ଦେଉଥିବା ବେଳେ ପରିଚୟ ସମ୍ପର୍କରେ ନିକଟସ୍ଥ ଥାନାକୁ ଜଣାଉନାହାନ୍ତି। ବାହାର ଲୋକଙ୍କ ପରିଚୟ ଯାଞ୍ଚ କଡାକଡି କରିବାକୁ ମତଦାତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି, କର୍ମଚାରୀ ଓ ଭିତ୍ତିଭୂମିର ଅଭାବ ଅଛି। ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲିଥିବା ପଦବୀ ଓ ଆବଶ୍ୟକ ସ୍ପିଡ୍‌ ବୋଟ ଯୋଗାଣ ପାଇଁ ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri