୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର ଅନ୍ଧାରୀ ଓ କୁଞ୍ଜକୋଠି ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ଏଠାରେ ୨୮,୬୩୧ ଭୋଟର ମତଦାନ କରିବେ। ଏଥର ଏହି ଜୋନରୁ ଜିଲା ପରିଷଦ ପଦବୀ ପାଇଁ ୪ ନୂଆ ମୁହଁ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ପୀତବାସ ଗଛାୟତ, ଭାଜପାରୁ ନିରାକର ସ୍ବାଇଁ, କଂଗ୍ରେସରୁ ନଳିନୀ ବେହେରା, ସିପିଆଇ ପକ୍ଷରୁ ଶଶିଭୂଷଣ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ଜୋନରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୫୭୪୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିଲେ। ଜୋନଟି ବିଜେଡି ଗଡ ଭାବେ ପରିଚିତ ହୋଇଥିଲେ ହେଁ ଏଥର ଚତୁର୍ମୁଖୀ ଲଢେଇ ହେବ ବୋଲି ରାଜନୈତିକ ବିଶ୍ଲେଷକ ମତବ୍ୟକ୍ତ କରିଛନ୍ତି।
ଏହି ଜୋନରେ ବିଜେଡି ପକ୍ଷରୁ ବ୍ଲକ ସଭାପତି ପୀତବାସଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରାଯାଇଛି। ନିର୍ବାଚନ ସମ୍ପର୍କରେ ପୀତବାସ କୁହନ୍ତି, ସେ ଦୀର୍ଘବର୍ଷ ହେଲା ବିଜେଡିରେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି। ଏଥିସହ ସାମାଜିକ କାର୍ଯ୍ୟ, ଗଁାରେ ଏକତା ବଜାୟ ରଖିବା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସହାୟତା କରିବା କ୍ଷେତ୍ରରେ କାର୍ଯ୍ୟ କରୁଛି। ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ଯୋଗୁ ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି। ଜୋନରୁ ଭାଜପା ପ୍ରାର୍ଥୀ ଭାବେ ନିରାକାର ନିର୍ବାଚନ ଲଢୁଛନ୍ତି। ସେ କୁହନ୍ତି, ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଛି। ଏଥିସହ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ରାଜନୀତିକୁ ଓହ୍ଲାଇଥିଲି। ବିଶେଷକରି ଦୀର୍ଘବର୍ଷ ହେଲା ଏରସମା ବ୍ଲକ ସଦର ମହକୁମାରେ ୧୨ଦିନ ଧରି ରଜ ମହୋତ୍ସବର ଆୟୋଜନ କରି ସେ ବ୍ଲକରେ ସାଂସ୍କୃତିକ ଏକତା ସୃଷ୍ଟି କରିଛନ୍ତି। ଏହି ନିର୍ବାଚନରେ ସେ ବିଜୟ ଲାଭ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ସିପିଆଇ ନେତା ତଥା ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ଏହି ଜୋନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ସେ ନିଜ ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି ଯେ, ଅତୀତରେ ଏରସମା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଜନସାଧାରଣ ତଥା ଚାଷୀ ମୂଲିଆଙ୍କ ସ୍ବାର୍ଥ ପାଇଁ ବିଭିନ୍ନ ବିପର୍ଯ୍ୟୟ ସମୟରେ ସ୍ବର ଉତ୍ତୋଳନ କରି ଆସୁଛି। ବିଶେଷ କରି ଗତ ଲଗାଣ ବର୍ଷାରେ ବ୍ଲକରେ ହୋଇଥିବା ବ୍ୟାପକ ଧାନ ଫସଲ ନଷ୍ଟ ପ୍ରତିବାଦରେ ଆମରଣ ଅନଶନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସାଧାରଣ ଜନତା ନିଶ୍ଚୟ ତାଙ୍କ ପ୍ରତି ଆସ୍ଥା ଭାଜନ ହେବେ ବୋଲି ମତ ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ପକ୍ଷରୁ ନଳିନୀ ଏହି ଜୋନରେ ପ୍ରାର୍ଥୀ ହୋଇଛନ୍ତି। ନଳିନୀ ନୂଆ କରି ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ସମ୍ପର୍କରେ ବାଲିକୁଦାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର କୁହନ୍ତି, ସେ ଜଣେ ସଚ୍ଚୋଟ ଓ ଉଚ୍ଚ ଶିକ୍ଷିତ ଯୁବକ। ଯଦିଓ ତାଙ୍କର ରାଜନୈତିକ ପ୍ରତିଭା ପରିପକ୍ୱ ନୁହେଁ ତଥାପି ତାଙ୍କ ବାପା ସୁରେନ୍ଦ୍ର ବେହେରା ଜଣେ ନିଷ୍ଠାପର କଂଗ୍ରେସ କର୍ମୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ପ୍ରଭାବ ଭୋଟରଙ୍କ ଉପରେ ପଡିବ ଓ ସେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ତେବେ ନିର୍ବାଚନରେ କାହା ସପକ୍ଷରେ ଭୋଟର ମତ ସାବ୍ୟସ୍ତ କରି ବିଜୟୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri