Posted inଖେଳ

ଭୂତିଆଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ, ୨୦ା୮(ପି.ଟି.): ଆଗାମୀ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିର୍ବାଚନରେ ସଭାପତି ପଦ ପାଇଁ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ପାଇଁ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ମୁଖ୍ୟ ଦାବିଦାର ବୋଲି କୁହାଯାଉଛି। ପୂର୍ବତନ ଅଧିନାୟକ ଭୂତିଆଙ୍କ ପ୍ରସ୍ତାବକ ହୋଇଛନ୍ତି ତାଙ୍କର ଏକଦା ଟିମ୍‌ମେଟ୍‌ ଥିବା ଦୀପକ ମଣ୍ଡଳ। ଏହାକୁ ସମର୍ଥନ କରିଛନ୍ତି ମଧୁ କୁମାରୀ। ଜଣେ ଜଣାଶୁଣା ଖେଳାଳି ହିସାବରେ କୁମାରୀ ଇଲେକ୍ଟୋରାଲ କଲେଜର ଅଂଶବିଶେଷ ଅଛନ୍ତି। ଫୁଟ୍‌ବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନ ମଧ୍ୟ ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ୟୁଜେନ୍‌ସେନ୍‌ ଲିଙ୍ଗ୍‌ଦୋ ମେଘାଳୟ ଫୁଟ୍‌ବଲ ଆସୋସିଏଶନ ଜରିଆରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅଜିତ ବାନାର୍ଜୀ ମଧ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଲିଙ୍ଗ୍‌ଦୋ ବର୍ତ୍ତମାନ ମେଘାଳୟ ବିଧାନସଭାରେ ଜଣେ ବିଧାୟକ ଅଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ ଶେଷ ତାରିଖ ଶୁକ୍ରବାର ଶେଷ ହୋଇଛି। ଚୌବେ ହେଉଛନ୍ତି ଭାରତର ଜଣେ ପୂର୍ବତନ ଗୋଲକିପର। ସେ ଉଭୟ ମୋହନବାଗାନ ଓ ଇଷ୍ଟବେଙ୍ଗଲ ପକ୍ଷରୁ ଖେଳିଥାନ୍ତି। ସେ ହେଉଛନ୍ତି ଭୂତିଆଙ୍କ ସମସାମୟିକ। ଚୌବେ ହେଉଛନ୍ତି ଶାସକ ଭାଜପାର ଜଣେ ସଦସ୍ୟ। ଗୁଜରାଟ ଏଫ୍‌ସି ତାଙ୍କ ପ୍ରସ୍ତାବକ ରହିଥିବା ବେଳେ ଅରୁଣାଚଳ ପ୍ରଦେଶ ଫୁଟ୍‌ବଲ ଆସୋସିଏଶନ ତାଙ୍କ ସମର୍ଥକ ହୋଇଛି। ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଗୁଜରାଟରୁ ଆସିଛନ୍ତି। ଅରୁଣାଚଳର କିରେନ ରିଜିଜୁ ଆଇନ ମନ୍ତ୍ରଣାଳୟ ମୁଖ୍ୟ ଅଛନ୍ତି। କାର୍ଯ୍ୟନିର୍ବାହୀ କମିଟି ପାଇଁ ଏଆଇଏଫ୍‌ଏଫ୍‌ର ନିର୍ବାଚନ ଅଗଷ୍ଟ ୨୮ରେ ହେବାର କାର୍ଯ୍ୟକ୍ରମ ରହିଛି। ଚୌବେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଶର ସର୍ବୋଚ୍ଚ ଫୁଟବଲ ପରିଚାଳନା ପରିଷଦ ବିଶିଷ୍ଟ ଖେଳାଳିମାନଙ୍କ ଦ୍ୱାରା ପରିଚାଳିତ ହେଉ ବୋଲି ବିଶ୍ୱ ଫୁଟ୍‌ବଲ ଗଭର୍ନିଂବଡି ଫିଫା ଚାହେଁନା।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri