ମାରାଥନ ପ୍ରଚାରରେ ବିଜେଡି ମେୟର ପ୍ରାର୍ଥୀନୀ: ବସ୍ତି ଭୋଟରଙ୍କ ଉପରେ ଫୋକସ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ଏବେ ଲଢେଇ ଜୋର୍‌ଦାର ହେବା ଆରମ୍ଭ ହୋଇଯାଇଛି। ପ୍ରଥମ ଥର ମେୟର ନିର୍ବାଚନ ପାଇଁ ସିଧାସଳଖ ଭୋଟ୍‌ ହେଉଥିବାରୁ ଏହାକୁ ଦଖଲ କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ କସରତ ଆରମ୍ଭ କରିଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଭୁବନେଶ୍ୱର ଅନ୍ତର୍ଗତ ୩ ବିଧାନସଭା ଆସନ ହାତେଇଥିବାବେଳେ ଭାଜପା ଏମ୍‌ପି ଆସନ ହାତେଇଛି। ତେଣୁ ଏବେ ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାବେଳେ ଉଭୟ ବିଜେଡି ବିଧାୟକ ଏବଂ ଭାଜପା ଏମ୍‌ପି ସେମାନଙ୍କ ସମ୍ମାନର ପ୍ରସଙ୍ଗ ପାଲଟିଛି। ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତ ବିଜେଡି ମେୟର ପ୍ରାର୍ଥତ୍ନୀ ସୁଲୋଚନା ଦାସଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି।

ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସୁଲୋଚନା କହିଛନ୍ତି, ଦଳର ସଭାପତି ବହୁ ଜଣଙ୍କ ମଧ୍ୟରୁ ତାଙ୍କୁ ପ୍ରାର୍ଥୀ କରିଛନ୍ତି। ତେଣୁ ବିଏମ୍‌ସି ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ତାଙ୍କର ପ୍ରାଥମିକତା ରହିବ। ଭୁବନେଶ୍ୱରକୁ ନମ୍ବର ଓ୍ବାନ ସ୍ମାର୍ଟସିଟିରେ ପରିଣତ କରିବାକୁ କାର୍ଯ୍ୟ ଜାରି ରଖିବେ। ମେୟର ପ୍ରାର୍ଥୀ ହିସାବରେ ସମସ୍ତ ଭୁବନେଶ୍ୱରବାସୀ ତାଙ୍କ ପରିବାର ତେଣୁ ଏଠାରେ ବାସ କରୁଥିବା ସମସ୍ତଙ୍କ ସମସ୍ୟା ବୁଝି ସେମାନଙ୍କ କଥାକୁ ପ୍ରାଥମିକତା ଦେବି। ବିଭିନ୍ନ ଓ୍ବାର୍ଡରେ ଯେଉଁ ସବୁ ସମସ୍ୟା ରହିଛି, ତାକୁ ସମାଧାନ କରିବି। ଲୋକଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ଏବଂ ରହିବି ମଧ୍ୟ। ୨୦୧୯ ଲୋକ ସଭା ନିର୍ବାଚନ ଫଳାଫଳ ଭଳି ଏଥର ହେବନାହିଁ। ଲୋକଙ୍କ ପାଖରେ ବହୁତ ଭଲ ପାଇବା ମିଳୁଛି ସେଥିରୁ ହିଁ ବିଜେଡି ପ୍ରତି ଲୋକଙ୍କ ଥିବା ସମର୍ଥନ ଥିବା ଜଣାପଡୁଛି। ଦଳରୁ ଯେଉଁମାନେ ଟିକେଟ ନ ପାଇ ଅସନ୍ତୁଷ୍ଟ ହୋଇଛନ୍ତି ସେମାନଙ୍କ ଯୋଗୁ ମେୟର ଭୋଟ୍‌ରେ କିଛି ପ୍ରଭାବ ପଡ଼ିବନି। ଦଳ ତରଫରୁ ସର୍ଭେ କରାଯାଇ ରିପୋର୍ଟ ଆସି ସାରିଛି। ସମସ୍ତେ ଶଙ୍ଖ ଚିହ୍ନ ଏବଂ ବିଜେଡିକୁ ଭଲ ପାଆନ୍ତି ସେଭଳି କିଛି ଖରାପ ପ୍ରଭାବ ଭୋଟ୍‌ ଉପରେ ଅସନ୍ତୁଷ୍ଟ ପ୍ରାର୍ଥୀ ପକାଇବେ ନାହିଁ ବୋଲି ସେ କହିଛନ୍ତି। ବିଏମ୍‌ସି ଅଞ୍ଚଳରେ ବସ୍ତି ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ରହିଛି। ଜନସଂଖ୍ୟା କେତେ ତାହା ଜଣା ନାହିଁ। ବସ୍ତିବାସିନ୍ଦାଙ୍କ ମନରେ ମୁଖ୍ୟତଃ ଉଚ୍ଛେଦ ନେଇ ଭୟ ରହିଥିବା ପ୍ରଚାର ବେଳେ ଜାଣିବାକୁ ମିଳୁଛି। ହେଲେ ଏଥିରେ ଭୟ କରିବାର କିଛି ନାହିଁ। କାରଣ ବସ୍ତି ଉଚ୍ଛେଦ ହେଲେ ତାହା ବିଜୁ ଆଦର୍ଶ କଲୋନୀକୁ ରୂପାନ୍ତର ହେବ। ଏପରି କି ଯାହାର ଜମି ନାହିଁ ସେମାନଙ୍କୁ ପଟ୍ଟା ଏବଂ ଟଙ୍କା ମିଳିବ ବୋଲି ବୁଝାଉଛୁ। ସେହିପରି ଭୁବନେଶ୍ୱରରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ବିଏମ୍‌ସି ପକ୍ଷରୁ ୭୦ଟି ସ୍ଥାନ ଚିହ୍ନଟ କରାଯାଇଛି। ୪୦ଟିରେ କାମ ଆରମ୍ଭ ହୋଇଥିବାବେଳେ ୩୦ଟିରେ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ଟାର୍ଗେଟ ପ୍ରସ୍ତୁତ କରି ଏହି କାମକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା କରିବେ ବୋଲି ସୁଲୋଚନା କହିଛନ୍ତି।

ମେୟର ପ୍ରାର୍ଥିନୀ ସୁଲୋଚନା ବୁଧବାର ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୬ ନମ୍ବର ଏବଂ ୭ ନମ୍ବର ଓ୍ବାର୍ଡର ପ୍ରଚାର କରିଥିଲେ। ମେୟର ପ୍ରାର୍ଥୀଙ୍କ ସହ ପ୍ରଚାରରେ ସ୍ଥାନୀୟ ବିଧାୟକ ରାଉତ, ୬ ନମ୍ବର କର୍ପୋରେଟର ପ୍ରାର୍ଥୀ ପ୍ରୀତିନନ୍ଦା ରାଉତରାୟ, ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ୭ ନମ୍ବର କର୍ପୋରେଟର ପ୍ରାର୍ଥୀ ମାନସ କୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି ପ୍ରଚାର ସମୟରେ ଦୁଇଟି ଯାକ ଓ୍ବାର୍ଡର ବସ୍ତି ଭୋଟ୍‌ ଉପରେ ବିଜେଡି ନେତାଙ୍କ ସମ୍ପୂର୍ଣ୍ଣ ଫୋକସ୍‌ ରହିଥିବା ଦେଖିବାକୁ ମିଳିଛି। ୬ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନୀଳପଡିଆ ବସ୍ତିରେ ପହଞ୍ଚତ୍ ସ୍ତିବାସିନ୍ଦାଙ୍କୁ ଭୋଟ୍‌ ଭିକ୍ଷା କରିବା ସହ ବିକାଶର ପକ୍ଷଭୁକ୍ତ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ସମାନଭାବେ ଭୋଟ୍‌ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ଅନୁରୋଧ କରିଥିଲେ। ସେଠାରୁ ରାଲି ବାହାରି ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚତ୍ଥିଲା। ସେଠାରେ ଅନୁଷ୍ଠିତ ସଭାରେ ସୁଲୋଚନା ସମସ୍ତଙ୍କୁ ଏଥର ମେୟର ଭୋଟ୍‌ ପାଇଁ ସିଧାସଳଖ ନିର୍ବାଚନ ହେଉଥିବା କଥା ବୁଝାଇଥିଲେ। ପରେ ବିଜେଡି ପ୍ରଚାର ୭ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସୋନାଲି ଆପାର୍ଟମେଣ୍ଟ ନିକଟରୁ ବାହାରି ଶ୍ରୀକୃଷ୍ଣ ନଗର ବସ୍ତିରେ ପହଞ୍ଚତ୍ଥିଲା। ସେଠାରୁ ମହାବୀର ବସ୍ତି, ସରସ୍ବତୀ ବସ୍ତି, ପାଓ୍ବାର୍‌ ଗ୍ରୀଡ୍‌ ପାଖ ଟ୍ରାଞ୍ଜିଟ୍‌ ହଲ୍‌ ବସ୍ତିରେ ପହଞ୍ଚତ୍ ସୁଲୋଚନା ଭୋଟ୍‌ ଭିକ୍ଷା କରିଥିଲେ। ଏହାପରେ ଜି.ଏ କୈଳାସ ବିହାର, ବିବେକାନନ୍ଦ ସ୍କୁଲ ନିକଟସ୍ଥ ଜି.ଏ ଆସୋସିଏଶନ, ମା’ ତାରେଣୀ ମନ୍ଦିର ନିକଟସ୍ଥ ଫେଜ-୨ ଛକ, ନିଳକଣ୍ଠେଶ୍ୱର ମନ୍ଦିର ଛକ ଠାରୁ ରାଲି ଯାଇ ଲକ୍ଷ୍ମୀ ମଣ୍ଡପ ପଡିଆଠାରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri