ବାଲିଚନ୍ଦ୍ରପୁର-ଦେକୁରି ରାସ୍ତା ମରଣଯନ୍ତା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୨ା୭(ଡି.ଏନ୍‌.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ୍‌ ଅଧୀନରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଲଟିଛି ମରଣଯନ୍ତା। ମାତ୍ର ୨ବର୍ଷ ତଳେ କାମ ଶେଷ ହୋଇଥିବାବେଳେ ଏବେ ଏହି ରାସ୍ତାରେ ଆଣ୍ଠୁଏ ଲେଖା ଖାଲ ସୃଷ୍ଟି ହୋଇଛି, ଯଦ୍ଦ୍ବାରା ପୋଖରୀର ଭ୍ରମ ସୃଷ୍ଟି ହୋଇଛି। ଏହି ରାସ୍ତାରେ ଯାତାୟାତ କରୁଥିବା ହାରାହାରି ୪୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏ ପରିକି ରାସ୍ତାରେ ଚାଲିକି ଯିବା ସମ୍ଭବପର ନୁହେଁ। ଏପରି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର-ଦେକୁରୀ ରାସ୍ତାରେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୮ରେ ୪ କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ବାଲିଚନ୍ଦ୍ରପୁର ଠାରୁ ଦେକୁରୀ ପର୍ଯ୍ୟନ୍ତ ୧୧.୨କିଲୋମିଟର ରାସ୍ତା ଆରମ୍ଭ ହୋଇଥିଲା। ୨୦୧୯ ଏପ୍ରିଲରେ ଏହି କାର୍ଯ୍ୟ ଶେଷ ହେବାର ଅବଧି ଥିବାବେଳେ ଏହା ୨୦୨୦ ଏପ୍ରିଲରେ ଶେଷ ହୋଇଥିଲା। ରାସ୍ତା କାର୍ଯ୍ୟ ଶେଷ ହେବାର ମାତ୍ର ୨ମାସ ପରେ ଏଠାରୁ ପିଚୁ ଉଠିଯାଇଥିଲା। ପରେ ବାହାଦୁର ନଗରଠାରେ କେନାଲ ପାର୍ଶ୍ୱରେ ନିର୍ମାଣ ହୋଇଥିବା ଗାର୍ଡ ୱାଲ୍‌ ଭାଙ୍ଗି ଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଦୁଇ ଦୁଇ ଥର ନୋଟିସ୍‌ ଜାରି କରିଥିଲେ ମଧ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଏହାକୁ ଏଡ଼ାଇ ଯିବା ସହ ବଡ଼ ବଡ଼ ମାଲ ପରିବହନ ଗାଡ଼ି ଯିବା ଦ୍ୱାରା ରାସ୍ତା ନଷ୍ଟ ହୋଇଛି ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ ବିକ୍ରମତିରଣ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ୱର ସାମଲ ମୁଖ୍ୟଶାସନ ସଚିବ, ୫-ଟି ସଚିବ, ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଭିଜିଲାନ୍‌ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ପିଏମ୍‌ଜେଏସ୍‌ୱାଇ ମୁଖ୍ୟଯନ୍ତ୍ରୀ ଏହାର ତଦନ୍ତ ନିଦ୍ଦେଶ ଦେଇଥିଲେ। ଏହାର ସତ୍ୟତା ପାଇଁ ଦୁଇଜଣ ଯନ୍ତ୍ରୀ ସୁକାନ୍ତ ବେହେରା ଓ ହିମାଂଶୁ କୁମାର ଆଚାର୍ଯ୍ୟଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ସେମାନେ ଗତ ୨୦୨୧ ଜୁଲାଇ ୨୬ରେ ତଦନ୍ତ କରି ଫେରି ଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ତଦନ୍ତ ରିପୋର୍ଟ ଦେଇ ନ ଥିଲେ। ଦୀର୍ଘ ଏକମାସ ପରେ ରାସ୍ତାର ରାଉଡ଼ିଂ କ୍ୱାଲିଟି ଓ ଟେକ୍ଚରବିଟି ନିର୍ମାଣ ସନ୍ତୋଷ ଜନକ ଏବଂ ଉଭୟ ପାର୍ଶ୍ୱରେ କେନାଲ ରହିଥିବା ହେତୁ କେତେକ ସ୍ଥାନରେ ଖାଲ ସୃଷ୍ଟି ହୋଇ ଦବି ଯାଇଥିବା ରିପୋର୍ଟରେ ଦର୍ଶାଇ ଥିଲେ। ଏହା ସହ ରାସ୍ତା ମଝିରେ ଦୁଇଟି ଇଲେକ୍ଟ୍ରିକ ପୋଲ ଯାତୟାତରେ ଅସୁବିଧା ସୃଷ୍ଟି କରୁଛି ବୋଲି ମଧ୍ୟ ଦର୍ଶାଇ ଥିଲେ। ତେବେ ତଦନ୍ତକାରୀ ଅଧିକାରୀମାନେ ଠିକା ସଂସ୍ଥାକୁ କ୍ଲିନ୍‌ ଚିଟ୍‌ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିୟମ ଅନୁଯାୟୀ ରାସ୍ତା ନିର୍ମାଣ ହେବାର ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଠିକା କମ୍ପାନୀ ନେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ କାର୍ଯ୍ୟ କରିଥିବା ଠିକା କମ୍ପାନୀ ଆଦୌ ରାସ୍ତାର ମରାମତି କଲାନାହିଁ। ହେଲେ ମରାମତି ପାଇଁ ଥିବା ଉଦ୍ଦିଷ୍ଟ ଅର୍ଥକୁ ଉଠାଇ ନେଇଥିବା ଜଣାପଡ଼ିଛି। ପୁନଃର୍ବାର ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ରାସ୍ତାର ମରାମତି ପାଇଁ ବିଭାଗ ତରଫରୁ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଅଟକଳ କରାଯାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କିମ୍ବା ମରାମତି ହୋଇ ପାରିଲା ନାହିଁ। ଯେଉଁଥିପାଇଁ ଏହି ରାସ୍ତାଉପରେ ନିର୍ଭର କରୁଥିବା ବାଲିଚନ୍ଦ୍ରପୁର, ପତରାଜପୁର, ନଳୀପୁର, ଚାରିନଙ୍ଗଳ, ଗୋପାଳପୁର, ବାଲିପଡ଼ିଆ, ବରଦା ସମେତ କେନ୍ଦ୍ରପଡ଼ା ଜିଲାର ଆଠଟି ପଞ୍ଚାୟତର ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହାର ମରାମତି ନ ହେଲେ ଆନ୍ଦୋଳନ ହେବ ବୋଲି ମହାବାହୁ ଗ୍ରୁପ୍‌ ଅଫ ଓଡ଼ିଶାର ସ୍ବେଚ୍ଛାସେବୀମାନେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରେ ସେ କୁହନ୍ତି, ଖୁବ୍‌ ଶୀଘ୍ର ରାସ୍ତା ମରାମତି କାମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?