୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର ଅନ୍ଧାରୀ ଓ କୁଞ୍ଜକୋଠି ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ଏଠାରେ ୨୮,୬୩୧ ଭୋଟର ମତଦାନ କରିବେ। ଏଥର ଏହି ଜୋନରୁ ଜିଲା ପରିଷଦ ପଦବୀ ପାଇଁ ୪ ନୂଆ ମୁହଁ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ପୀତବାସ ଗଛାୟତ, ଭାଜପାରୁ ନିରାକର ସ୍ବାଇଁ, କଂଗ୍ରେସରୁ ନଳିନୀ ବେହେରା, ସିପିଆଇ ପକ୍ଷରୁ ଶଶିଭୂଷଣ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ଜୋନରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୫୭୪୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିଲେ। ଜୋନଟି ବିଜେଡି ଗଡ ଭାବେ ପରିଚିତ ହୋଇଥିଲେ ହେଁ ଏଥର ଚତୁର୍ମୁଖୀ ଲଢେଇ ହେବ ବୋଲି ରାଜନୈତିକ ବିଶ୍ଲେଷକ ମତବ୍ୟକ୍ତ କରିଛନ୍ତି।
ଏହି ଜୋନରେ ବିଜେଡି ପକ୍ଷରୁ ବ୍ଲକ ସଭାପତି ପୀତବାସଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରାଯାଇଛି। ନିର୍ବାଚନ ସମ୍ପର୍କରେ ପୀତବାସ କୁହନ୍ତି, ସେ ଦୀର୍ଘବର୍ଷ ହେଲା ବିଜେଡିରେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି। ଏଥିସହ ସାମାଜିକ କାର୍ଯ୍ୟ, ଗଁାରେ ଏକତା ବଜାୟ ରଖିବା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସହାୟତା କରିବା କ୍ଷେତ୍ରରେ କାର୍ଯ୍ୟ କରୁଛି। ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ଯୋଗୁ ତାଙ୍କୁ ଜନ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି। ଜୋନରୁ ଭାଜପା ପ୍ରାର୍ଥୀ ଭାବେ ନିରାକାର ନିର୍ବାଚନ ଲଢୁଛନ୍ତି। ସେ କୁହନ୍ତି, ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଛି। ଏଥିସହ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ରାଜନୀତିକୁ ଓହ୍ଲାଇଥିଲି। ବିଶେଷକରି ଦୀର୍ଘବର୍ଷ ହେଲା ଏରସମା ବ୍ଲକ ସଦର ମହକୁମାରେ ୧୨ଦିନ ଧରି ରଜ ମହୋତ୍ସବର ଆୟୋଜନ କରି ସେ ବ୍ଲକରେ ସାଂସ୍କୃତିକ ଏକତା ସୃଷ୍ଟି କରିଛନ୍ତି। ଏହି ନିର୍ବାଚନରେ ସେ ବିଜୟ ଲାଭ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ସିପିଆଇ ନେତା ତଥା ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ଏହି ଜୋନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ସେ ନିଜ ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି ଯେ, ଅତୀତରେ ଏରସମା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଜନସାଧାରଣ ତଥା ଚାଷୀ ମୂଲିଆଙ୍କ ସ୍ବାର୍ଥ ପାଇଁ ବିଭିନ୍ନ ବିପର୍ଯ୍ୟୟ ସମୟରେ ସ୍ବର ଉତ୍ତୋଳନ କରି ଆସୁଛି। ବିଶେଷ କରି ଗତ ଲଗାଣ ବର୍ଷାରେ ବ୍ଲକରେ ହୋଇଥିବା ବ୍ୟାପକ ଧାନ ଫସଲ ନଷ୍ଟ ପ୍ରତିବାଦରେ ଆମରଣ ଅନଶନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସାଧାରଣ ଜନତା ନିଶ୍ଚୟ ତାଙ୍କ ପ୍ରତି ଆସ୍ଥା ଭାଜନ ହେବେ ବୋଲି ମତ ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ପକ୍ଷରୁ ନଳିନୀ ଏହି ଜୋନରେ ପ୍ରାର୍ଥୀ ହୋଇଛନ୍ତି। ନଳିନୀ ନୂଆ କରି ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ସମ୍ପର୍କରେ ବାଲିକୁଦାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର କୁହନ୍ତି, ସେ ଜଣେ ସଚ୍ଚୋଟ ଓ ଉଚ୍ଚ ଶିକ୍ଷିତ ଯୁବକ। ଯଦିଓ ତାଙ୍କର ରାଜନୈତିକ ପ୍ରତିଭା ପରିପକ୍ୱ ନୁହେଁ ତଥାପି ତାଙ୍କ ବାପା ସୁରେନ୍ଦ୍ର ବେହେରା ଜଣେ ନିଷ୍ଠାପର କଂଗ୍ରେସ କର୍ମୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ପ୍ରଭାବ ଭୋଟରଙ୍କ ଉପରେ ପଡିବ ଓ ସେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ତେବେ ନିର୍ବାଚନରେ କାହା ସପକ୍ଷରେ ଭୋଟର ମତ ସାବ୍ୟସ୍ତ କରି ବିଜୟୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?