ନ୍ୟାୟ ପାଇଁ ସଂଗ୍ରାମ

ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାରେ ଥିବା ଆଇନ, ନୀତି ଓ ଏହାସହ ଜଡ଼ିତ ସଂସ୍ଥାଗୁଡ଼ିକ ଗମ୍ଭୀର ଅପରାଧରେ ଲିପ୍ତ ଅପରାଧୀମାନଙ୍କୁ ଉତ୍ତରଦାୟୀ କରିବାରେ ନିଆଯାଉଥିବା ପଦକ୍ଷେପ ସବୁକୁ ମାର୍ଗଦର୍ଶନ କରିଆସିଛି। ବିଶ୍ୱ ମୁଖ୍ୟତଃ ଗଣତନ୍ତ୍ର ଓ ମାନବ ଅଧିକାରକୁ ଅଧିକ ସମ୍ମାନ ଦେବା ଲାଗି ଆଗଉଥିବା ଅବଧାରଣାକୁ ଆଧାର କରି ଅନ୍ତର୍ଜାତୀୟ ନ୍ୟାୟିକ ଢାଞ୍ଚା ଗଠନ କରାଯାଇଥିଲା। ଏହା ନିଶ୍ଚିତ ଯେ, ନ୍ୟାୟିକ ଅଗ୍ରଗତି ସରଳ ନ ଥିଲା। ଏଥିରେ ସବୁଦିଗରେ ପ୍ରତିକୂଳ ସ୍ଥିତି ସବୁ ରହିଥିଲା। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଜାପାନର ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ନୁରେମ୍ବର୍ଗ ଓ ଟୋକିଓ ଯୁଦ୍ଧ ଅପରାଧ ନ୍ୟାୟିକ ବିଚାରଠାରୁ ଆରମ୍ଭକରି ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ(ଆଇସିସି) ଗଠନ କରିଥିବା ରୋମ ନିୟମାବଳୀର ସ୍ବୀକୃତି ପର୍ଯ୍ୟନ୍ତ; ସାଧାରଣ ପ୍ରକ୍ରିୟା ଉତ୍ତରଦାୟିତ୍ୱ ଦିଗରେ ହିଁ ଗତିକରୁଥିଲା। ବିଶ୍ୱରେ କେତେକ ପୁରାତନ ଓ ସବୁଠୁ ଶକ୍ତିଶାଳୀ ଗଣତାନ୍ତ୍ରିକ ଦେଶ ସେମାନଙ୍କର ତ୍ରୁଟି ଓ ଅପରାଧ ଥିବା ସତ୍ତ୍ୱେ ଯୁଗୋସ୍ଲାଭିଆ, ର୍ବାଣ୍ଡା ଏବଂ ସିଏରା ଲିଓନ୍‌ରେ ନ୍ୟାୟ ପାଇଁ ନେତୃତ୍ୱ ନେବାର ପ୍ରୟାସରେ ସାହାଯ୍ୟ କରିଥିଲେ। ହେଲେ ଏବେ ଏହି ଧାରା ପୂରା ବିପରୀତ ହୋଇଯାଇଛି। ମାନବ ଅଧିକାରକୁ ଆଡ଼ ଆଖିରେ ଦେଖୁଥିବା ଏକଚ୍ଛତ୍ରବାଦୀ ନେତାମାନେ ଆମେରିକା ସମେତ ଅନେକ ଗଣତାନ୍ତ୍ରିକ ଦେଶରେ କ୍ଷମତାକୁ ଆସିଛନ୍ତି। ଡୋନାଲ୍ଡ ଟ୍ରମ୍ପ୍‌ ୨୦୧୬ରେ ପ୍ରଥମେ ରାଷ୍ଟ୍ରପତି ହେବା ପରେ ୨୦୨୪ରେ ପୁନର୍ବାର ନିର୍ବାଚିତ ହେବା ପ୍ରକୃତରେ ଚିନ୍ତାଜନକ। ଦ୍ୱିତୀୟ ପାଳିରେ ଟ୍ରମ୍ପ୍‌ଙ୍କ ପ୍ରଶାସନରେ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାରେ ଆମେରିକାର ନେତୃତ୍ୱ ଜରୁରୀ, କିନ୍ତୁ ଏଥିରେ ଅସଙ୍ଗତି ଦେଖାଯାଇଛି। ଆମେରିକା ତା’ ଦାୟିତ୍ୱରୁ ଦୂରେଇଯାଇ ଆଇସିସିର ପ୍ରୋସେକ୍ୟୁଟର, ୨ଜଣ ଡେପୁଟି ପ୍ରୋସେକ୍ୟୁଟର ଏବଂ ୬ ଜଣ ବିଚାରପତିଙ୍କ ଉପରେ କଟକଣା ଲଗାଇଛି।
କୌଣସି ପ୍ରକାର ଉତ୍ତରଦାୟିତ୍ୱକୁ ଭୟ କରୁଥିବା ଏକଚ୍ଛତ୍ରବାଦୀ ଶକ୍ତିର ଚାପରେ ରହିବାରେ ଆମେରିକା କେବଳ ଏକମାତ୍ର ଗଣତନ୍ତ୍ର ନୁହେଁ। ପ୍ରକାଶିତ ଖବରଗୁଡ଼ିକ ଅନୁଯାୟୀ, ଏବେ ଗାଜାରେ ଲାଗି ରହିଥିବା ଯୁଦ୍ଧ ପୂର୍ବରୁ ଇସ୍ରାଏଲର ମୋସାଦ ଇଣ୍ଟେଲିଜେନ୍ସ ଏଜେନ୍ସିର ପୂର୍ବତନ ନିର୍ଦ୍ଦେଶକ ଆଇସିସିର ସେତେବେଳର ପ୍ରୋସେକ୍ୟୁଟର ଫାତୌ ବେନ୍‌ସୌଦାଙ୍କୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା। ପାଲେଷ୍ଟାଇନ୍‌ରେ ମାନବତା ବିରୋଧୀ ଅପରାଧ ଓ ଯୁଦ୍ଧ ଅପରାଧ ଅଭିଯୋଗ ଉପରେ ତଦନ୍ତରେ ବାଧା ସୃଷ୍ଟି କରିବାରେ କ୍ଷମତାର ଚାପରେ ଚାଲିଥିବା ଏକ ଦୀର୍ଘବର୍ଷର ଅଭିଯାନ ଯୋଗୁ ଏଭଳି ଘଟିଥିଲା। ୨୦୧୯ରେ, ଫିଲିପାଇନ୍ସର ସେତେବେଳର ରାଷ୍ଟ୍ରପତି ରୋର୍ଡିଗୋ ଡୁଟର୍ଟେଙ୍କ ଡ୍ରଗ୍ସ ବିରୋଧୀ କାର୍ଯ୍ୟାନୁଷ୍ଠାନ ଉପରେ ଆଇସିସି ତଦନ୍ତ କରିବା ପରେ ଫିଲିପାଇନ୍ସ ଆଇସିସିରୁ ଓହରିଯାଇଥିଲା। ଏହା ସହ ଚଳିତ ବର୍ଷ ପ୍ରାରମ୍ଭରେ, ଆଇସିସିର ଏକ ଗିରଫ ପରଓ୍ବାନାକୁ କାର୍ଯ୍ୟକାରୀ କରିବା ପାଇଁ ମନା କରିଦେବା ପରେ ହଙ୍ଗେରୀ ମଧ୍ୟ ଆଇସିସିରୁ ଦୂରେଇଯିବା ଲାଗି ଘୋଷଣା କରିଥିଲା।
ଅବଶ୍ୟ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା କେବଳ ଗଣତନ୍ତ୍ରଗୁଡ଼ିକ ପାଇଁ ଚିନ୍ତାର କାରଣ ନୁହେଁ। ମିତ୍ରଶକ୍ତିର ନେତାମାନଙ୍କ ମଧ୍ୟରେ ଅନ୍ୟତମ ଜୋଶେଫ ଷ୍ଟାଲିନ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଣ୍ଟରନ୍ୟାଶନାଲ ମିଲିଟାରି ଟ୍ରିବ୍ୟୁନାଲ ବା ଅନ୍ତର୍ଜାତୀୟ ସାମରିକ ପ୍ରାଧିକରଣ ଗଠନ କରିବାକୁ ରାଜି ହୋଇଥିଲେ, ଯାହା ନୁରେମ୍ବର୍ଗ ବୈଠକରେ ଉପସ୍ଥାପନ କରାଯାଇଥିଲା। ନୁରେମ୍ବର୍ଗରେ ଆମେରିକାର ମୁଖ୍ୟ ପ୍ରୋସେକ୍ୟୁଟର ଭାବେ କାର୍ଯ୍ୟ କରିଥିବା ତଥା ଆମେରିକା ସୁପ୍ରିମକୋର୍ଟ ବିଚାରପତି ରବର୍ଟ ଜାକ୍‌ସନ ତାଙ୍କ ପ୍ରାରମ୍ଭିକ ବିବୃତିରେ କହିଥିଲେ, ଅଧିକ ଶାନ୍ତି ବଜାୟ ରଖିବା ପାଇଁ ନିଆଯାଉଥିବା ବୃହତ୍‌ ପଦକ୍ଷେପର ଏକ ଅଂଶ ହେଉଛି ନ୍ୟାୟିକ ବିଚାର। ରୋମ ନିୟମାବଳୀରେ ସ୍ବାକ୍ଷର କରିଥିବା ସରକାରଗୁଡ଼ିକ ସମାନ ଭାବେ ସ୍ବୀକାର କରନ୍ତି ଯେ,ଗମ୍ଭୀର ଅପରାଧଗୁଡ଼ିକ ଶାନ୍ତି, ସୁରକ୍ଷା ଓ ବିଶ୍ୱର ମଙ୍ଗଳ ପ୍ରତି ବିପଦ।
ଏପରିକି ବିଶ୍ୱ ଏବେ ଏକଚ୍ଛତ୍ରବାଦ ଆଡ଼କୁ  ମୁହାଁଉଥିବା ସମୟରେ ପୃଥିବୀରେ ଗଣହତ୍ୟାର ଶିକାର ହେଉଥିବା ଲୋକଙ୍କ ସହ ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ ଏବଂ ଆକ୍ରମଣ ଆଦି କ୍ଷେତ୍ରରେ ନ୍ୟାୟ ଦେବା ଲାଗି ଚେଷ୍ଟା କରୁଥିବା ସ୍ବାଧୀନ ବିଚାରପତି ଓ ଆଇନଜୀବୀଙ୍କ ପାଇଁ ପୃଥିବୀ ଏକ ଅସୁରକ୍ଷିତ ତଥା ଅଶାନ୍ତ ସ୍ଥାନ ହୋଇଯାଇଛି। ସେମାନଙ୍କ ଦାୟିତ୍ୱକୁ ସଙ୍କୁଚିତ କରୁଛି। ପାରମ୍ପରିକ ସୀମା ଟପି ଯେତେବେଳେ ଦେଶର ନିର୍ବାଚିତ ମୁଖ୍ୟମାନେ ସେମାନଙ୍କ କ୍ଷମତା ବିସ୍ତାର କରିବାକୁ ଚାହୁଁଛନ୍ତି ସରକାର ଯେତେବେଳେ ବାର୍‌ ଆସୋସିଏଶନର ନେତୃତ୍ୱକୁ ତଡ଼ିଦେଉଛନ୍ତି କିମ୍ବା ସେମାନଙ୍କ ବିରୋଧରେ ଆପରାଧିକ ଅଭିଯୋଗ ଆଣୁଛନ୍ତି ଏବଂ କାର୍ଯ୍ୟପାଳିକାରେ ବିଫଳତା ଉପରେ ଏକ ମଜଭୁତ ପାଚେରି ଭାବେ ଠିଆହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଶର ନ୍ୟାୟାଳୟଗୁଡ଼ିକରେ ଚେଷ୍ଟା କରୁଥିବା ବିଚାରପତିମାନଙ୍କୁ ଧମକ ଦିଆଯାଉଛି; ସେତେବେଳେ ଆଇନର ଶାସନ ପ୍ରଭାବିତ ହେଉଛି। ଏହା ସମସ୍ତଙ୍କ ପ୍ରତି କ୍ଷତିକାରକ।
ତେବେ ପ୍ରଶ୍ନ ଉଠୁଛି, ଗମ୍ଭୀର ଅପରାଧରେ ଜଡ଼ିତ ଅପରାଧୀମାନଙ୍କୁ ଦାୟୀ କରାଯିବାର କାର୍ଯ୍ୟ କଠିନ ପରିସ୍ଥିତି ମଧ୍ୟରେ ଜାରି ରହିବ ନା ଲୋପ ପାଇଯିବ। ତେବେ ଅନେକ ଆହ୍ବାନ ଓ ଅସନ୍ତୋଷ ମଧ୍ୟରେ ବିରୋଧ ଓ ସାହସର ଅନେକ ଅଭିବ୍ୟକ୍ତିରେ ମୁଁ କିଛି ଆଶା ଥିବା ଲକ୍ଷ୍ୟକରୁଛି । ଏହା ସହ ଆଇନ ଉପରେ ରହିଥିବା ବିଶ୍ୱାସ କ୍ଷମତାର ଅହଂକାର ବିରୋଧରେ ପ୍ରତିବାଦ କରିବା ପାଇଁ ଏକ ସାଧନ ଭାବେ ଉଭାହୋଇଥିବା ଜଣାପଡ଼ୁଛି। ଏଭଳି ପ୍ରଗତି ସବୁଠି ଦେଖାଯାଇଛି ଓ ଆଇନର ଶାସନକୁ ଅଗକୁ ନେଇଛି। ଫଳରେ ଏକ ଆଇନ-ଶାସନ ସଂସ୍କୃତି ସମ୍ଭବ ହୋଇପାରିଛି। ବର୍ଷେ କି ୨ ବର୍ଷ ତଳେ ସେନେଗାଲ, ଭାରତ, ବ୍ରାଜିଲ ଏବଂ ଅନ୍ୟ ଦେଶଗୁଡ଼ିକରେ ଗଣତାନ୍ତ୍ରିକ ନିର୍ବାଚନଗୁଡ଼ିକରେ ସ୍ବଚ୍ଛତା ଆଣିଥିବା ବିଚାରପତିମାନଙ୍କୁ ଦେଖନ୍ତୁ। ବହୁ ସମୟରେ ସେମାନେ ବଡ଼ ବିପଦରେ ରହି କାମ କରିଛନ୍ତି। ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମନ୍ତବ୍ୟ ଓ ସେମାନଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା ଆଇନ ସଂସ୍ଥାଗୁଡ଼ିକୁ ଦଣ୍ଡିତ କରିବା ସକାଶେ ନିଆଯାଇଥିବା ବେଆଇନ ପଦକ୍ଷେପକୁ ଆମେରିକାର କୋର୍ଟଗୁଡ଼ିକ ରଦ୍ଦ କରିଦେଇଥିବା ଘଟଣା ସମ୍ପର୍କରେ ବି ବିଚାର କରନ୍ତୁ।
ବିଶ୍ୱସ୍ତରରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ ବା ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ଆଇସିଜେ) ମ୍ୟାନ୍‌ମାର, ସିରିଆ ଓ ଗାଜାରେ ଘଟୁଥିବା ଗମ୍ଭୀର ଅପରାଧଗୁଡ଼ିକୁ ସାମ୍ନାକୁ ଆଣିବାରେ ସାହସର ସହ ପ୍ରମୁଖ ଭୂମିକା ନେଇଛି। ଗତ ବର୍ଷ ଆଇସିଜେ, ଇଣ୍ଟରନ୍ୟାଶନାଲ ଟ୍ରିବ୍ୟୁନାଲ ଫର୍‌ ଦି ଲ ଅଫ୍‌ ଦି ସି ଏବଂ ଇଣ୍ଟର ଆମେରିକାନ କୋର୍ଟ ଅଫ୍‌ ହ୍ୟୁମାନ ରାଇଟ୍ସର ରାୟ ସ୍ପଷ୍ଟ କରିଛନ୍ତି ଯେ ଜଳାବୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଶଗୁଡ଼ିକର ଏକ ନ୍ୟାୟିକ ଦାୟିତ୍ୱ ରହିଛି। ତେବେ ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟ ପାଇଁ ଏବଂ ଗଣତନ୍ତ୍ର ସକାଶେ ଏବେ ଚାଲିଥିବା ସଂଗ୍ରାମ ଯଦିଓ ସମାନ ନୁହେଁ , ତଥାପି ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଛି। ଉଭୟ ଲଢ଼େଇରେ କେବଳ ଆଶା ପ୍ରକାଶ କରିବା ଯଥେଷ୍ଟ ନୁହେଁ । ବରଂ ଗମ୍ଭୀର ଅପରାଧର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ଏବଂ ଅପରାଧ ବିରୋଧରେ ସ୍ବର ଉଠାଇବାକୁ ଯେଉଁମାନେ ଚିନ୍ତା କରୁଛନ୍ତି ସେମାନଙ୍କୁ ନ୍ୟାୟ ଦେବା ଦରକାର। ବ୍ୟାପକ ଭୟର ଏକ ବାତାବରଣରେ ଏକ ଚିଠିରେ ସ୍ବାକ୍ଷର କରିବା,ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଯୋଗଦେବା କିମ୍ବା ଏକଚ୍ଛତ୍ରବାଦ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ନ୍ୟାୟିକ ଅଭିଯୋଗ ଦାଖଲ କରିବାର ପ୍ରତ୍ୟେକଟି ନିଷ୍ପତ୍ତି ହେଉଛି ନ୍ୟାୟ ପାଇଁ ଏକ ପଦକ୍ଷେପ।

ଜେମ୍ସ ଏ.ଗୋଲ୍ଡଷ୍ଟୋନ୍‌
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,
ଓପନ ସୋସାଇଟି ଜଷ୍ଟିସ୍‌ ଇନିସିଏଟିଭ


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri