Posted inଜାତୀୟ

ସୁପ୍ରିମକୋର୍ଟରେ ଲଢ଼େଇ

ନୂଆଦିଲ୍ଲୀ,୧।୮(ପି.ଟି.): ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ହଟାଇ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାର ଗଢ଼ିବା ପରେ ପ୍ରକୃତ ଶିବସେନା କିଏ, ତାକୁ ନେଇ ବିବାଦ ଦେଖାଦେଇଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ସମସ୍ତ ପିଟିଶନକୁ ଖାରଜ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ଦାବି କରିଛନ୍ତି। ପ୍ରକୃତ ଶିବସେନା କିଏ, ନିଷ୍ପତ୍ତି ନିର୍ବାଚନ କମିଶନ (ଇସି)ଙ୍କ ଉପରେ ଛଡ଼ାଯାଉ ବୋଲି ସେ ଯୁକ୍ତି ରଖିଛନ୍ତି। ତାଙ୍କ ପାଖରେ ସେନାର ଅଧିକ ବିଧାୟକ ଓ ସାଂସଦ ଥିବା ଏକନାଥ ଦାବି କରିଆସୁଛନ୍ତି। ଗଣତାନ୍ତ୍ରିକ ଉପାୟରେ ସଂଖ୍ୟାଗରିଷ୍ଠଙ୍କ ଦ୍ୱାରା ନିଆଯାଇଥିବା ଦଳର ଆଭ୍ୟନ୍ତରୀଣ ନିଷ୍ପତ୍ତିରେ ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ କମିଶନ ପ୍ରକୃତ ଶିବସେନା ସମ୍ପର୍କରେ ନିଷ୍ପତ୍ତି ନେଉ, ଏହା ଉଦ୍ଧବ ଠକ୍‌ରେଙ୍କ ଗୋଷ୍ଠୀ ଚାହୁନାହାନ୍ତି। ଏକନାଥଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଆବେଦନ ବିଚାରାଧୀନ ଥିବାରୁ ଇସିଙ୍କୁ ନିଷ୍ପତ୍ତି ନେବାକୁ ଦିଆ ନ ଯାଉ ବୋଲି ଉଦ୍ଧବ ଗୋଷ୍ଠୀ ଗତ ସୋମବାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ତେବେ ୧୫ ବିଧାୟକଙ୍କ ଗୋଷ୍ଠୀ ୩୯ ଜଣିଆ ବିଧାୟକ ଗୋଷ୍ଠୀଙ୍କୁ ବିଦ୍ରୋହୀ କହିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଗଷ୍ଟ ୩ରେ ପରିବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଭୂକମ୍ପ ଝଟକା; ଘରୁ ବାହାରି ଆସିଲେ ଲୋକେ, ସୁନାମି ଚେତାବନୀ ଜାରି

ଟୋକିଓ,୨୦।୪: ଜାପାନରେ ପୁଣି ଥରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ, ଉତ୍ତର…

ଗଞ୍ଜାମର ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଉଠୁଛି ପଡୁଛି ସହର, ୨୧ ଦିନ ଧରି…

ଗଞ୍ଜାମ,୨୦ା୪(ବିଦ୍ୟାଧର ସାହୁ): ଦୀର୍ଘ ୨୧ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର।  ସୋମବାର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧକୁ ନେଇ ଆମେରିକା ଶାନ୍ତି ଆଲୋଚନା କରୁଥିବା ବେଳେ, ଅନ୍ୟପଟେ ଗୋଟିଏ ଟେବୁଲରେ ବସିବାକୁ ପ୍ରସ୍ତୁତ ଭାରତ-ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ, ଭାରତ ଏବଂ ଆମେରିକା ସୋମବାର (ଏପ୍ରିଲ ୨୦) ୱାଶିଂଟନରେ ଏକ ନୂତନ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆରମ୍ଭ କରିବାକୁ ଯାଉଛନ୍ତି।…

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

ବଜ୍ରପାତରେ ପରମହଂସନାଥ ମନ୍ଦିର ଦଧିନଉତିରୁ ଖସିପଡ଼ିଲା ପଥର

କଟକ ସଦର,୨୦ା୪(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସନାଥ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି। ରବିବାର ରାତିରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା। ଯାହାଫଳରେ…

ପରାଜୟ ପରେ ରିଷଭ ପନ୍ତଙ୍କ ବଡ଼ ବୟାନ: ‘ଜିତିବା ପାଇଁ, ପଞ୍ଜାବ କିଙ୍ଗସ…’

ନୂଆଦିଲ୍ଲୀ,୨୦।୪: ରବିବାର IPL 2026ର ୨୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୫୪ରନରେ ପରାଜୟ ବରଣ କରିଛି। LSG ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri