ପ୍ରାର୍ଥୀ ଦେଇପାରିଲାନି କଂଗ୍ରେସ: ବିଜେଡି-ଭାଜପା ମଧ୍ୟରେ ଟକ୍କର

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ୪୫ ନମ୍ବର ଓ୍ବାର୍ଡରେ ଏଥର ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ। ଏହି ଓ୍ବାର୍ଡରେ କେବଳ ବିଜେଡି ଏବଂ ଭାଜପା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ଅମରେଶ ଜେନା ଏବଂ ଭାଜପାରୁ ଜ୍ୟୋତିରେଖା ନାୟକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ଦେଇପାରି ନ ଥିବାବେଳେ ସ୍ବାଧୀନରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଲଢ଼େଇରୁ ଓହରି ଯାଇଛନ୍ତି। ଏଠାରୁ ଜ୍ୟୋତିରେଖାଙ୍କ ସ୍ବାମୀ ସ୍ବାଧୀନ ଭାବେ ନାମାଙ୍କନ କରିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଏଠାରେ ବିଜେଡି ଏବଂ ଭାଜପା ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ଏହି ଓ୍ବାର୍ଡରେ ଏଥର ମୋଟ ୯,୪୪୮ ଜଣଙ୍କ ନାମ ଭୋଟର ତାଲିକାରେ ରହିଛି। ପୂର୍ବ ଅପେକ୍ଷା ପ୍ରାୟ ୨,୫୦୦ଜଣଙ୍କ ନାମ ଭୋଟର ତାଲିକାରୁ କଟି ଯାଇଥିବା ଜଣାପଡ଼ିଛି। ଏଠାରେ ମୋଟ ୫ଟି ବସ୍ତି ଚମ୍ପା ପୋଖରୀ, ଆଖଣ୍ଡଳମଣିଶ୍ୱର, କଳ୍ପନା ଫ୍ଲାଟ, ଶବର ସାହି, କେଳା ବସ୍ତି ରହିଛି। ସବୁଠାରୁ ବଡ଼ ଚମ୍ପା ପୋଖରୀ ବସ୍ତିରେ ପ୍ରାୟ ୭୦୦ ଭୋଟର ରହିଛନ୍ତି। ବାକି ସବୁ ବସ୍ତିକୁ ମିଶାଇ ମୋଟ ୨୯୦ ଖଣ୍ଡ ଭୋଟର ଅଛନ୍ତି। ତେଣୁ ବସ୍ତିଗୁଡିକରେ ମୋଟ ୧୨୦୦ ପାଖାପାଖି ଭୋଟ୍‌ ରହିଛି। ବସ୍ତି ଭୋଟ ହାତେଇବାକୁ ଉଭୟ ବିଜେଡି, ଭାଜପା ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସରକାରୀ ଦଳ ସପକ୍ଷରେ ଭୋଟ୍‌ ଦେଲେ ଭବିଷ୍ୟତରେ ସେମାନଙ୍କ ରହିବା ଲାଗି ସ୍ଥାୟୀ ବନ୍ଦୋବସ୍ତ କରାଯାଇପାରେ ବୋଲି କେତେଜଣ ବସ୍ତି ଭୋଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ସି ଡେପୁଟି ମେୟର ନିର୍ବାଚନ: ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ଭାଜପା, କଂଗ୍ରେସ

କଟକ ଅଫିସ,୭ା୪: ସିଏମ୍‌ସି ଡେପୁଟି ମେୟର ନିର୍ବାଚନକୁ ଭାଜପା ଓ କଂଗ୍ରେସର ବୟକଟ। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଛନ୍ତି ଭାଜପା ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର…

ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ…

ଭୋଟ ହାରରେ ବିଜେଡି ଆଗରେ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଆସିବା ପରେ ସହରାଞ୍ଚଳ ବାସିନ୍ଦା ମଧ୍ୟ ଅଧିକ ମାତ୍ରାରେ ବିଜେଡି ସପକ୍ଷରେ ରହିଥିବା ସ୍ପଷ୍ଟ ହୋଇଯାଇଛି। କାଉନ୍‌ସିଲର ନିର୍ବାଚନ ଫଳାଫଳ…

ସୋରଡ଼ା ଏନ୍‌ଏସି ଦଖଲ କଲା ବିଜେଡି

ସୋରଡ଼ା,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ…

ନବୀନ ନିବାସରେ ଭିଡ ବଢ଼ୁଛି

ଭୁବନେଶ୍ବର,୨୬।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇଛି । ଭାଜପା ଏବଂ କଂଗ୍ରେସ ବିଜେଡିଠାରୁ ବହୁ ପଛରେ ପଡ଼ିଛନ୍ତି। ରାଜ୍ୟର ୩୦…

ଭୁବନେଶ୍ୱରରେ ସୁଲୋଚନା, କଟକରେ ସୁବାସ; ବ୍ରହ୍ମପୁରରେ ସଂଘମିତ୍ରା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ପୌର ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ୩ ମହାନଗର ନିଗମର ମେୟର ପଦବୀ ବିଜେଡି ହାତକୁ ଯାଇଛି। ଭୁବନେଶ୍ୱରରୁ ବିଜେଡିର ସୁଲୋଚନା ଦାସ…

ସୁଲୋଚନା ହେଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ବିଜେଡି ହାତକୁ ଯାଇଛି ଭୁବନେଶ୍ୱର ମେୟର ପଦବୀ। ବିଜେଡିର ସୁଲୋଚନା ଦାସ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସୁଲୋଚନା ତାଙ୍କର…

ବିଜେଡି ହାତକୁ ଗଲା ହିଞ୍ଜିଳିକାଟୁ ପୌର ପରିଷଦ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପଲେଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri